ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି।
ଆଫଗାନିସ୍ତାନ କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି କରିବାରେ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା ।
ପିଏଚ୍ଡି ପଢିଥିବା ସ୍କଲାରଙ୍କୁ ହଟାଇ ବିଏ ପାସ୍ ପଢିଥିବା ଲୋକକୁ ବିଶ୍ୱବିଦ୍ୟାଳୟର ଭିସି କଲା ତାଲିବାନୀ । ଏହା ପରେ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଜଣ କର୍ମଚାରୀ ଇସ୍ତଫା ଦେଇଛନ୍ତି ।
ବନ୍ଧୁକ ମୁନରେ କ୍ଷମତାକୁ ଆସିଲେ କିନ୍ତୁ ଏବେ କାଣ୍ଡ କାରନାମା ଦେଖିଲେ ଲାଗୁଛି ଯେପରି ଏମାନେ କ୍ଷମତାରେ ରହିବା ଯୋଗ୍ୟ ବି ନୁହେଁ । ଆଫଗାନିସ୍ତାନରେ ତାଲିବାନ୍ଙ୍କ ଗୋଟିଏ ପରେ ପରେ ଗୋଟିଏ କାର୍ଯ୍ୟକଳାପ ସେମାନଙ୍କ ମାନସିକ ସ୍ଥିତିକୁ ସାମ୍ନାକୁ ଆଣୁଛି ।
ଆଫଗାନିସ୍ତାନ ଆଜି ତାଲିବାନୀଙ୍କ କବ୍ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରବା ପରେ ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେଇଛନ୍ତି। ତାଲିବାନୀ ଆତଙ୍କରେ ଥରହର ହେଉଛନ୍ତି ଆଫଗାନବାସୀ। ଏଥିପାଇଁ ବାଇଡେନଙ୍କୁ ଦୋଷ ଦେଇ ତାଲିବାନ ବେଶରେ ସଜାଇଲେ ଆମେରିକାବାସୀ।
ବାସ୍ତବରେ ତାଲିବାନ୍ ସରକାରର ସର୍ବୋଚ୍ଚ ନେତା ମୁଲ୍ଲା ହବତୁଲ୍ଲା ଅଖନ୍ଦଜାଦା ଏବଂ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର ନିଖୋଜ ଥିବା ଶୁଣିବାକୁ ମିଳୁଛି । କାରଣ ଦୀର୍ଘଦିନ ଧରି ଏହି ଦୁଇ ନେତା ସର୍ବସାଧାରଣରେ ଦେଖିବାକୁ ମିଳୁନାହାନ୍ତି।
ତାଲିବାନକୁ ହାତ କରି ଆଫଗାନିସ୍ତାନରେ ନିଜର ରାଜ ଚଳାଇବା ପାଇଁ ମସୁଧା କରିଥିବା ପାକିସ୍ତାନର ଚାଲ ଫସର ଫାଟି ଯାଇଛି। ତାଲିବାନିଙ୍କୁ ସହାୟତାର ହାତ ବଢାଇ ସେଠିକାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ଯୋଜନା ରଖିଥିଲା। ହେଲେ ପାକିସ୍ତାନର ଏପରି ପ୍ରସ୍ତାବକୁ ତାଲିବାନ ଅଗ୍ରାହ୍ୟ କରି ଦେଇଛି।
ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଆଫଗାନିସ୍ତାନରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକେ ଭୟ ଓ ଆତଙ୍କରେ ଅଛନ୍ତି । ତାଲିବାନ ନିଜ ପୂର୍ବ ଭାବମୂର୍ତ୍ତି ବଦଳାଇବ ବୋଲି ଯେତେ କହିଲେ ବି କ୍ରୁରତା ପଦାକୁ ବାହାରି ଆସୁଛି। ଗୋଟିଏ ପଟେ ତାଲିବାନୀ ନିର୍ଯାତନା ଅନ୍ୟପଟେ ଭୁଶୁଡ଼ି ପଡ଼ିଥିବ ଆର୍ଥିକ ସ୍ଥିତି।
ଆଫଗାନିସ୍ତାନର ପଞ୍ଜଶିରରେ ଚାଲିଛି ନର୍ଦ୍ଦନ ଆଲାଏନ୍ସ-ତାଲିବାନ ଘମାଘୋଟ ଯୁଦ୍ଧ । ପଞ୍ଜଶିର ଉପତ୍ୟକାକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ। ତାଲିବାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି ନର୍ଦ୍ଦନ ଆଲାଏନ୍ସ । ଶେଷ ରକ୍ତ ବିନ୍ଦୁ ଯାଏ ମାତୃଭୂମି ପାଇଁ ଲଢ଼େଇ ଜାରି ରହିବ ବୋଲି ଶପଥ କରିଛନ୍ତି ସେମାନେ।
ଆମେରିକୀ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନିମାନେ ଆଫଗାନିସ୍ତାନ ନିଜ କବ୍ଜାକୁ ନେଇ ଯାଇଛନ୍ତି। ପୁଣି ଥରେ ଆଫଗାନିସ୍ତାନରେ ନିଜର ରାଜ୍ ଚଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।
ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଭାରତ ପ୍ରଥମ ଥର ପାଇଁ ଏହି ସଂଗଠନ ସହ କଥାବାର୍ତ୍ତା ଆରମ୍ଭ କରିଛି।
ସୋସିଆଲ ମିଡିଆ ପ୍ରେମରେ ପଡ଼ି ଯାଇଛି ତାଲିବାନ । ଆମେରିକା ଦରକାର ନାହିଁ କି ଆମେରିକୀୟ ସୈନ୍ୟ । ମାତ୍ର ଦରକାର ଆମେରିକୀୟ କଂପାନୀଙ୍କ ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ।
ତାଲିବାନୀମାନଙ୍କର ଭାରତ ସହ କିପରି ସମ୍ପର୍କ ରହିବ ? ତାଲିବାନର ଜଣେ ଶୀର୍ଷ ନେତା କତାରର ରାଜଧାନୀ ଦୋହାରେ କହିଛନ୍ତି, ଭାରତ ଉପମହାଦ୍ୱୀପ ତାଲିବାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ହେଲେ କାହିଁକି ?
