Advertisment

ବାଣ ଗୋଦାମରେ ବିସ୍ଫୋରଣ: ୩ ମୃତ

ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍ ଉପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି

author-image
Sarbeswar
ଅଦ୍ୟତନ ହୋଇଛି
Blast

Blast

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍ ଉପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଭିଭିପୁରମ୍ ପୁଲିସ ଥାନା ଅଧୀନ ଚାମରାଜାପେଟର ରିଆନ୍ ସର୍କଲରେ ଏହି ଘଟଣା ଘଟିଛି। ଗୋଦାମ ଭିତରେ ବ୍ୟାପକ ପରିମାଣରେ ବାଣ ମହଜୁଦ ଥିବାରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଗୋଦାମ ମାଲିକ ମିଷ୍ଟର ବାବୁ ଫେରାର ଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗୁଡ଼ିକ ବିଛାଡ଼ି ହୋଇ ପଡୁଥିଲା।

Advertisment

ସେହିପରି ଏହି ଦୁର୍ଘଟଣାରେ ପ୍ରାୟ ୨୦ଟି ମୋଟର ସାଇକେଲ, କିଛି କାର ଏବଂ ଅଟୋ-ରିକ୍ସା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଲୋକମାନେ ପ୍ରଥମେ ଏହାକୁ ଏକ ବୋମା ବିସ୍ଫୋଣ ବୋଲି ଭାବୁଥିଲେ। ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଦଳ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି।

Advertisment
Bengaluru Blast 3 Dead
Advertisment
Advertisment