• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

OIL India Limited ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁପରିଣ୍ଟେଣ୍ଡେଣ୍ଟ୍ ମେଡିକାଲ୍ ଅଫିସର, ସିନିୟର ଅଫିସର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନକୁ କରିବାକୁ କୁହାଯାଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆବେଦନର ଶେଷ ତାରିଖ ଜାନୁଆରୀ ୨୯ ତାରିଖ ରହିଛି ।

କେତେ ରହିଛି ଆବେଦନ ଶୁକ୍ଳ ?

ଏଥିପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନଙ୍କୁ ୫୦୦ ଟଙ୍କା ଦେବାକୁ ହେବ । ଏହି ଶୁଳ୍କ କେବଳ ଜେନେରାଲ ଓ ଓବିସି ବର୍ଗ ଲୋକଙ୍କ ପାଇଁ ରଖାଯାଇଛି । SC / ST / PwBD / EWSଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଶିକ୍ଷକ ପଦବୀ ପାଇଁ ଚାଲିଛି ଆବେଦନ; ସୁଯୋଗ ହାତଛଡା କରନ୍ତୁ ନାହିଁ

କେତେ ରହିଛି ପଦବୀ ?

OIL India Limited ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମୋଟ୍‌ ୧୦୨ଟି ପଦବୀ ରହିଛି । ସେଥିମଧ୍ୟରୁ ୪ଟି ସୁପରିଣ୍ଟେଣ୍ଡେଣ୍ଟ୍ ଇଞ୍ଜିନିୟର ଓ ୯୭ ଜଣ ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ରହିଛି । କେବଳ ଗୋଟିଏ ପଦବୀ Confidential Secretary ରହିଛି ।

କିପରି କରିବେ ଆବେଦନ ?

ଏହି ସମସ୍ତ ପଦବୀ ପାଇଁ ଆପଣଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେବ । Oil-india.comର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍‌ କରିବା ପରେ ପ୍ରଥମ ପେଜ୍‌ର କ୍ୟାରିଅର୍ ଟ୍ୟାବ୍ ଉପରେ କ୍ଲିକ୍ କରିବେ । ପରେ, ଆପଣ ସୂଚନା ଅନୁସାରେ ସମସ୍ତ ତଥ୍ୟ ଦେବା ସହ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିପାରିବେ ।