Farmer
ନୂଆଦିଲ୍ଲୀ: ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଚାଷୀଙ୍କ ଲାଗି ବଡ଼ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଏଣିକି ଚାଷୀମାନଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର ଟଙ୍କା। ମୋଟ୍ ଉପରେ PM kisan Samman Nidhi ଯୋଜନାରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ତେବେ ବର୍ଦ୍ଧିତ ଟଙ୍କା ଖୁବ୍ଶୀଘ୍ର ମିଳିବ ବୋଲି ସୂଚନା ରହିଛି। ଜାତୀୟ ଗଣାମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ହେଉଛି କି PM kisan Samman Nidhi ଯୋଜନାରେ ମିଳୁଥିବା ଟଙ୍କାକୁ ଦ୍ୱିଗୁଣିତ କରାଯିବ। ଆଉ ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଚାଷୀ ଭାଇଙ୍କ ଆକାଉଣ୍ଟକୁ ଏବେ ୬ ହଜାର ଟଙ୍କା ଯିବା ପରିବର୍ତ୍ତେ ୧୨ ହଜାର ଟଙ୍କା ଯିବ। ଯାହାଦ୍ୱାରା ସିଧାସଳଖ ଭାବରେ ଚାଷୀ ଭାଇମାନେ ଲାଭ ପାଇପାରିବେ।
ପୂର୍ବରୁ ମିଳୁଥିଲା ୬ ହଜାର ଟଙ୍କା
ଚାଷୀ ଭାଇଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ PM kisan Samman Nidhi ଯୋଜନା କରାଯାଇଛି। ଯେଉଁଥିରେ ଚାଷୀମାନେ ବାର୍ଷିକ ୬ ହଜାର ଟଙ୍କା ପାଇଥାଆନ୍ତି। ତେବେ ବିହାର କୃଷି ମନ୍ତ୍ରୀ ଅମରନ୍ଦ୍ର ପ୍ରତାପ ସିଂ ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ କିଷାନ ସମାନ୍ ନିଧି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣକୁ ଦୁଇଗୁଣ କରିବା ପାଇଁ ଆଲୋଚନା କରାଯାଇଥିଲା। ଆଉ ତାହାକୁ କେନ୍ଦ୍ର ମାନିନେଇଥିବା ଚର୍ଚ୍ଚା ହୋଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
Also Read
କେତେ କିସ୍ତିରେ ମିଳିବ ଟଙ୍କା?
ପ୍ରଧାନମନ୍ତ୍ରୀ କିଷାନ୍ ସମାନ୍ ନିଧି ଯୋଜନା ଅଧୀନରେ ବାର୍ଷିକ ୬ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଏ । ଏହି ଟଙ୍କା ୩ କିସ୍ତିରେ ଚାଷୀମାନଙ୍କୁ ପଠାଯାଏ । ପ୍ରତ୍ୟେକ କିସ୍ତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ହଜାର ଟଙ୍କା ପଠାଯାଏ । ପ୍ରତି ୪ ମାସରେ ଗୋଟିଏ ଗୋଟିଏ କିସ୍ତି ଆସେ । ପିଏମ କିସାନ ପୋର୍ଟାଲ ଅନୁଯାୟୀ ଏହି ଯୋଜନାର ପ୍ରଥମ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥାଏ ସେହିପରି ଦ୍ୱିତୀୟ କିସ୍ତି ଏପ୍ରିଲ ୧ ରୁ ଜୁଲାଇ ୩୧ ମଧ୍ୟରେ କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଥାଏ। ଏହାସହ ତୃତୀୟ କିସ୍ତି ଅଗଷ୍ଟ ୧ ରୁ ନଭେମ୍ବର ୩୦ ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥାଏ।
କେବେ ଆରମ୍ଭ ହୋଇଥିଲା ଯୋଜନା?
ମୋଦୀ ସରକାର ୨୪ ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ୍ ସମାନ୍ ନିଧି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ସରକାର କ୍ଷୁଦ୍ର ଚାଷୀଙ୍କୁ ତିନୋଟି କିସ୍ତିରେ ପ୍ରତିବର୍ଷ ୬ ହଜାର ଟଙ୍କା ଦେଉଛନ୍ତି। ପ୍ରଥମ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସେ। ତେବେ ଏହି ଯୋଜନାରେ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)