Advertisment

ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା।

author-image
Minati Mishra
ଅଦ୍ୟତନ ହୋଇଛି
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

Bjp leader shot dead

କଶ୍ମୀର: କଶ୍ମୀରରେ ପୁଣି ଆତଙ୍କ ରଚିଛନ୍ତି ଉଗ୍ରବାଦୀ। କୁଲଗାମ୍‌ରେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା। ନିହତ ବିଜେପି ନେତା ଜାବେଦ ଅହମ୍ମଦ ଦାର ଜିଲ୍ଲାରେ ବିଜେପି ନିର୍ବାଚନ ପ୍ରଭାରୀ ଥିଲେ।

Advertisment

ସରକାରୀ ସୂତ୍ରରୁ ପ୍ରକାଶ, ଅପରାହ୍ନ ପ୍ରାୟ ସାଢେ ୪ଟାବେଳେ ଦକ୍ଷିଣ କାଶ୍ମୀରର ବ୍ରଜଲୁ ଜଗୀର ଇଲାକାରେ ଭାଜପା କର୍ମକର୍ତ୍ତା ଜାବେଦ ଅହମ୍ମଦଙ୍କୁ ନିଜ ଘର ନିକଟରେ ଗୁଳି କରାଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦି କରାଯାଇ ଆତଙ୍କବାଦୀଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିଲା। ବିଜେପି ଏହି ଘଟଣାକୁ ନିନ୍ଦା କରିବା ସହ ଏହା ଅତ୍ୟନ୍ତ ବର୍ବରତାପୂର୍ଣ୍ଣ ଘଟଣା ବୋଲି କହିଛି। 

Advertisment

ସୂଚନାଥାଉ କି, ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ  ଆତଙ୍କବାଦୀମାନେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣର ତୁରନ୍ତ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସ୍ୱାମୀସ୍ତ୍ରୀଙ୍କୁ ମୃତ ଘୋଷିତ କରିଥିଲେ । ସହରର ଲାଲ ଚୌକ ନିକଟରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।  ଗୁଲାମ ରସୁଲ ଦାର ବିଜେପିର ଜଣେ ଟାଣୁଆ ନେତା ଥିବା ସହ ସରପଞ୍ଚ ଥିଲେ । କିଛି ଦିନ ପୂର୍ବରୁ ସେ ପଞ୍ଚାୟତ ନିର୍ବାଚନରେ ​​ନିର୍ବାଚିତ ହୋଇଥିଲେ । ଗତବର୍ଷ ଡିଷ୍ଟ୍ରିକ୍ଟ ଡେଭଲପମେଣ୍ଟ କାଉନସିଲ ନିର୍ବାଚନ ଲଢିଥିଲେ। ହେଲେ ସେଥିରେ ସେ ପରାଜିତ ହୋଇଥିଲେ। 

BJP Leader Found Dead Jammu Kashmir
Advertisment
Advertisment