• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।

୧୭ ଜାନୁୟାରୀ ୨୦୧୪ ବିଳମ୍ବିତ ରାତ୍ରିରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ମିଳିଥିଲା । ମୃତ୍ୟୁର କିଛି ଦିନ ପୂର୍ବରୁ ସୁନନ୍ଦା ସ୍ୱାମୀ ଶଶି ଥରୁର ଧୋକା ଦେଉଥିବା ଅଭିଯୋଗ ଆଣିଥିଲେ । ଏହାସହ ସ୍ୱାମୀ ତାଙ୍କ ସହ ନିର୍ଦ୍ଦୟ ବ୍ୟବହାର କରିବା ସହ ଯୌତୁମ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ କରିଥିଲେ। ସୁନନ୍ଦାଙ୍କ ମୃତ୍ୟୁ ପରେ ସ୍ୱାମୀ ଶଶି ଥରୁର ତାଙ୍କୁ ମାନସିକ ନିର୍ଯ୍ୟାତନା ତଥା ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଶଶି ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଯେଉଁ ବିଭାଗ ଅଧୀନରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା, ଦୋଷ ପ୍ରମାଣିତ ହୋଇଥିଲେ ଶଶି ଥରୁରଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଆନ୍ତା । ସୁନନ୍ଦା ପୁଷ୍କମରଙ୍କ ହତ୍ୟା ମାମଲା ସେତେବେଳେର ଏକ ହାଇପ୍ରୋଫାଇଲ କେସ୍ ଥିଲା । ୨୯ ସେପ୍ଟେମ୍ବର ୨୦୧୪ରେ ଏମ୍ସ ମେଡିକାଲ ବୋର୍ଡ ସୁନନ୍ଦାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା। ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଥିଲା । ଏପରି ଅନେକ ରାସାୟନିକ ପଦାର୍ଥ ଅଛି ଯାହା ପେଟକୁ ଯିବା ପରେ କିମ୍ବା ରକ୍ତରେ ମିଶିବା ପରେ ବିଷକ୍ରିୟା ଆରମ୍ଭ କରିଥାଏ ବୋଲି କହିଥିଲା ବୋର୍ଡ ।