ଖୁବ୍ ଶୀଘ୍ର ଖାଇବା ତେଲ ଦର କମିବ। ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍ ଅଏଲସ୍ (ଅଏଲ ପାମ୍) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।
ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି।
ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ପୃଥିବୀ ଏବଂ ଆମର ସୌର ପ୍ରଣାଳୀର ଜନ୍ମ ରହସ୍ୟ ଜାଣିବା ପାଇଁ ଆମ ଜ୍ୟୋତିର୍ବିଜ୍ଞାନୀମାନଙ୍କର ବହୁତ ଆଶା ଅଛି। ଏଥିରୁ ସେମାନେ ଏହିପରି ଅନେକ ପ୍ରଶ୍ନର ଉତ୍ତର ପାଇପାରିବେ ଯାହା କେବଳ ଜୀବନର ଉତ୍ପତ୍ତି ବିଷୟରେ କହିପାରିବ ତାହା ନୁହେଁ ବରଂ ଆମର ବର୍ତ୍ତମାନ ଜୀବନର ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରିବ।
ଅଲିମ୍ପିକ୍ସ ହିରୋଙ୍କୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଅନ୍ୟ ଅଲିମ୍ପିଆନ୍ସଙ୍କୁ ଭେଟିଥିଲେ । ତେବେ ଏହାରି ଭିତରେ ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ବାର୍ତାଳାପର କିଛି ଅଂଶ ।
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ।
ପୁଣି ଲପିଜି ଗ୍ୟାସ ଦର ବୃଦ୍ଧି ପାଇଛି। ଦେଢ ବର୍ଷ ମଧ୍ୟରେ ୧୧ ଥର ରୋଷେଇ ଗ୍ୟାସ ବୃଦ୍ଧି ପାଇଲାଣି । ଏଲପିଜି ଗ୍ୟାସ ବୃଦ୍ଧି ପାଇବାରୁ ରୋଷେଇ ଘର ବଜେଟ ଉପରେ ଚାପ ବଢି ଯାଇଛି।
କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।
ତାଲିବାନୀଙ୍କୁ ସମର୍ଥନ କରି ବୟାନ ଦେଇଥିବା ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ଡା.ଶଫିଫୁର ରହମାନ ବର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୁପ୍ରିମକୋର୍ଟ ଆଜି ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ସୈନିକ ସ୍କୁଲ ଏବଂ ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଲିଙ୍ଗଗତ ବାଛ ବିଚାରକୁ ସେନାକୁ ଭର୍ତ୍ସନା କରିଛନ୍ତି ।
ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି।
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।
ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବେ ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନୀ ଶାସକ । ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ପୁଣିଥରେ ସାମ୍ନାକୁ ଆସିଛି ତାଲିବାନୀ ବର୍ବରତା ।
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା।
କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି।
ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍ରେ ଘଟିଥିଲା।
ତାଲିବାନ୍ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
ମେଦବହୁଳତାକୁ ଏବେ ସାରା ବିଶ୍ୱ ଚିନ୍ତାରେ। ତେବେ ଏଥିପାଇଁ ମେଟାବୋଲିଜିମ୍ର ମନ୍ଥରତା ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଅଧିକାଂଶ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ଆମେ ଭାବୁ ଯେ ଏହା କେବଳ ମାନବ କ୍ଷେତ୍ରରେ ହୋଇଥାଏ। କିନ୍ତୁ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଡଲଫିନ୍ ସହିତ ମଧ୍ୟ ଏଭଳି ହୋଇଥାଏ। ଡ୍ୟୁକ୍ ୟୁନିଭର୍ସିଟିର ଅନୁସନ୍ଧାନରୁ ଜଣାପଡିଛି ଯେ ବଟଲନୋଜ୍ ଡଲଫିନ୍ମାନେ ବୟସ ଅନୁସାରେ କମ୍ ହାରରେ କ୍ୟାଲୋରୀ ବର୍ଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି।
ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।
ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ।
ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?
ରାଜସ୍ଥାନର ଅଜ୍ମେର୍ରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ ଜଣ। ଆଜି ସକାଳୁ ହିଁ ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସହରର ଆଦର୍ଶ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ୨ ଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏହେ ତୀବ୍ର ଥିଲା ଯେ, ଉଭୟ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଟ୍ରେଲରରେ ଥିବା ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି
ବୁଲ୍ରୁ ଉଡ଼ାଣ ଭରିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ ଗୁଜରାଟ ଜାମନଗରରେ ପହଞ୍ଚିଛି ଥିବା ନେଇ ସୂଚନା ମିଳିଛି। ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା
ଏଣିକି ଚାଷୀମାନଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର ଟଙ୍କା। ମୋଟ୍ ଉପରେ PM kisan Samman Nidhi ଯୋଜନାରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ତେବେ ବର୍ଦ୍ଧିତ ଟଙ୍କା ଖୁବ୍ଶୀଘ୍ର ମିଳିବ ବୋଲି ସୂଚନା ରହିଛି। ଜାତୀୟ ଗଣାମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ହେଉଛି କି PM kisan Samman Nidhi ଯୋଜନାରେ ମିଳୁଥିବା ଟଙ୍କାକୁ ଦ୍ୱିଗୁଣିତ କରାଯିବ।