• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ତାଲିବାନଙ୍କ ସମର୍ଥନରେ ବୟାନ ଦେବା ସାଂସଦଙ୍କୁ ମହଙ୍ଗା ପଡ଼ିଲା

  • ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତାଲିବାନଙ୍କୁ ତୁଳନା କଲେ

  • କହିଲେ, ତାଲିବାନମାନେ ନିଜ ଦେଶକୁ ମୁକ୍ତ କରିଛନ୍ତି

ଲକ୍ଷ୍ନୌ: ତାଲିବାନୀଙ୍କୁ ସମର୍ଥନ କରି ବୟାନ ଦେଇଥିବା ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ଡା.ଶଫିଫୁର ରହମାନ ବର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା  ରୁଜୁ ହୋଇଛି। ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୫୩ A, 124A, 295A ଅନୁସାରେ ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି। ଉତ୍ତରପ୍ରଦେଶ ସମ୍ଭଳ ନିର୍ବାଚନ ମଣ୍ଡଳିର ଏସପି ସାଂସଦ ଶଫିଫୁର ରହମାନ ତାଲିବାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ସହ ତୁଳନା କରିଛନ୍ତି। ଏହି ବୟାନ ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି। 

ଶଫିଫୁର ରହମାନ କହିଛନ୍ତି, ତାଲିବାନ ନିଜ ଦେଶର ମୁକ୍ତି ପାଇଁ ଲଢୁଥିଲେ। ଆଫଗାନ ଲୋକ ତାଙ୍କ ନେତୃତ୍ୱରେ ସ୍ୱାଧୀନତା ଚାହୁଁଥିଲେ। ନ୍ୟୁଜ ଏଜେନ୍ସି  ANI ସହ ଆଲୋଚନା ବେଳେ ତାଲିବାନଙ୍କୁ ସମର୍ଥନ କରି ବର୍କ କହିଥିଲେ, ଯେତେବେଳେ ଭାରତ ବ୍ରିଟିଶ ଶାସନ ଅଧନରେ ଥିଲା ସେତେବେଳେ ଆମ ଦେଶ ସ୍ୱାଧୀନତା ପାଇଁ ଲଢୁଥିଲା। ଏବେ ତାଲିବାନ ନିଜ ଦେଶକୁ ମୁକ୍ତ କରିଛନ୍ତି ଏବଂ ନିଜେ ଶାସନ କରିବାକୁ ଉଦ୍ୟମ କରୁଛନ୍ତି। ତାଲିବାନମାନେ ଏମିତି ଏକ ଶକ୍ତି  ଯେଉଁଥିପାଇଁ ସେମାନେ ଆମେରିକା ଏବଂ ଋଷ ପରି ସମର୍ଥ ଦେଶକୁ ନିଜ ଦେଶରେ ବେଶିଦିନ ରହିବାକୁ ଦେଲେ ନାହିଁ। 

ବର୍କ ଆହୁରି କହିଛନ୍ତି, ଏହା ତାଲିବାନଙ୍କ ଆଭ୍ୟନ୍ତରୀଣ ମାମଲା। ସେ କହିଛନ୍ତି, ଆଫଗାନିସ୍ତାନର ସ୍ୱାଧୀନତା ତାଙ୍କ ନିଜସ୍ୱ ମାମଲା। ଆମରିକା ଆଫଗାନସ୍ତାନ ଉପରେ ରାଜୁତି କାହିଁକି କରିବ ? ତାଲିବାନ ନିଜେ ସମର୍ଥ ଅଟନ୍ତି ଏବଂ ତାଙ୍କ ନେତୃତ୍ୱରେ ଆଫଗାନବାସୀ ବିଦେଶୀ ଶାସନରୁ ମୁକ୍ତି ଚାହାଁନ୍ତି। 

ୟୁପିର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହି ବୟାନକୁ ନେଇ ବର୍କଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସମାଜବାଦୀ ପାର୍ଟି ନେତାଙ୍କ ମଧ୍ୟରେ କୌଣସି ତଫାତ ନାହିଁ। ସମାଜବାଦୀ ପାର୍ଟି ଯାହା କିଛି ବି କରିପାରିବେ। ଯଦି ତାଲିବାନଙ୍କୁ ନେଇ ସମାଜବାଦୀ ପାର୍ଟି ଏପରି ବୟାନ ଦେଇପାରେ ତେବେ ଇମ୍ରାନ ଖାନ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କ’ଣ ତଫାତ ରହିଛି ?

ବର୍କଙ୍କ ଏପରି ବୟାନକୁ ବିରୋଧ କରି ସମ୍ଭଲର ବିଜେପି ନେତା ରାଜେଶ ସିଂଘଲ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। ଅନ୍ୟପକ୍ଷେ ସୋଶାଲ ମିଡିଆରେ ବର୍କଙ୍କୁ ଅନେକ ଲୋକ ସମାଲୋଚନା କରିଛନ୍ତି।  

କିନ୍ତୁ ବଢ଼ୁଥିବା ଅସନ୍ତୋଷକୁ ଦେଖି ମଙ୍ଗଳବାର ଶଫିକୁର ରେହମାନ ବର୍କ ନିଜ ମତ ବଦଳାଇଛନ୍ତି। ସେ କହିଛନ୍ତି, ତାଲିବାନକୁ ନେଇ ମୋଦି ସରକାର ଏଯାଏ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ମୋଦି ସରକାର ତାଲିବାନ ପ୍ରସଙ୍ଗରେ ଯେଉଁ ନୀତି ଆପଣାଇବେ ତାକୁ ଆମେ ଗ୍ରହଣ କରିବୁ।

ସାଂସଦ ଶଫିକୁର ରହମାନ ବୁର୍କ ଆହୁରି କହିଛନ୍ତି ଯେ ମୋଦି ସରକାରରେ ମୁସଲମାନଙ୍କ ସହ ଅତ୍ୟାଚାର ହେଉଛି। କିନ୍ତୁ ମୁସଲମାନ ଦେଶ ସହ ଅଛନ୍ତି। ଉତ୍ତରପ୍ରଦେଶ ସରକାର ଜିଲ୍ଲାର ନାମ ବଦଳାଉଛନ୍ତି। ଏପରି କଲେ କିନ୍ତୁ ହିନ୍ଦୁସ୍ତାନର ନାଁ ବଦଳିବ ନାହିଁ। ହିନ୍ଦୁସ୍ତାନ ହିନ୍ଦୁସ୍ତାନ ରହିବ। ବିଜେପିର ଏପରି ଆଭିମୁଖ୍ୟ ଆଗାମୀ ଦିନରେ ତାକୁ ବୁଡାଇ ଦେବ।