• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପାଟନା: ବିହାରର ପାଟନାବାସୀଙ୍କ ପାଇଁ ଖୁସି ଖବର । ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡିବ ନାହିଁ । ଘରେ ବସି ରାଜଧାନୀବାସୀ ପାଇପାରିବେ ତାଜା ଓ ସତେଜ ପନିପରିବା । ମାତ୍ର କିଛି ଘଣ୍ଟାରେ ସିଧାସଳଖ କ୍ଷେତରୁ ଘରେ ଆସି ପହଞ୍ଚିବ ପରିବା । ଯାହାର ଦର ମଧ୍ୟ ବଜାର ମୂଲ୍ୟ ଠାରୁ କମ୍ ରହିବ । ଏନେଇ ଏକ ଯୋଜନାକୁ ଉନ୍ମୋଚନ କରାଯାଇଛି । ଯାହାର ନାଁ ହେଉଛି ‘ତରକାରୀ ଏକ୍ସପ୍ରେସ’ ଯୋଜନା । ବିହାରର ସରକାରରେ ମନ୍ତ୍ରୀ ସୁବାଷ ସିଂ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଜନା ଅନୁଯାୟୀ, ଇ-ରିକ୍ସା ମାଧ୍ୟମରେ ସହରସାରା କମ୍ ଦରରେ ପନିପରିବାର ଡେଲିଭରୀ କରାଯିବ । ଅନ୍‌ଲାଇନ୍‌ ଓ୍ୱେବ୍‌ସାଇଟ୍ http://www.tarkarimart.in/ ମାଧ୍ୟମରେ ଲୋକମାନେ ପନିପରିବାର ଅର୍ଡର କରିପାରିବେ । ଏବଂ ଅର୍ଡରର ୨୪ ଘଣ୍ଟା ମଧ୍ୟରେ ପରିବା ଆସି ଘରେ ପହଞ୍ଚିଯିବ । କରୋନାର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଏପରି ଯୋଜନାର ଶୁଭାରମ୍ଭର କରାଯାଇଛି।

ରାଜ୍ୟ ସମବାୟ ବିଭାଗର ସଚିବ ବୃନ୍ଦାବନ ପ୍ରେମୀ କହିଛନ୍ତି ଯେ, ପାଟନା ଓ ମୋତିହାରୀ ପାଇଁ ଆମେ ଏକ ଇ- କମର୍ସ ସାଇଟର ଉନ୍ମୋଚନ କରିଛୁ । ଏହା ସହ ସେ କହିଛନ୍ତି ଯେ, ଲୋକମାନେ କିପରି ଘରେ ରହି ସତେଜ ପନିପରିବା ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଆମେ ଏହି ଯୋଜନାରକୁ ଆରମ୍ଭ କରିଛୁ ।

ବିହାରର ପରିବା ପ୍ରସଂସ୍କରଣ ଓ ବିପଣନ ସହକାରୀ ଫେଡେରେସନ ଲିମିଟେଡ୍, କୃଷକମାନଙ୍କୁ ଅଧିକ ମୂଲ୍ୟ ଓ ବିହାରବାସୀଙ୍କୁ ବଜାର ଦରଠାରୁ ଶସ୍ତା ମୂଲ୍ୟରେ ପନିପରିବା ଯୋଗାଇବାର ଏହି ଅଭିନବ ପ୍ରୟାସ ଆରମ୍ଭ କରିଛି । ଯାହାର ଆରମ୍ଭ ପାଟନା ସହରରୁ କରାଯାଇଛି । ଏନେଇ ପାଟନା ବଜାରରେ ୧୦ଟି ସ୍ଥାୟୀ ଆଉଟ୍‌ଲେଟ୍‌ର ସ୍ଥାପନା କରାଯାଇଛି । ମୋବାଇଲ ଆଉଟ୍‌ଲେଟ୍‌ ପାଇଁ ୧୦ଟି ରିକ୍ସାକୁ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୁବାଷ ସିଂ । ଏହି ରିକ୍ସଗୁଡିକ ସହରର ସବୁ ସ୍ଥାନରେ ବୁଲି ବୁଲି ଲୋକମାନଙ୍କୁ କମ୍ ମୂଲ୍ୟରେ ପରିବା ଯୋଗାଇବ । ଏହି ଯୋଜନାରେ ରାଜ୍ୟର ୧୮ଟି ଜିଲ୍ଲାର କୃଷକଙ୍କ ଠାରୁ ପରିବା କିଣାଯାଇ ସହରରେ ସମସ୍ତଙ୍କ ଘର ଘର ବୁଲି ବିକ୍ରି କରାଯିବ ବୋଲି ସୂଚନା ମିଳିଛି । ଯାହା ଦ୍ୱାରା ରାଜ୍ୟର ୧୮ ଜିଲ୍ଲାର କୃଷକ ଉପକୃତ ହେବେ ।