/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629858239.jpg)
Corona Virus
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୬,୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୬୦୭ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୫,୫୮,୫୩୦ ଏତିକି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଂଟାରେ ୩୪,୧୫୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଉ ଏହି ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ୩,୧୭,୮୮,୪୪୦ରେ ପହଞ୍ଚିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଟିଭ୍ କେସ୍ର ସଂଖ୍ୟା ୩,୩୩,୭୨୫ ରହିଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ବଢିଛି।
Also Read
ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ଭୟଙ୍କର ରୂପ ନେଉଛି । ସଂକ୍ରମିତଙ୍କ ସଂଖ୍ୟା ଯେପରି ଦ୍ରୁତ ଗତିରେ ବଢି ଚାଲିଛି ତାହାକୁ ଦେଖିଲେ ମନରେ ଭୟ ଆସୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୧୬୪ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୬୦୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି, କ୍ରମାଗତ ଦ୍ୱିତୀୟ ଦିନ ପାଇଁ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଯାଇଛି। ଏଥି ସହିତ, ଗତ ୫୫ ଦିନ ମଧ୍ୟରେ, ପ୍ରଥମ ଥର ପାଇଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଚିନ୍ତାର କାରଣ ହୋଇଛି କେରଳ। ସାରା ଦେଶରୁ ୪୬ ହଜାର ରୋଗୀ ଚିହ୍ନଟ ହୋଇଥିବାବେଳେ କେବଳ କେରଳର ସଂଖ୍ୟା ୩୧ ହଜାର ଉପରେ ରହିଛି।
ଏପଟେ, ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୩୦ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୯୨; ଲୋକାଲ କେସ୍- ୩୫୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୫୯କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୭୧,୨୩୧ ଟେଷ୍ଟ କରାଯାଇଛି। ପଜିଟିଭିଟି ରେଟ୍ ୧.୧୯ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)