• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

News Highlights

  • ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଯୁବ ଇଂଜିନିୟର୍‌

  • ବଖାଣିଲେ ଆଫଗାନର ୫ ବର୍ଷର ଅଭିଜ୍ଞତା

  • ନାରୀମାନଙ୍କର କୌଣସି ସ୍ୱାଧୀନତା ନ ଥିବା କହିଲେ

ଭୁବନେଶ୍ୱର : ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ। ମହିଳାଙ୍କ ସ୍ୱାଧୀନତା ବୋଲି କିଛି ନାହିଁ, ତାଲିବାନ ଯୌନ ଶୋଷଣ କରନ୍ତି। ତାଲିବାନ ପଟୁ ଆକ୍ରମଣ ହେଲେ ଆଗୁଆ ସାଇରନ ବାଜି ଉଠେ ଆମେ ବଙ୍କର ଭିତରକୁ ପଶିଯାଉ, ବେଳେ ବେଳେ ଦେଢ଼ ଦିନ ରହିଥାଉ। ତାଲିବାନ ଆମେରିକା ସେନାକୁ ଡରୁଥିଲେ ବୋଲି କହିଲେ ମନୋରଞ୍ଜନ। ସେନା ପ୍ରତ୍ୟାହାର ଯୋଗୁଁ ୩୦/୪୦ ହଜାର ଭାରତୀୟ ବେକାର ହେଲେ।

ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପରେ ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପରେ କାମ କରୁଥିବା ଅନେକ ଓଡିଆ ଘରକୁ ଫେରିଆସିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡ଼ାର ମନୋରଂଜନ ସାହୁ। ସେ ବାଗ୍ରାମ୍‌ରେ ଥିବା ବେସ୍ କ୍ୟାମ୍ପ୍‌ରେ ପ୍ରାୟ ୫ ବର୍ଷ ଧରି କାର୍ଯ୍ୟରତ ଥିଲେ। ୩ ମାସ ତଳେ ସେ ନିଜ ଗାଁକୁ ଫେରିଛନ୍ତି। କେବଳ ମନୋରଂଜନ ନୁହଁନ୍ତି ତାଙ୍କ ଭଳି କେନ୍ଦ୍ରାପଡ଼ାର ପ୍ରାୟ ୨୫ ଜଣ ଯୁବକ ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପ୍‌ରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ। ତେବେ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପରେ ଏମାନେ ସମସ୍ତେ ସ୍ୱଦେଶ ଫେରିଆସିଛନ୍ତି। ସେମାନଙ୍କ ଆଫଗାନିସ୍ତାନ ରହଣୀ ସମୟରେ କିଭଳି ଥିଲା ଅନୁଭୂତି, ତାଲିବାନଙ୍କ ବର୍ବରତା କାହାଣୀ ସେସବୁ ବର୍ଣ୍ଣନା କରିଛନ୍ତି ମନୋରଂଜନ।

ପ୍ରକାଶଥାଉ ଯେ ତାଲିବାନର ବର୍ବରତାକୁ ମନେପକେଇ ସାରା ଆଫଗାନବାସୀ ଭୟରେ ଥରୁଥିବାବେଳେ ମଙ୍ଗଳବାର ପ୍ରଥମ ଥର ପାଇଁ ତାଲିବାନ ପକ୍ଷରୁ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଏଥିରେ ତାଲିବାନ ନିଜ ଛବି ସୁଧାରିବାକୁ ଚାହୁଁଥିବା ପରି ମନେହେଉଥିଲା । ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ ଅଧିକାର ଦେବା ଲାଗି ତାଲିବାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିବା ସହ ସମସ୍ତ ଦୂତାବାସର ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏପରିକି ତାଲିବାନ ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବ ନାହିଁ ବୋଲି କହିଥିଲା। ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ପୁଣି ତାଲିବାନୀ ବର୍ବରତା ସାମ୍ନାକୁ ଆସିଛି।

ତାଲିବାନ ଭୟରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାଇବାକୁ ଚାହୁଁଥିବାବେଳେ ଜଣେ ୨୫ ବର୍ଷୀୟ ଯୁବତୀ ତାଲିବାନୀ ବର୍ବରତାର ଶିକାର ହୋଇଛି। ଯୁବତୀଙ୍କ କହିବା ଅନୁଯାୟୀ ଏହି ଘଟଣା ଜୁଲାଇ ୧୨ ତାରିଖର।

ନାଜିଆ(ଛଦ୍ମନାମ) ନାମ୍ନୀ ଜଣେ ମହିଳା ନିଜର ୩ ଜଣ ଛୋଟ ଛୋଟ ପୁଅ ଓ ଗୋଟିଏ ଝିଅ ସହ ଉତ୍ତରୀ ଆଫଗାନିସ୍ଥାନର ଏକ ଛୋଟ ଗାଁରେ ରହୁଥିଲେ। ତାଲିବାନ ସେନାମାନେ ତାଙ୍କ ଘରେ ଜବରଦସ୍ତ ପଶି ତାଙ୍କୁ ହତ୍ୟା କରିଥିଲେ। ନାଜିଆଙ୍କ ୨୫ ବର୍ଷୀୟ ଝିଅ ମନୀଜା କହିଛନ୍ତି, ପ୍ରାୟ ୧୫ ଜଣ ତାଲିବାନୀ ତାଙ୍କ ଘରକୁ ଧସେଇ ପଶିଥିଲେ ଏବଂ ମା’ଙ୍କୁ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ବାଧ୍ୟ କରିଥିଲେ। ମା’ ଖୁବ ଭୟଭୀତ ହୋଇପଡ଼ିଥିଲେ। ତଥାପି ସେ କହିଥିଲେ ଯେ ସେ ବହୁତ ଗରିବ। ଏତେ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ କରିପାରିବେ ନାହିଁ। ଏହା ପରେ ତାଲିବାନମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ତାଙ୍କର ମା’ ତଳେ ପଡ଼ିଗଲେ। ପରେ ତାଲିବାନୀମାନେ ଏକେ-୪୭ରେ ଗୁଳି କରିଥିଲେ।’ ମନୀଜା ଯେତେବେଳେ ତାଲିବାନୀ ସେନାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ସେମାନେ ଘର ଉପରକୁ ଗ୍ରେନେଡ୍‌ ଫିଙ୍ଗି ଦେଇଥିଲେ। ଘରେ ନିଆଁ ଲାଗିଯାଇଥିଲା। ନିଆଁ ଭିତରେ ସେମାନେ ଛଟପଟ ହେଉଥିବାବେଳେ ସେମାନେ ସେହି ସ୍ଥାନରୁ ଚାଲି ଯାଇଥିଲେ। ଏହି ଘଟଣାରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା।