• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେରଳ: କରୋନା ମୁକାବିଲା ନେଇ କେରଳ ସରକାରଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଏବେ ଦେଶର କରୋନା ହଟସ୍ପଟ ପାଲଟିଛି କେରଳ। ତେଣୁ ସ୍ଥାନୀୟ ସରକାରଙ୍କର କୋଭିଡ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି ଥରୁର । କେରଳର ରାଜଧାନୀ ଥିରୁଅନନ୍ତପୁରମ ସଚିବାଳୟ ସମ୍ମୁଖରେ କଂଗ୍ରେସ ଯୁବ ବାହୀନି ସରକାରଙ୍କ କୋଭିଡ୍ ମୁକାବିଲା ବିରୋଧରେ ଜୋରଦାର ପ୍ରତିବାଦ କରିଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଯୋଗଦେଇଥିଲେ । ବୁଧବାର କେରଳରେ ଗୋଟିଏ ଦିନରେ ୩୧ ହଜାର ୪୪୫ କରୋନା ପଜିଟିଭ ଚିହ୍ନଟ ହେବାପରେ କଂଗ୍ରେସ ଏହାର ପ୍ରତିବାଦ କରିବାକୁଯାଇ ରାଜରାସ୍ତାକୁ ଓହ୍ଲାଇଛି । କେରଳ ସରକାରଙ୍କର କୋଭିଡ ମ୍ୟାନେଜମେଣ୍ଟକୁ ତୀବ୍ର ବିରୋଧ କରିଛି ଯୁବ କଂଗ୍ରେସ । 

ଏହି ପ୍ରତିବାଦରେ ଶଶି ଥରୁର ଯୋଗଦେଇ କହିଛନ୍ତି, କେରଳ ,ବେ ଆଇସିୟୁରେ ଅଛି । ତେଣୁ ସଠିକ ସମୟରେ ସରକାର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯଦି ସରକାର ସଠିକ୍‌ ପଦକ୍ଷେପ ନନେବେ ତାହାଲେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବ । ଅନେକ ଜୀବନ ହାନୀ ହେବାର ମଧ୍ୟ ଆଶଙ୍କା ରହିଛି ।

କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ଶୁଆଇ ରାସ୍ତାରେ ବିକ୍ଷୋଭ କରିଥିଲା ଯୁବ କଂଗ୍ରେସ । ଏଭଳି ପ୍ରତୀକାତ୍ମକ ପ୍ରତିବାଦ କରି ଶଶି ଥରୁର ଟ୍ୱିଟରରେ ଏହାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଭିଡିଓରେ ଶଶିଥରୁର ନିଜେ ଷ୍ଟେଥୋ ପକାଇ ଷ୍ଟ୍ରେଚରରେ ଶୋଇଥିବା ବ୍ୟକ୍ତିର ଚିକିତ୍ସା କରୁଥିବା ଦେଖାଯାଇଛି । ଥରୁର ଅଭିଯୋଗ କରିଛନ୍ତି ଏହି ପାଣ୍ଡେମିକ ସମୟରେ ସରକାର ରୋଗୀ ମାନଙ୍କଠାରୁ ଅତ୍ୟଧିକ ଫି ନେଉଛନ୍ତି । 

ଅନ୍ୟପଟେ କେରଳ ବ୍ୟତୀତ ଅନ୍ୟ ସବୁ ରାଜ୍ୟରେ ସଂକ୍ରମଣ ହାର କମ୍ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁରେ ୧୦ ହଜାରରୁ ଲକ୍ଷେ ଭିତରେ ଅକ୍ଟିଭ୍ କେସ ରହିଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି । କେରଳରେ ଏବେ ଲକ୍ଷେରୁ ଉର୍ଦ୍ଧ୍ୱ ସକ୍ରିୟ ମାମଲା ରହିଥିବା ସ୍ୱାସ୍ଥ୍ୟ ସଚିବ ସ୍ୱୀକାର କରିଛନ୍ତି ।

ତେବେ କେରଳରେ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଓନମ ପର୍ବ ପାଳିତ ହୋଇଥିଲା । ଏହି ପର୍ବ ପରେ ହଠାତ କୋଭିଡ୍ ସଂକ୍ରମଣ ବଢିଯାଇଥିବା କୁହାଯାଉଛି । ଗତ ମେ ୨୦ରେ ରାଜ୍ୟରେ ୩୦ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ । ତେବେ ବୁଧବାରର ସଂକ୍ରମଣ ଏହାକୁ ମଧ୍ୟ ଟପିଯାଇଛି । ସଂକ୍ରମଣ ବଢୁଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିରୋଧୀ ସିଧାସଳଖ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଦାୟୀ କରିଛନ୍ତି ।