Advertisment

ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ

ତାଲିବାନ୍‌ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ

meeting of Cabinet Committee

କାବୁଲ: ଆଫଗାନିସ୍ତାନରୁ ସବୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ। ଭାରତ ଆସିବାକୁ ଚାହୁଁଥିବା ସଂଖ୍ୟାଲଘୁଙ୍କୁ ସମସ୍ତ ସହାୟତା ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆଫଗାନିସ୍ତାନ ସ୍ଥିତି ସଂପର୍କରେ ଆଲୋଚନା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସୁରକ୍ଷା ସଂପର୍କିତ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଓ ବୈଦେଶିକ ବ୍ୟାପାର ସଚିବ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ତାଲିବାନ୍‌ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଆଫଗାନିସ୍ତାନରୁ ଭାରତ ଫେରିବାକୁ ୧୬୫୦ରୁ ଅଧିକ ଜଣ ଆବେଦନ କରିଥିବା ଜଣାପଡିଛି।

ସେପଟେ କାବୁଲରୁ ଏକ ସ୍ୱତନ୍ତ୍ର ବିମାନରେ ଆଜି ୧୨୦ରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଛନ୍ତି। ତେବେ ଏମାନଙ୍କ ସହ ଆଫଗାନୀସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରୁଦେନ୍ଦ୍ର ଟଣ୍ଡନ ଓ ଅନ୍ୟ ଦୂତାବାସ କର୍ମଚାରୀଙ୍କୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ତେବେ ଗତକାଲି ମଧ୍ୟରାତିରେ ଏ ନେଇ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବିନକେନଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ପରେ ଭାରତୀୟଙ୍କୁ ଫେରାଇ ଆଣିବା ସହଜ ହେଲା।

Advertisment

ଯେଉଁମାନଙ୍କ ଲାଗି ଏହା ସମ୍ଭବ ହେଲା ସେମାନଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର। ଏମିତିକି କାବୁଲରୁ ବିମାନ ଛାଡ଼ିବାଠାରୁ ଭାରତରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଟି ତଥ୍ୟ ପଚାରି ବୁଝୁଥିଲେ ବୋଲି କହିଛନ୍ତି ଜୟଶଙ୍କର। ଗତକାଲି କାବୁଲ ଏୟାରପୋର୍ଟରେ ଆମେରିକାର ଏକ ବିମାନରେ ଲୋକମାନେ ଯେଉଁଭଳି ବିକଳ ହୋଇ ଚଢ଼ିବାକୁ ଉଦ୍ୟମ କରୁଥିଲେ, ତା ପରର ସ୍ଥିତି ଭାରତୀୟ ମାନଙ୍କୁ ଫେରାଇ ଆଣିବା ପ୍ରକ୍ରିୟାରେ ଅଧିକ ସମସ୍ୟା ସୃଷ୍ଟି କରିଥିଲା। 

India News Afghanistan
Advertisment
Advertisment