Advertisment

CISF ଯୱାନ କରୁଥିଲେ ଚୋରା ମଦ ବ୍ୟବସାୟ : ରେଳ ଷ୍ଟେସନ୍‌ରୁ ଗିରଫ କଲା ପୋଲିସ

ପୋଲିସ କର୍ମଚାରୀଙ୍କୁ ସମାଜରେ ଉଚ୍ଚସମ୍ମାନ ଦିଆଯାଏ, ଏପରିକି ସେମାନଙ୍କୁ ଜନସାଧାରଣଙ୍କ ରକ୍ଷକ ରୂପେ ବେଶ ପରିଚିତ, କିନ୍ତୁ କିଛି ଅର୍ଥ ଲୋଭି କର୍ମଚାରୀଙ୍କ ଯୋଗୁଁ ଏଥିରେ କଳଙ୍କ ଲାଗିଛି, ଏହିପରି କଳଙ୍କିତ ଘଟଣା ଘଟିଛି ବିଶାଖପାଟଣାରେ

author-image
Sarbeswar
Police

Police

ବିଶାଖାପାଟଣା : ପୋଲିସ କର୍ମଚାରୀଙ୍କୁ ସମାଜରେ ଉଚ୍ଚସମ୍ମାନ ଦିଆଯାଏ, ଏପରିକି ସେମାନଙ୍କୁ ଜନସାଧାରଣଙ୍କ ରକ୍ଷକ ରୂପେ ବେଶ ପରିଚିତ, କିନ୍ତୁ କିଛି ଅର୍ଥ ଲୋଭି କର୍ମଚାରୀଙ୍କ ଯୋଗୁଁ ଏଥିରେ କଳଙ୍କ ଲାଗିଛି, ଏହିପରି କଳଙ୍କିତ ଘଟଣା ଘଟିଛି ବିଶାଖପାଟଣାରେ। ଆଇନ କାନୁନକୁ କଡାକଡି ରୂପେ ପାଳନ କରୁଥିବା ବିଶାଖାପାଟଣା ସହର ସହ ଏହାର ଆଖପାଖ ଛୋଟ ଛୋଟ ଗ୍ରାମରେ ଚୋରା ମଦ ବ୍ୟବସାୟ କରୁଥିବା ଜଣେ CISF କନଷ୍ଟେବଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ CISF କନଷ୍ଟେବଳ ରୂପେ କାର୍ଯ୍ୟରତ ଗୌରୀ ଶଙ୍କର ଦିଲ୍ଲୀରୁ ବିଶାଖାପାଟଣାକୁ ସରକାରୀ ମଦ ଚାଲାଣ କରୁଥିବା ସୂଚନା ସ୍ପେଶାଲ ଏନଫୋର୍ସମେଣ୍ଟ ବ୍ୟୁରୋକୁ ମିଳିଥିଲା।

Advertisment

ଏହାର ତଦନ୍ତ କରୁଥିବା ପୋଲିସ ଗୌରୀ ଶଙ୍କରକୁ ରେଡ୍‌ ହାଣ୍ଡ ଧରିବା ପାଇଁ ପୂରା ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଥିଲା। S E B ଡେପୁଟି କମିଶନର ବାବଜିରାଓ କହିଛନ୍ତି, ଗତ ୧୪ ତାରିଖ ଦିନ ଗୌରୀ ଶଙ୍କର ୨ଟି CISF ଟ୍ରଙ୍କ ଉପରେ ଷ୍ଟାମ୍ପ ମାରି ବିମାନ ଯୋଗେ ବିଶାଖାପାଟଣାରୁ ଦିଲ୍ଲୀ ପଠେଇଥିଲେ ଏବଂ ନିଜେ ଟ୍ରେନ ଦ୍ୱାରା ବିଶାଖାପାଟଣାରୁ ଦିଲ୍ଲୀ ଯାଇଥିଲେ। ଗତକାଲି ସେ ଏପି ଏକ୍ସପ୍ରେସ ଟ୍ରେନ୍‌ରେ ଦିଲ୍ଲୀରୁ ବିଶାଖାପାଟଣା ପହଂଚିଥିଲେ। ପୂର୍ବରୁ ସତର୍କ ଥିବା ପୋଲିସ ତାଙ୍କୁ ଆରପିଏଫ୍ ସହଯୋଗରେ ଷ୍ଟେସନରେ ହିଁ କାବୁ କରିଥିଲେ ଓ ଷ୍ଟାମ୍ପ ମରାଯାଇଥିବା ୨ଟି ଟ୍ରଙ୍କକୁ ଜବତ କରିଥିଲେ।

Advertisment

ତେବେ ଉଭୟ ଟ୍ରଙ୍କରୁ ପାଖାପାଖି ୧୪୦ ରୁ ଅଧିକ ବିଦେଶୀ ମଦ ବୋତଲ ଜବତ କରାଯାଇଛି। ତେବେ ଏହି ବୋତଲ ଗୁଡିକରେ କେନ୍ଦ୍ର ସରକାରଙ୍କ ନମ୍ବର ଓ ସିଲ ରହିଥିବା ବେଳେ ପୋଲିସ ଏହାକୁ ନକଲି ମଦ ସନ୍ଦେହ କରି ଲ୍ୟାବକୁ ପଠାଇଛି। ଦିଲ୍ଲୀର ଯେଉଁ ଜାଗାରୁ ଏହି ମଦ ଚାଲାଣ ହେଉଛି ସେହି ସ୍ଥାନକୁ S E Bର ସ୍ୱତନ୍ତ୍ର ୫ ଜଣିଆ ଟିମ ଯାଇ ଏହାର ଯାଞ୍ଚ କରିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ପାଇ ଉଦ୍ୟମ କରୁଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅଭିଯୁକ୍ତ ଗୌରୀ ଶଙ୍କର ଗତ ୩ ବର୍ଷ ଧରି ପୋଲିସ ଆଖିରେ ଧୁଳି ଦେଇ ଏହି ବ୍ୟବସାୟ କରୁଥିବା ଜଣାପଡିଛି।

CISF Smuggling Case
Advertisment
Advertisment