ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରିବାକୁ ଯାଇ ସିଡିଏସ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ, ବାହାରୁ ଶକ୍ତି ଧାର ଆଣି ଭାରତର ରେଜିଓନାଲ ପାୱାର ହେବାର ସ୍ୱପ୍ନ କେବେ ବି ପୂରଣ ହୋଇପାରିବ ନାହିଁ ।
ଆନ୍ଧ୍ରପ୍ରଦେଶ ବଙ୍ଗୋପସାଗରରେ ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ । ୨ କିଲୋମିଟର ପଛକୁ ଚାଲିଗଲା ସମୁଦ୍ର ଲହଡ଼ି । ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ବଙ୍ଗୋପ ସାଗର ଅଂଚଳରେ ସମୁଦ୍ର କିଛି ସମୟ ଲାଗି ୨ କିଲୋମିଟର ଦୂରକୁ ଚାଲି ଯାଇଥିଲା ।
ଟ୍ୟାକ୍ସିରେ ଗଲାବେଳେ ଆପଣ ହୁଏତ କେବେ ନା କେବେ ଟ୍ରାଫିକ୍ ଜାମରେ ଫସିଥିବେ। ଏହି ସମୟରେ ଆପଣଙ୍କ ମନକୁ ଆସୁଥିବ ଯେ, ଏମିତି କିଛି ବ୍ୟବସ୍ଥା ଥାନ୍ତା କି, ଯେଉଁଥିରେ ଆମେ ଉଡ଼ି ଉଡ଼ି ପଳାନ୍ତୁ। ଭାରତରେ ଏଭଳି ସ୍ୱପ୍ନ ଆଗକୁ ହୁଏତ ବାସ୍ତବତାର ରୂପ ନେଇପାରେ । ଦେଶରେ ନୂଆ ଡ୍ରୋନ ନୀତି ଘୋଷଣା ହେବା ପରେ, ଏୟାର୍ ଟ୍ୟାକ୍ସି ଚଳାଚଳ ପାଇଁ ବାଟ ଫିଟିଛି ।.
କଠିନ ପରିଶ୍ରମ କରି ରାଜନାଥ ଦତ୍ତ ମାତ୍ର ୩୦ ସେକେଣ୍ଡରେ ୫୮ ଟି ପୁଶଅପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପଞ୍ଜିକରଣ କରିଛନ୍ତି। ପିଲାଦିନରୁ ଜିମ୍ନାଷ୍ଟିକ୍ ପ୍ରତି ଆଗ୍ରହୀ ଥିବା ରାଜନାଥ ତାଙ୍କ ପିତାମାତାଙ୍କଠାରୁ ପ୍ରେରଣା ପାଇଥିଲେ, କାରଣ ରାଜନାଥଙ୍କ ପିତାମାତା ମଧ୍ୟ ଭଲ ଜିମ୍ନାଷ୍ଟିକ୍ ଖେଳାଳି ଥିଲେ।
ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ। ଦୁଇ ଦିନିଆ ପୋଲିସ ମାମଲା, ଗିରଫ ଏବଂ ଜାମିନ ପରେ ରାଣେ ପୁଣିଥରେ ଜନ ଆଶିର୍ବାଦ୍ ଯାତ୍ରା ଆରମ୍ଭ କରିଛନ୍ତି
ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ସେଠାରେ ତାଲିବାନ କବ୍ଜା କରିବା ପରଠାରୁ ଭାରତ ନିଜ ନାଗରିକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି । ଯଥା ସମ୍ଭବ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଉଛି ।
ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ସେପ୍ଟେମ୍ବର ୧ ରୁ ୯ମରୁ ଦ୍ୱାଦଶ ଏବଂ ୮ ତାରିଖରୁ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ଗଠିତ ବିଶେଷଜ୍ଞ କମିଟିର ମତାମତକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରାଜଧାନୀରେ ଧୀରେ ଧୀରେ ସ୍କୁଲଗୁଡ଼ିକ ଖୋଲାଯିବା ଉଚିତ ବୋଲି ବିଶେଷଜ୍ଞ କମିଟି ପରାମର୍ଶ ଦେଇଛନ୍ତି।
ପୁଣି ପୋଲିସ ବାବୁଙ୍କ ଦାଦାଗିରିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନିଜ ପଦବୀର ଦୁରୁପଯୋଗ କରି ଜଣେ ପରିବା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଏପରି ଭାବରେ ମାଡ଼ ମାରିଛନ୍ତି ଯାହାକୁ ନେଇ କେବଳ ବିହାର ପାଟନା ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ କୌଣସି ବଡ଼ କାରଣ ନଥିବା ପରେ ବି ପରିବା ବିକାଳିଙ୍କୁ ମନଇଚ୍ଛା
