Advertisment

ପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଥିଲେ ବାପା; ଭାଇରାଲ ହେଲା ଭିଡିଓ, ଗଣିଲେ ଜରିମାନା

ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍‌ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Traffic police

Traffic police

ଆପଣ କୁନିପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଛନ୍ତି କି ? ଅନେକ ସମୟରେ ବାପାମାନେ ମଜାରେ ପିଲାମାନଙ୍କୁ ଏଭଳି ଗାଡ଼ି ଶିଖାଉଥିବା ନଜରକୁ ଆସେ। ତେବେ ଏଭଳି କରନ୍ତୁ ନାହିଁ। ଏହା ଆକସ୍ମିକ ଦୁର୍ଘଟଣାକୁ ଆମନ୍ତ୍ରଣ କରିବା ସହ ଆପଣଙ୍କୁ ଗଣିବାକୁ ପଡ଼ିପାରେ ମୋଟା ଅଙ୍କର ଜରିମାନା। ଏମିତି ଏକ ଘଟଣା ବେଙ୍ଗାଲୁରୁ ସହରରେ ଘଟିଛି ଆଉ ଯେଉଁଠି ବିଚରା ବାପାକୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଛି। 

Advertisment

ଗାଡ଼ି ଶିଖୁଥିଲା ଛୋଟ ପୁଅ । କୋଳରେ ବସାଇ ଡ୍ରାଇଭିଂ ଶିଖାଉଥିଲେ ବାପା । ଭାଇରାଲ ହେଲା ଭିଡିଓ । ଜରିମାନା ଆଦାୟ କଲା ଟ୍ରାଫିକ୍‌ ପୋଲିସ । ନିକଟରେ ବେଙ୍ଗାଲୁରୁର ଏକ ବ୍ୟସ୍ତବହୁଳ ଛକରେ ଏପରି ଏକ ଘଟଣା ଘଟିଥିବା ସାମ୍‌ନାକୁ ଆସିଛି । ପିଲାଟିର ବାପା ମହିନ୍ଦ୍ରା ଥର୍ ଚଳାଉଥିବାବେଳେ ପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଥିବା ଦେଖିବାକୁ ମିଳିଛି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଯାହାକି ଟ୍ରାଫିକ୍‌ ନିୟମର ଖୋଲା ଉଲ୍ଲଂଘନ ।

ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍‌ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ । ଯାହାକୁ ନେଇ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଏକ ଛୋଟ ପୁଅକୁ କୋଳରେ ବସାଇ ଗାଡ଼ିର ଷ୍ଟିଅରିଂ ଧରାଉଛନ୍ତି । ପରେ ପରେ ଧିରେ ଧିରେ ଗାଡ଼ି ଆଗକୁ ଗଡ଼ୁଛି । ପରେ ପରେ ସ୍ୱାଭାବିକ ଭାବେ ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲୁଛି । ଆଉ ଗାଡ଼ି ଆଗରେ ଅନେକ ଗାଡ଼ି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଭିଡିଓଟି ସୋସିଆଲ ମିଡିଆରେ ଟ୍ୱିଟ୍‌ କରାଯିବା ସହ ବେଙ୍ଗାଲୁରୁ ସିଟି ପୋଲିସ ଏବଂ ଟ୍ରାଫିକ୍‌ ପୋଲିସକୁ ଟ୍ୟାଗ୍‌ କରାଯାଇଛି । ଯାହାଫଳରେ ଏହାର ତଦନ୍ତ କରାଯିବା ସହ ନିୟମ ଉଲ୍ଲଂଘନକାରୀ ବାପାଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି ।

Bengaluru Traffic Police Father
Advertisment
Advertisment