• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ମାନବିକ ଅଧିକାରର ଉଲ୍ଲଂଘନ, ଦୁଷ୍କର୍ମ, ହତ୍ୟା ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଅଭିଯୋଗରେ ଅଦାଲତଙ୍କ ତଦାରଖରେ ସିବିଆଇ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ସମସ୍ତ ମାମଲାର ତଦନ୍ତ ଭାର ଏସଆଇଟିକୁ ହସ୍ତାନ୍ତର କରିଛନ୍ତି ହାଇକୋର୍ଟ ।

ବେଞ୍ଚ କହିଛନ୍ତି କୋର୍ଟଙ୍କ ଦ୍ୱାରା ଏସଆଇଟି ଉପରେ ମଧ୍ୟ ନଜର ରଖାଯିବ। ଏହି ମାମଲାର ଶୁଣାଣି କରୁଥିବା କାର୍ଯ୍ୟବାହକ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ କହିଛନ୍ତି , ବିଭିନ୍ନ ନିଷ୍ପତ୍ତି ନିଆଯାଇଛି କିନ୍ତୁ ସମସ୍ତେ ଏଥିରେ ସହମତ ଅଛନ୍ତି । ଅଦାଲତରେ ଅନେକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ ଲୋକଙ୍କୁ ମାଡ଼ ମାରିବା , ଘରୁ ପଳାଇବାକୁ ବାଧ୍ୟ କରିବା ସହ ସେମାନଙ୍କ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ଏହି ଅଭିଯୋଗ ଆଧାରେ ନିରପେକ୍ଷ ତଦନ୍ତ ଦାବି କରାଯାଇଛି ।

ଅଗଷ୍ଟ ୩ରେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା ଏବଂ ହାଇକୋର୍ଟ ଏହି ରାୟ ସଂରକ୍ଷିତ ରଖିଥିଲେ । କାର୍ଯ୍ୟବାହକ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଯେଉଁଥିରେ ଜଷ୍ଟିସ୍ ଆଇପି ମୁଖାର୍ଜୀ, ହରିଶ ଟଣ୍ଡନ୍, ସୋମେନ୍ ସେନ୍ ଏବଂ ସୁବ୍ରତ ତାଲୁକଦାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ବେଞ୍ଚ ପ୍ରଥମେ "ନିର୍ବାଚନୀ ପରବର୍ତ୍ତୀ ହିଂସା" ସମୟରେ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ NHRC ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଦାଖଲ କରିବା ପରେ ଅକ୍ଟୋବର ୨୪ରେ ପରବର୍ତ୍ତୀ ଶୁଣାଣି ହେବ।