ରାଜସ୍ଥାନର ଶେଖୱାଟୀ ଅଞ୍ଚଳସ୍ଥିତ ଚୁରୁରେ ଲୋକମାନେ ବିଷାକ୍ତ ସାପ ସହିତ ଖେଳିବାକୁ ଭଲ ପାଆନ୍ତି । ଏହା ସେଠାକାର ଲୋକଙ୍କର ଏକ ପ୍ରକାର ସୌକ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ।
ଦୀର୍ଘଦିନ ହେବ କଂଗ୍ରେସରେ କନ୍ଦଳ ଲାଗିରହିଛି। ଦଳର ନେତାମାନେ ଖୋଲାଖୋଲି ଗଣମାଧ୍ୟମ ସାମ୍ନାରେ ଅନ୍ୟ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଏବେ ହାଇକମାଣ୍ଡ ଅଛନ୍ତି।
ପ୍ରବଳ ବର୍ଷାରେ ବେହାଲ ହେଲାଣି ଡ଼େରାଡୁନ୍। ଯେଉଁ ଆଡ଼େ ଦେଖିବେ ଖାଲି ପାଣି ହିଁ ପାଣି । ପ୍ରବଳ ବର୍ଷା ପାଇଁ ବନ୍ୟାସ୍ଥିତି ଉପୁଜିଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ତଳିଆ ଅଂଚଳରେ ବନ୍ୟାସ୍ଥିତି ଉପୁଜିଲାଣି। ଯାହାକୁ ନେଇ ଚିନ୍ତାରେ ତଳିଆ ଅଂଚଳବାସୀ। ୪୮ ଘଂଟା ଧରି ଲଗାଣ ବର୍ଷା ହେବାରୁ ଡେରାଡୁନ୍-ହୃଷିକେଶ୍ ରାସ୍ତାରେ ଏକ ବ୍ରିଜ୍ ଭାଙ୍ଗିଯାଇଛି
ଦେଶରେ ପୁଣି ବଢିବାରେ ଲାଗିଛି କରୋନା। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୪,୬୫୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ୪୯୬ ଜଣଙ୍କ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୬,୦୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୬,୮୬୧ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା
ରାଜ୍ୟର ବର୍ଦ୍ଧିତ ଲୋକ ସଂଖ୍ୟା ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଯୁକ୍ତି ଦିଆଯିବ ଅଧିକ ୬୦ ହଜାର ପୋଲିସ
ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।
ଶ୍ରମିକଙ୍କ ମସିହା ତଥା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଆଜି ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଅଭିନେତା ସୋନୁ ସୁଦ୍ ଶୁକ୍ରବାର ଦିନ ୧୦ଟାରେ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ନେତୃତ୍ୱ ବଦଳାଇବା ପାଇଁ ଗୋଷ୍ଠୀ ବିବାଦ ଚରମରେ । ଛତିଶଗଡରେ ଅଢ଼େଇ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ବିବାଦ ପୁଣି ସାମ୍ନାକୁ ଆସିଛି । ଭୂପେଶ ବଘେଲ, ଦଳର ୨୦ରୁ ଅଧିକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି । ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ, ହେଲେ ସେଥିରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ ।
