Advertisment

ତାଲିବାନଙ୍କ ବର୍ବର କାଣ୍ଡ: ଘରେ ପଶି ଖାଇବାକୁ ମାଗିଲେ, ନ ଦେଲାରୁ....

ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବେ ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନୀ ଶାସକ । ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ପୁଣିଥରେ ସାମ୍ନାକୁ ଆସିଛି ତାଲିବାନୀ ବର୍ବରତା ।

author-image
Minati Mishra
ଅଦ୍ୟତନ ହୋଇଛି
ତାଲିବାନଙ୍କ ବର୍ବର କାଣ୍ଡ: ଘରେ ପଶି ଖାଇବାକୁ ମାଗିଲେ, ନ ଦେଲାରୁ....

talibani militants in afghanistan

କାବୁଲ: ତାଲିବାନର ବର୍ବରତାକୁ ମନେପକାଇ ସାରା ଆଫଗାନବାସୀ ଭୟରେ ଥରୁଥିବାବେଳେ ମଙ୍ଗଳବାର ପ୍ରଥମ ଥର ପାଇଁ ତାଲିବାନ ପକ୍ଷରୁ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଏଥିରେ ତାଲିବାନ ନିଜ ଛବି ସୁଧାରିବାକୁ ଚାହୁଁଥିବା ପରି ମନେ ହେଉଥିଲା । ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ  ଅଧିକାର ଦେବା ଲାଗି ତାଲିବାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିବା ସହ ସମସ୍ତ ଦୂତାବାସର ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏପରିକି ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବେ ନାହିଁ ବୋଲି କହିଥିଲେ। ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ପୁଣି ତାଲିବାନୀ ବର୍ବରତା ସାମ୍ନାକୁ ଆସିଛି। 

Advertisment

ତାଲିବାନ ଭୟରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାଇବାକୁ ଚାହୁଁଥିବାବେଳେ ଜଣେ ୨୫ ବର୍ଷୀୟ ଯୁବତୀ ତାଲିବାନୀ ବର୍ବରତାର ଶିକାର ହୋଇଛି। ଯୁବତୀଙ୍କ କହିବା ଅନୁଯାୟୀ ଏହି ଘଟଣା ଜୁଲାଇ ୧୨ ତାରିଖର। 

ନାଜିଆ(ଛଦ୍ମନାମ) ନାମ୍ନୀ ଜଣେ ମହିଳା ନିଜର ୩ ଜଣ ଛୋଟ ଛୋଟ ପୁଅ ଓ ଗୋଟିଏ ଝିଅ ସହ ଉତ୍ତରୀ ଆଫଗାନିସ୍ଥାନର ଏକ ଛୋଟ ଗାଁରେ ରହୁଥିଲେ। ତାଲିବାନ ସେନାମାନେ ତାଙ୍କ ଘରେ ଜବରଦସ୍ତ ପଶି ତାଙ୍କୁ ହତ୍ୟା କରିଥିଲେ। ନାଜିଆଙ୍କ ୨୫ ବର୍ଷୀୟ ଝି ମନୀଜା କହିଛନ୍ତି, ପ୍ରାୟ ୧୫ ଜଣ ତାଲିବାନି ତାଙ୍କ ଘରକୁ ଧସେଇ ପଶିଥିଲେ ଏବଂ ମା’ଙ୍କୁ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ବାଧ୍ୟ କରିଥିଲେ। 

Advertisment

CNNକୁ ସାକ୍ଷାତ ଦେଇ ମନୀଜା କହିଛନ୍ତି, ‘ମା’ ଖୁବ ଭୟଭୀତ ହୋଇ ପଡ଼ିଥିଲେ। ତଥାପି ସେ କହିଥିଲେ, ମୁଁ ବହୁତ ଗରିବ। ଏତେ ଲୋକଙ୍କ ପାଇଁ କେଉଁଠୁ ଖାଦ୍ୟ ଆଣିବି ? ଏତିକି ଶୁଣିବା ପରେ ତାଲିବାନମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ତାଙ୍କର ମା’ ତଳେ ପଡ଼ିଗଲେ। ପରେ ତାଲିବାନୀମାନେ ଏକେ-୪୭ରେ ଗୁଳି କରିଥିଲେ।’ ମନୀଜା ଯେତେବେଳେ ତାଲିବାନୀ ସେନାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ସେମାନେ ଘର ଉପରକୁ ଗ୍ରେନେଡ ଫିଙ୍ଗି ଦେଇଥିଲେ। ଘରେ ନିଆଁ ଲାଗିଯାଇଥିଲା। ନିଆଁ ଭିତରେ ସେମାନେ ଛଟପଟ ହେଉଥିବାବେଳେ ସେମାନେ ସେହି ସ୍ଥାନରୁ ଚାଲି ଯାଇଥିଲେ। ଏହି ଘଟଣାରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା। 

ଏହି ଘଟଣାର ଅଳ୍ପଦିନ ପରେ ତାଲିବାନୀମାନେ ଆଫଗାନିସ୍ଥାନ କ୍ଷମତାକୁ ନିଜ ହାତକୁ ନେଇଛନ୍ତି। ତେଣୁ ସେମାନେ କିପରି ଶାସନ କରିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏଠି କହିରଖିବୁ, ତାଲିବାନୀମାନେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଶାସନ କ୍ଷମତା ନିଜ ହାତରେ ରଖିଥିଲେ। ଏହି ସମୟରେ ସେମାନେ ଝିଅମାନଙ୍କର ସ୍କୁଲ ବନ୍ଦ କରି ଦେଇଥିଲେ ଏବଂ ମହିଳାଙ୍କ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୨୦୦୧ରେ ଆମେରିକା ଦଖଲ କରିବା ପରେ ମହିଳାଙ୍କ ଉପରେ ପ୍ରତିବନ୍ଧକ କୋହଳ କରି ଦିଆଯାଇଥିଲା।
.

Afghanistan Taliban Militants
Advertisment
Advertisment