• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିମାନ ସିଟରେ ନାହିଁ କୁସନ । ଫଳରେ ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ଦେଖା ଦେଇଥିଲା । ଏପରି ଏକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରା ହେବାରେ ଲାଗିଛି । ଏନେଇ ଜଣେ ମହିଳା ଯାତ୍ରୀ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, ପ୍ରଥମେ ବସିବାକୁ ଅପେକ୍ଷା କରିବାକୁ ପଡ଼ିଥିଲା । ପରେ ବିମାନ ମଧ୍ୟ ପାଖାପାଖି ୯୦ ମିନିଟ ବିଳମ୍ୱ ଥିଲା ।

ଏହାକୁ ନେଇ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିୂା ପରେ ଝଡ଼ ସୃଷ୍ଟି ହୋଇଥିଲା । X ରେ ରେଭ୍ସ ନାମକ ଜଣେ ଯାତ୍ରୀ ଲେଖିଛନ୍ତି କି, ଇଣ୍ଡିଗୋ ବିମାନରେ ସିଟ୍ ନାହିଁ । ସିଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ସିଟ ମିଳିବା ପରେ ହିଁ ବସିବାକୁ ମିଳିବ । ଏହା ମଧ୍ୟରେ ବିମାନ ମଧ୍ୟ ୯୦ ମିନିଟ ବିଳମ୍ବ ହୋଇ ସାରିଛି ।

ଏପରି ଅଭିଯୋଗ ପରେ ଇଣ୍ତିଗୋ ପକ୍ଷରୁ ସଂପୃକ୍ତ ଯାତ୍ରୀଙ୍କର PNR ନମ୍ବର ମଗାଯାଇଛି । ଏହା ସହ ଏପରି ଘଟଣା ପାଇଁ ଯାତ୍ରୀଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଛି ଇଣ୍ତିଗୋ । ଏହି ପୋଷ୍ଟ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି ।

ୟୁଜର୍ସମାନେ ଇଣ୍ତିଗୋ କମ୍ପାନୀକୁ ମନଇଚ୍ଛା ଗାଳି ଦେଉଛନ୍ତି । ଜଣେ ୟୁଜର୍ସ କହିଛନ୍ତି, ଇଣ୍ତିଗୋର ସେବା ଅତ୍ୟନ୍ତ ନିମ୍ନମାନର । ଅନ୍ୟ ଜଣେ ୟୁଜର୍ସ BYOS ବୋଲି କମେଣ୍ଟ ଦେଇଛନ୍ତି । ଅର୍ଥାତ୍ Buy Your Own Seat (ନିଜ ସିଟ୍ ନିଜେ କିଣ) । ଗତ ନଭେମ୍ବରରେ, ଇଣ୍ଡିଗୋ ବିମାନରେ ପୁଣେରୁ ନାଗପୁର ଅଭିମୁଖେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏପରି ଅବସ୍ଥା ଭୋଗିଥିଲେ ।