ଶୁଆମାନଙ୍କୁ ସମସ୍ତେ ପିଞ୍ଜରା ଭିତରେ ରଖନ୍ତି। ତାଙ୍କୁ ଖାଇବାକୁ ଦିଅନ୍ତି। ହେଲେ କାଳେ ଉଡ଼ିଯିବେ ସେଥିପାଇଁ ମୁକ୍ତ କରନ୍ତି ନାହିଁ। ପକ୍ଷୀଟିଏକୁ ନିଜ ଘରେ ପାଳନ୍ତି ସିନା, ହେଲେ ସ୍ୱାଧୀନତା ଦିଅନ୍ତି ନାହିଁ। ନିଜ ଅଧିନରେ ରଖନ୍ତି। ଏଥିପାଇଁ ପକ୍ଷୀମାନେ ଭୀତତ୍ରସ୍ତ ହୋଇ ମନ ଦୁଃଖରେ ରୁହନ୍ତି। ପିଞ୍ଜରା ଭିତରେ ଛଟପଟ ହୁଅନ୍ତି।
କରୋନା ମୁକାବିଲା ନେଇ କେରଳ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଦେଶର କରୋନା ହଟସ୍ପଟ ପାଲଟିଥିବା କେରଳରେ ସରକାରଙ୍କର କୋଭିଡ ମାନେଜମେଣ୍ଟକୁ ସମାଲୋଚନା କରି ଯୁବ କଂଗ୍ରେସର ପ୍ରତିବାଦ ।
ଆଫଗାନିସ୍ତାରେ ସ୍ଥିତି ଭୟଙ୍କର । ଚାରିଆଡ଼େ ହାହାକାର ପରିସ୍ଥିତି । ଖାଇବାକୁ ଖାଦ୍ୟ ନାହିଁ କି ଶୋଷ ମେଣ୍ଟାଇବାକୁ ପାଣି ନାହିଁ । ଭାତ ପ୍ଲେଟ୍ ୭ ହଜାର ଟଙ୍କା ହୋଇଥିବା ବେଳେ ପାଣି ଲିଟର ୩ ହଜାର ଟଙ୍କା ।
କେବଳ ଏତିକି ନୁହେଁ ବରଂ ଅନ୍ୟ ଏକ ସ୍କୁଲରେ ବି ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଫଳରେ ବିଏମସିର ଚିନ୍ତା ବଢିଛି। କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ଏବେ ୯୫ ଜଣଙ୍କ କରୋନା ଟେଷ୍ଟ୍ କରାଯାଇଛି। ଆଉ ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ସ୍କୁଲକୁ ସିଲ୍ କରିଛି ବିଏମ୍ସି।
ଲୋକଙ୍କୁ ଟିକା ଦେବା ପାଇଁ ଜୀବନକୁ ବାଜି ଲଗେଇଲେ ସ୍ୱାସ୍ଥ୍ୟକର୍ମୀ। ନଦୀ ଭିତରେ ପଶି ଗାଁ ଗଲେ ଓ ଲୋକଙ୍କୁ ଟିକା ଦେଲେ।
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୬,୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୬୦୭ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୫,୫୮,୫୩୦ ଏତିକି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି
କାବୁଲ୍ରେ ତାଲିବାନୀ ସଫେଦ୍ ଝଣ୍ଡା ଉଡ଼ିବା ପରେ, ଉତ୍ସାହିତ ବିଭିନ୍ନ ଆତଙ୍କୀ ସଂଗଠନ । ସତେ ଯେମିତି ସେମାନଙ୍କୁ ମିଳିଯାଇଛି ନୂଆ ଭୂସ୍ୱର୍ଗ । ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ତାଲିବାନ୍ର ବିଜୟ ଉତ୍ସବ ପାଳିଛି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ଲିପ୍ତ ଜୈସ୍-ଇ-ମହମ୍ମଦ ଓ ଲସ୍କର୍-ଏ-ତୋଇବା ।
ବୁଧବାର ରାଜସ୍ଥାନର ବାଡ଼ମେର ଜିଲ୍ଲାର ଭୁଟାରିଆ ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବାୟୁସେନାର ଏକ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ବିହାରର ପାଟନାବାସୀଙ୍କ ପାଇଁ ଖୁସି ଖବର । ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡିବ ନାହିଁ । ଘରେ ବସି ରାଜଧାନୀବାସୀ ପାଇପାରିବେ ତାଜା ଓ ସତେଜ ପନିପରିବା । ମାତ୍ର କିଛି ଘଣ୍ଟାରେ ସିଧାସଳଖ କ୍ଷେତରୁ ଘରେ ଆସି ପହଞ୍ଚିବ ପରିବା । ଯାହାର ଦର ମଧ୍ୟ ବଜାର ମୂଲ୍ୟ ଠାରୁ କମ୍ ରହିବ । ଏନେଇ ଏକ ଯୋଜନାକୁ ଉନ୍ମୋଚନ କରାଯାଇଛି ।