ଆମେରିକାର ସେନା ଏବଂ ନୌସେନା ଦ୍ୱାରା ବ୍ୟବହୃତ ବ୍ଲାକହକ୍ ଦୁନିଆର ସର୍ବୋତ୍ତମ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ସାଂସଦ ଜିମ ବ୍ୟାଙ୍କସ୍ କହିଛନ୍ତି ବର୍ତ୍ତମାନେ ଆମେରିକାର ସାମରିକ ଉପକରଣର ୮୫ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି 'ତାଲିବାନ ଅଧୀନରେ । ଏଥିମଧ୍ୟରେ ୭୫ ହଜାର ଯାନ, ୨୦୦ ରୁ ଅଧିକ ବିମାନ, ହେଲିକପ୍ଟର, ୬ ଲକ୍ଷ ଛୋଟ ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ସାମିଲ ରହିଛି
‘ପାକିସ୍ତାନ ଆମର ୨ୟ ଘର ଏବଂ ଆମର ଧର୍ମ ମଧ୍ୟ ଏକ। ତେଣୁ ପାକିସ୍ତାନ ସହ ଆମର ସମ୍ପର୍କ ଭଲ ରହିବ ବୋଲି ଆମେ ଆଶା କରୁଛୁ।’
ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି। ଆଫଗାନିସ୍ତାନରେ ଆରମ୍ଭ ହୋଇ ଯାଇଛି ତାଲିବାନୀଙ୍କ ଆତଙ୍କରାଜ। ମହିଳାମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି।
ତାଲବାନ କବ୍ଜାକୁ ଚାଲିଯିବ କି ପଞ୍ଜଶିର ? ଆତ୍ମସମର୍ପଣ କରିବେ କି ନର୍ଦ୍ଦନ ଆଲାଏନ୍ସ ?
ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ। ଏୟାରପୋର୍ଟ ବାହାରେ ହଜାର ହଜାର ସଂଖ୍ୟକ ଲୋକ ଛିଡା ହୋଇଛନ୍ତି। କୌଣସି ପ୍ରକାରେ ଆଫଗାନିସ୍ତାନରୁ କେହି ତାଙ୍କୁ ବାହାରକୁ ନେଇଯିବେ ସେଥିପାଇଁ ପ୍ରତୀକ୍ଷା କରିଛନ୍ତି।
ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି।
ତାଲିବାନ କ୍ରୁରତାରେ ଥରହର ହେଲାଣି ଆଫଗାନିସ୍ତାନ। ତାଲିବାନ ଆତଙ୍କୀମାନେ କିପରି ମାନବିକତାକୁ ହତ୍ୟା କରୁଛନ୍ତି ତାହାର ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନ ବର୍ବରତାର ଶିକାର ହୋଇଥିବା ଜଣେ ବାହାଦୁର ମହିଳାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ କଣ ହେବ ଖେଳାଳିଙ୍କ ଭବିଷ୍ୟତ? ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଅଶ୍ରଫ ଘନି ସରକାର ଖେଳାଳିଙ୍କୁ ଯେଉଁ ସୁବିଧା ଦେଉଥିଲେ, ସେ ସୁବିଧା ଖେଳାଳିଙ୍କୁ ଆଗକୁ ବି ଉପଲବ୍ଧ ହେବ ତ ? ନାଁ ତାଲିବାନର କ୍ରୁର ଦୃଷ୍ଟିକୁ ଆସିବେ କ୍ରୀଡ଼ାବିତ୍?
ଅନେକ ଦେଶ ଅଛନ୍ତି ଯେଉଁମାନେ ତାଲିବାନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି। ଋଷ, ଚୀନ ଏବଂ ପାକିସ୍ତାନ ପରେ ଏବେ ବ୍ରିଟେନ ତାଲିବାନକୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍।
ତାଲିବାନ ସଂଗଠନର ୭ ସର୍ବୋଚ୍ଚ ନେତାଙ୍କ ଭିତରୁ ଜଣେ- ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ। ତାଲିବାନର ଟପ୍ କମାଣ୍ଡର୍, କାତାର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ । ଏବେ ତାଙ୍କୁ ୬୦ ବର୍ଷ । କେଉଁଠି ତାଲିମ ନେଉଥିଲେ ? କେମିତି ଥିଲା ସେଦିନର ସମୟ।
ଭାରତ-ଆଫଗାନିସ୍ତାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ହେଲେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ସହ ବ୍ୟାବସାୟିକ ସମ୍ପର୍କ ((Export-Import)ଉପରେ ପ୍ରତିବନ୍ଧକ ଲଗାଇଲା।
ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେବା ପୂର୍ବରୁ ଦେଶ ଛାଡି ପଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଅସ୍ରଫ ଘନି। ସାରା ଦେଶରେ ବିଦ୍ୱେଷ ଲାଗି ରହିଥିବାବେଳେ ରାଷ୍ଟ୍ରପତିଙ୍କର ଏପରି ଦେଶ ଛାଡ଼ି ପଳାୟନ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଛନ୍ତି।