/odishatv-khabar/media/post_attachments/uploadimage/library/16_9/16_9_0/Earthquake_1704970934.jpg)
Earthquake
ରାଜଧାନୀ ଦିଲ୍ଲୀରେ ଆଉ ଥରେ ଭୂମିକମ୍ପ। ଦିଲ୍ଲୀ-ଏନ୍ସିଆରରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟକା ଅନୁଭବ ହୋଇଛି। ତେବେ ଏହାର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଫୈଜାବାଦରେ ଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଏହି ଭୂକମ୍ପର ତୀବ୍ରତା ୬.୨ ରହିଛି। ଏହି ଭୂକମ୍ପ ଯୋଗୁ ଆଫଗାନିସ୍ତାନ ଓ ପାକିସ୍ତାନରେ ଅଧିକ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନ୍ସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି। ଦିଲ୍ଲୀ ସହ ହରିୟାଣା, ପଞ୍ଜାବ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶରେ ମଧ୍ୟ ଏହି ଭକମ୍ପ ଝଟକା ଅନୁଭୂତି ହୋଇଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ।
ସୂଚନା ଅନୁସାରେ ବିଗତ କିଛି ଦିନ ହେବ ଦିଲ୍ଲୀ-ଏନସିଆରରେ କ୍ରମାଗତ ଭାବରେ ଭୂକମ୍ପ ଝଟକା ଅନୁଭୂତ ହେଉଛି। ଭୂକମ୍ପ ଦୃଷ୍ଟିରୁ ଦିଲ୍ଲୀ ଅନ୍ୟତମ ସମ୍ବେଦନଶୀଳ ସ୍ଥାନ, ତେଣୁ କିଛି ଦିନ ବ୍ୟବଧାନ ମଧ୍ୟରେ ଦିଲ୍ଲୀରେ ବାରମ୍ବାର ଝଟକା ଅନୁଭବ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)