• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଲୋକଙ୍କୁ ଟକା ଦେବା ପାଇଁ ଜୀବନକୁ ବାଜି ଲଗାଇଲେ ସ୍ୱାସ୍ଥ୍ୟକର୍ମୀ

  • ନଦୀ ଭିତରେ ପଶି ଗାଁକୁ ଗଲେ

  • ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଛୁଟୁଛି ପ୍ରଶଂସାର ସୁଅ

କରୌଲି(ରାଜସ୍ଥାନ): କରୋନା କାଳରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ରହିଛି । ସ୍ୱାସ୍ଥ୍ୟ କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି । ରାଜସ୍ଥାନର କରୌଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ମନାକୁ ଆସିଛି । 100 ପ୍ରତିଶତ ଭ୍ୟାକ୍ସିନେସନର ଲକ୍ଷ୍ୟରେ ସ୍ୱାସ୍ଥ୍ୟକର୍ମୀମାନେ ଭଦ୍ରାବତୀ ନଦୀ ପାର କରି ବସ୍ତିକୁ ଯାଇଥିଲେ ଟିକାକରଣ ପାଇଁ । ଏହି ଘଟଣା କୌଣସି ଗାଁ କି ଆଦିବାସୀ ଇଲାକାରେ ଘଟିନି ବରଂ ଘଟିଛି ଜିଲ୍ଲା ମୁଖ୍ୟାଳୟ ନଗର ପରିଷଦର ଏକ ଚିକିତ୍ସାଳୟରେ। ସେଠାରେ ଟିକାକରଣ ପାଇଁ ଡାକ୍ତରୀ ଟମ୍‌କୁ ନଈ ପାର ହେବାକୁ ପଡିଥିଲା । ଭଦ୍ରାବତୀ ନଦୀ ନିକଟରେ ଥିବା କଲ୍ଲାଦେର ଓ ଚୁଲିଦେର ଅଞ୍ଚଳକୁ ଯିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ବିପଦଜ୍ଜନକ ଭାବେ ନଦୀ ପାର କରିଥିଲେ ।

ବର୍ଷା ହୋଇଥିବାରୁ କଲ୍ଲାଦେହ ଓ ଚୁଲିଦେହ ନିକଟସ୍ଥ ଭଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ପୂର୍ବରୁ ବି ପ୍ରତିବର୍ଷ ବର୍ଷା ହେଲେ ଭଦ୍ରାବତୀ ନଦୀ କୂଳ ଲଂଘିଥାଏ । ଫଳରେ ସ୍ଥାନୀୟବାସିନ୍ଦା ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଅଞ୍ଚଳ ନଗର ପରିଷଦ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ନଦୀ ପାର ହେବା ପାଇଁ ବ୍ରିଜ ନାହିଁ । ତେଣୁ ସ୍ଥାନୀୟ ଲୋକେ ନଦୀରେ ପଶି ଆରପାରିକୁ ଯାଇଥାନ୍ତି। 

ଗତକାଲି ଡାକ୍ତରୀ ଟିମ୍ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ ।  ସ୍ୱାସ୍ଥ୍ୟ କର୍ମୀମାନେ ଜୀବନକୁ ବାଜି ଲଗାଇ ବଢିଲା ନଈ ଭିତରେ ପଶି ଆରପାରିକୁ ଯାଇଥିଲେ। ଆରପାରିରେ ଥିବା ସମସ୍ତ ଗାଁ ଲୋକଙ୍କୁ ଟିକା ଦେଇଥିଲେ । ଏହି ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଥିଲେ ନର୍ସ ଅଙ୍କିତ ପରାସର, ପିଏଚ୍ଏମ୍ ତେନ ସିଂ,ସିଏଚ୍‌ଏ ଭଗବାନ ସିଂ, ପଙ୍କଜ ସୈନୀ ଆଦି ସାମିଲ ଥିଲେ ।

 

କରୋଲି ଜିଲ୍ଲା ଚିକିତ୍ସାଳୟର କରୋନା ୱାର୍ଡ ପ୍ରଭାରୀ ଜଗମୋହନ ମାଲି କହିଛନ୍ତି ଯେ,  ଡ଼ ଅଭିଳାଷ ସୈନୀଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତରୀ ଟିମ୍‌ ୱାର୍ଡ ନଂ 49ର କଲ୍ଲାଦେହ ଓ ଚୁଲିଦେହ ଅଞ୍ଚଳକୁ ଟିକାକରଣ ପାଇଁ ଯାଇଥିଲେ । ତାଙ୍କ ଟିମ୍  ଭଦ୍ରାବତୀ ନଦୀ ପାର ହୋଇ ନିକଟସ୍ଥ ଗାଁର ମୋଟ 46 ଜଣ ମହିଳା ଓ ପୁରୁଷଙ୍କୁ ଟିକା ଦେଇଥିଲେ । ଡାକ୍ତରୀ ଟିମ୍‌କୁ ଏପରି ମହାନ କାମ ପାଇଁ ସ୍ଥାନୀୟ ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟିଛି ।