ଆପ୍ରେ ଯୋଗ ଦେଇପାରନ୍ତି ବଲିଉଡ଼୍ ଅଭିନେତା ସୋନୁ ସୁଦ୍। ଦଳରେ ଯୋଗ ଦେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗିରହିଛି। ବଲିଉଡ ଅଭିନେତା ସୋନୁ ସୁଦ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ଚର୍ଚ୍ଚା ଖୁବ୍ଶୀଘ୍ର ଶେଷ ହୋଇପାରେ।
ନିର୍ମାଣ ହେଲା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଫ୍ଲାଇଙ୍ଗ କାର୍ । ଚେନ୍ନାଇ ସ୍ଥିତ ଏକ ଭାରତୀୟ ଷ୍ଟାର୍ଟ ଅପ୍ ଏସିଆର ପ୍ରଥମ ଫ୍ଲାଇଙ୍ଗ କାର ନିର୍ମାଣ କରିଛି । ଏହାକୁ ନେଇ ନାଗରିକ ବିମାନ ମନ୍ତ୍ରୀ ବିଶ୍ୱରେ ଖୁସି ବ୍ୟକ୍ତ କରିଛନ୍ତି ।
ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍। ଗତ ୨୪ ଘଂଟାରେ ଦେଶରେ ୩୧,୩୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୫,୯୪,୮୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୩୬୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍ରେ ପହଞ୍ଚିବେ କର୍ମଚାରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପରିକଳ୍ପନା। ଅତ୍ୟାଧୁନିକ ଇଂଜିନିୟରିଂର ଚମତ୍କାରିତା। ୨୦୨୩ ମାର୍ଚ୍ଚରେ ଖୋଲିବ ବିଶ୍ୱର ଦୀର୍ଘତମ ରାଜପଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ। ଦିଲ୍ଲୀରୁ- ମୁମ୍ବାଇ ୧୩୮୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୨ ଘଣ୍ଟା
ଛତିଶଗଡର କୋରବା ବାଲକୋନଗରରେ ଜଣେ ନିରୀହ ଶିଶୁ ମାଆଠାରୁ କ୍ଷୀର ପିଇବାକୁ ବାରମ୍ବାର ଜିଦ୍ ଧରିବାରୁ ଏଥିରେ ରାଗିଯାଇ ମାଆ ପିଲାଟିକୁ ଜୋରରେ ମାଡ଼ ମାରିଥିଲେ, ଯେଉଁ କାରଣରୁ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିଜ ସନ୍ତାନର ହତ୍ୟା ଅଭିଯୋଗରେ ପୋଲିସ ମାଆକୁ ଗିରଫ କରିଛି। ଏହି ହୃଦୟ ବିଦାରକ ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭାରତ କୋଭିଡ ମହାମାରୀ ସମୟରେ ଯେଉଁଭଳି ସଠିକ୍ ପରିଚାଳନା କରିଛି ସେଭଳି ଅନ୍ୟ କେଉଁ ଦେଶ କରିପାରିବେନି । କୋଭିଡ ପରିଚାଳନା କ୍ଷେତ୍ରରେ ସରକାର ସୁପ୍ରିମକୋର୍ଟରେ ନିଜସ୍ୱ ପକ୍ଷ ରଖିବା ପରେ ଏଭଳି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ହରିୟାଣାର ସୋନିପତରେ ଅଘଟଣ । ସ୍କୁଲର ଛାତ ଭୁଶୁଡ଼ି ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି । ଆହତ ଛାତ୍ରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍ ଉପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି
କରୋନା ମହାମାରୀ ବିରୋଧରେ ସାମୁହିକ ଲଢେଇ ଚାଲିଥିବା ବେଳେ ବ୍ରିଟେନ୍ର ଅଜବ ଭ୍ୟାକସିନ୍ ଓ କ୍ୱାରେଣ୍ଟିନ୍ ନୀତିକୁ ନେଇ ବିବାଦ । ଅକ୍ସଫୋର୍ଡ ଓ ଅଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ସ୍ୱୀକୃତୀ ଦେଇଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ସମାନ ଟିକା କୋଭିସିଲ୍ଡକୁ ସ୍ୱୀକୃତି ଦେଇନଥିଲା ବ୍ରିଟେନ୍ ।
ପୋଲିସ କର୍ମଚାରୀଙ୍କୁ ସମାଜରେ ଉଚ୍ଚସମ୍ମାନ ଦିଆଯାଏ, ଏପରିକି ସେମାନଙ୍କୁ ଜନସାଧାରଣଙ୍କ ରକ୍ଷକ ରୂପେ ବେଶ ପରିଚିତ, କିନ୍ତୁ କିଛି ଅର୍ଥ ଲୋଭି କର୍ମଚାରୀଙ୍କ ଯୋଗୁଁ ଏଥିରେ କଳଙ୍କ ଲାଗିଛି, ଏହିପରି କଳଙ୍କିତ ଘଟଣା ଘଟିଛି ବିଶାଖପାଟଣାରେ
ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଙ୍ଗଳବାର ତିନି ଦିନିଆ ଆସାମ ଗସ୍ତ କରିଛନ୍ତି।
ଝାଡ଼ଖଣ୍ଡ ରାଞ୍ଚିରେ ଜୁଲାଇ ୨୮ରେ ଜିଲ୍ଲା ଜଜଙ୍କୁ ହତ୍ୟା ଘଟଣା ଉଦ୍ଦେଶ୍ୟମୂଳକ ଥିଲା। ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ପ୍ରାତ ଭ୍ରମଣରେ ଯାଉଥିବାବେଳେ ୨ ଜଣ ଅଟୋ ରିକ୍ସା ଚାଳକ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅଟୋ ଧକ୍କା ଦେଇ ମଡ଼ାଇ ଦେଇଥିଲେ ବୋଲି ସିବିଆଇ କହିଛି
ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଚେକିଂ ବେଳେ ଆପଣ ଆଉ ଅସୁବିଧାରେ ପଡିବେନି। ଏବେ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବା ଆରସି ଧରି ଘରୁ ବାହାରିବାର ଆବଶ୍ୟକ ନାହିଁ। ଡିଜି-ଲକର ପ୍ଲାଟଫର୍ମ ବା ଏମ୍-ପରିବହନ ମୋବାଇଲ ଆପରେ ନିଜ ଡକ୍ୟୁମେଣ୍ଟକୁ ରଖି ଡିଜିଟାଲ ରୂପେ ତାହାକୁ ଆପଣ ଦେଖାଇ ପାରିବେ। ଆସନ୍ତୁ ଜାଣିବା ଏହି ନୂଆ ନିୟମ ସମ୍ପର୍କରେ।
ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦର ଅନ୍ତ ଘଟିବାକୁ ଯାଉଛି। ଆଜି ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି। ଦେଖନ୍ତୁ, ରିଲ୍ ଲାଇଫରେ କେମିତି ଦିଶୁଛନ୍ତି ପିଏମ୍ ମୋଦି
ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କରାଯିବ। ଏଥପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ ହେବ । ଏ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ସପ୍ତାହରେ ମଧ୍ୟବର୍ତ୍ତକାଳୀନ ରାୟ ଦିଆଯିବ ବୋଲି ସୂଚନା ମିଳିଛି ।
ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇଲେ ରଦ୍ଦ ହେବ ଲାଇସେନ୍ସ ଏବଂ ତଣ୍ଡ ଗଣିବେ ଗାଡ଼ି ଚାଳକ । ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା ।
ଦେଶର ୨୭ତମ ବାଯୁସେନା ମୁଖ୍ୟ ହେବାକୁ ଯାଉଛନ୍ତି ଭି ଆର ଚୌଧୁରୀ । ୧୯୮୨ ମସିହାରୁ ସେ ବାୟୁସେନାରେ କାର୍ଯ୍ୟ କରିଆସୁଛନ୍ତି ।
ସାଧାରଣ ନାଗରିକଙ୍କୁ ଗୁଳି କରି ଫେରାର୍ ହୋଇଯାଇଥିବା ଆତଙ୍କବାଦୀକୁ ଏନ୍କାଉଣ୍ଟରରେ ନିପାତ କଲେ ସୁରକ୍ଷାବାହିନୀ ।
ଦିଲ୍ଲୀ ଓ ଉତ୍ତର ପ୍ରଦେଶର ନୋଏଡାରୁ ବିପୁଳ ପରିମାଣର ହେରୋଇନ ଓ କୋକିନ ଜବତ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଆଫଗାନ ଓ ଉଜବେକିସ୍ତାନର ନାଗରିକ ମଧ୍ୟ ଅଛନ୍ତି।
ସାମ୍ନାକୁ ଆସିଲା NEET ମେଡିକାଲ୍ ପ୍ରବେଶିକା ପରୀକ୍ଷା ସହ ଜଡ଼ିତ ଏକ ଘୋଟାଲା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରକ୍ସି ବ୍ୟବହାର କରିବାକୁ ପ୍ରୟାସ କରାଯାଇଥିଲା ଓ ପ୍ରତି ଆଶାୟୀପ୍ରାର୍ଥୀଙ୍କଠୁ ୫୦ ଲକ୍ଷ ଟଙ୍କା ନିଆଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଓ୍ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ସ୍ୱତନ୍ତ୍ର କାରକେଡରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ କାର ଅଟକାଇ ବାହାରକୁ ଆସିଥିଲେ ।
ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେବ। ଏଥିପାଇଁ ଉତ୍ତର ପ୍ରଦେଶ ସରକାର ସିବିଆଇକୁ ସୁପାରିଶ କରିଛନ୍ତି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର କାରଣକୁ ନେଇ ଏଯାଏ ସସ୍ପେନ୍ସ ରହିଛି ।
୧୪ ମାସ ପୂର୍ବରୁ ଭାରତୀୟ ସେନାର ଜଣେ ଯବାନଙ୍କୁ ସନ୍ଦିଗ୍ଧ ଆତଙ୍କୀମାନେ ଜମ୍ମୁକଶ୍ମୀରରୁ ଅପହରଣ କରି ନେଇଥିଲେ। ବହୁ ଖୋଜାଖୋଜି ପରେ ବି ଯବନାଙ୍କର କୌଣସି ଠିକଣା ମିଳି ନ ଥିଲା। ହେଲେ ଦୀର୍ଘ ମାସ ପରେ ନିଖୋଜ ଯବାନଙ୍କ ପିତା ପୁଅର ମୃତ ଦେହକୁ ଏକ ବଗିଚା ଭିତରୁ ଉଦ୍ଧାର କରିଛନ୍ତି।
ପ୍ରୟାଗରାଜ ବାଗମ୍ବରୀ ମଠ ପରିସରରେ ଭୂ-ସମାଧିସ୍ଥ ହେଲେ ୭୨ ବର୍ଷୀୟ ସନ୍ଥ ନରେନ୍ଦ୍ର ଗିରି । ସେପଟେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଏହି ଦିବଂଗତ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ୟୁପି ପୋଲିସ