ଚିଠିରେ ତାଲିବାନୀମନ୍ତ୍ରୀ କହିଛନ୍ତି, ନୂଆ ସରକାର ଗଠନ ହେବା ପରେ ଆଫଗାନିସ୍ତାନରେ ରାଜସ୍ୱ ସଂକଟ ଦେଖାଦେଇଛି। ଏହାସହ ଆମେରିକା ସୈନ୍ୟ ମଧ୍ୟ କାବୁଲ ଏୟାରପୋର୍ଟରେ ଅନେକ କ୍ଷୟକ୍ଷତି କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ କତାର ବୈଷୟିକ ଟିମ୍ ସହାୟତାରେ ବିମାନ ବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। ଏନେଇ ସେପ୍ଟେମ୍ବର ୬ରେ ବିଧିବଦ୍ଧ ନୋଟିସ୍ ମଧ୍ୟ ହୋଇଛି।
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୧୮ ହଜାର ୮୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩ ଶହରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି ମହାମାରୀ
ଅକ୍ଟୋବର ୧ରୁ ସରକାରୀ କ୍ଷେତ୍ରରେ ଅନେକ ନୂଆ ନିୟମ ସାମ୍ନାକୁ ଆସିବାକୁ ଯାଉଛି। ଏହି ନିୟମ ଲୋକଙ୍କର ଦୈନନ୍ଦୀନ ଜୀବନକୁ ପ୍ରଭାବିତ କରିପାରେ। ଏଥିରେ ଭତ୍ତା ନିୟମ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଚେକ୍ ବୁକ୍ ପର୍ଯ୍ୟନ୍ତ ରହିଛି। ତେବେ ଏହି ସବୁ ନୀତି ନିୟମ ବିଷୟରେ ଅବଗତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।
ବାଗମ୍ବରୀ ମଠକୁ ମିଳିଲା ଉତ୍ତରାଧିକାରୀ । ଅଖିଳ ଭାରତୀୟ ଅଖାଡ଼ା ପରିଷଦର ସଭାପତି ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ନେଇ ନିଷ୍ପତ୍ତି ହୋଇଛି । ମହନ୍ତଙ୍କ ଇଚ୍ଛାପତ୍ର ଆଧାରରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ଦାୟିତ୍ୱ ଦିଆଯାଇଛି । ଶିଷ୍ୟ ବଲବୀର ଗିରିଙ୍କୁ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ କରାଯିବା ନିଷ୍ପତ୍ତି ଉପରେ ମୋହର ଲାଗିଛି
ସୁନା ଚୋରା କାରବାରରେ ଧରାପଡିଥିବା ଅଭିଯୁକ୍ତ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ବାହାରିଲା । ପ୍ରାୟ ୯୦୦ ଗ୍ରାମ ଓଜନର ସୁନା ପେଷ୍ଟକୁ ପେଟ ଭିତରେ ଲୁଚାଇ ନେଇଯାଉଥିଲେ । ଯାଂଚ ସମୟରେ ପେଟ ଭିତରେ ପ୍ରାୟ ୯୦୮.୬୮ ଗ୍ରାମ ଓଜନ ବିଶିଷ୍ଟ ଚାରୋଟି ପ୍ୟାକେଟ୍ ସୁନା ପେଷ୍ଟ ଥିବା ଜାଣିପାରିଥିଲେ ସିଏସ୍ଏଫ୍ ଏବଂ କଷ୍ଟମ୍ ଅଧିକାରୀ ।
ଇସ୍ତଫା ପରେ ସିଦ୍ଧୁଙ୍କର ପ୍ରଥମ ଭିଡିଓ ବାର୍ତ୍ତା । ପଞ୍ଜାବ କଂଗ୍ରେସର ଅସ୍ଥିରତା ମଧ୍ୟରେ ଆଜି ନବଜୋତ ସିଂ ସିଦ୍ଧୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କର ଏହା ହେଉଛି ପ୍ରଥମ ଭିଡିଓ ବାର୍ତ୍ତା । ଅଧିକାର ଓ ସତ ପାଇଁ ଲଢ଼େଇ ଜାରି ରଖିବା ସହ କୌଣସି ମତେ ବୁଝାମଣା କରିପାରିବେ ନାହିଁ ବୋଲି କହିଛନ୍ତି ସିଦ୍ଧୁ ।
ସିଦ୍ଧୁଙ୍କ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇବେ ନାହିଁ କଂଗ୍ରେସ ହାଇକମାଣ୍ଡ । ଜରୁରୀ ସ୍ଥିତିରେ ରାଜ୍ୟ କଂଗ୍ରେସକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ତେବେ ପଞ୍ଜାବରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ଅଧକ୍ଷ୍ୟ ପଦରୁ ଇସ୍ତଫା ଦେବା ସିଦ୍ଧୁଙ୍କୁ ମହଙ୍ଗା ପଡିପାରେ ।
ନର୍ସଙ୍କ ଅବହେଳା ପାଇଁ ବିପଦରେ ଯୁବକଙ୍କ ଜୀବନ । କରୋନା ଟିକା ଲଗାଇବାକୁ ଯାଇଥିଲେ, କୁକୁର କାମୁଡ଼ା ଟିକା ନେଇ ଫେରିଲେ ଯୁବକ । ମହାରାଷ୍ଟ୍ରର କାଲୱା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଛି । କରୋନା ଟିକା ନେବାକୁ ଆସିଥିବା ବ୍ୟକ୍ତିଙ୍କୁ ଆଣ୍ଟି ରେବିଜ ଇଞ୍ଜେକ୍ସନ ଦିଆଯାଇଛି ।
ପଞ୍ଜାବ କଂଗ୍ରେସରେ ହଟଚମଟ । ପ୍ରଥମେ ପିସିସି ସଭାପତି ପଦରୁ ଅଚାନକ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଓ ପରେ ପରେ କୋଷାଧ୍ୟକ୍ଷ ଏବଂ ୨ ନୂଆ ମନ୍ତ୍ରୀ ପଦ ଛାଡିବା ପରେ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।
ପୁଣି ପାକିସ୍ତାନୀ ଆତଙ୍କୀଙ୍କ ଟାର୍ଗେଟ୍ରେ ଉରି । ୨୦୧୬ ଭଳି ପୁଣି ଏକ ଉରି ଆଟାକ୍ ପାଇଁ ହୋଇଥିଲା ଷଡ଼ଯନ୍ତ୍ର । ସହାୟତା କରିଥିଲା ପାକିସ୍ତାନ ସେନା । ହେଲେ ସବୁ ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଜାମ୍ମୁ ଓ କାଶ୍ମୀରର ଉରିରୁ ଧରାପଡ଼ିଛି ଲସ୍କର-ଏ-ତୋଇବାର ୧୯ ବର୍ଷୀୟ ଆତଙ୍କବାଦୀ ।
ଏସିଆ ମହାଦେଶର ସବୁଠୁ ଲମ୍ବା ସୁଡ଼ଙ୍ଗ । କାର୍ଗିଲ୍ ସୋନ୍ମାର୍ଗରେ ନିର୍ମାଣାଧୀନ ଜୋଜିଲା ଟନେଲ୍ । ଏଠି ଭୌଗଳିକ ସ୍ଥିତି ଯେତିକି ଜଟିଳ, ପ୍ରତିରକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ସେତିକି ଗୁରୁତ୍ୱପୂର୍ଣ୍ଣ ।
ଶ୍ରୀନଗରରୁ ଲେହକୁ ଫିଟିବ ବାର ମାସିଆ ରାସ୍ତା। ଖୁବ୍ ଶୀଘ୍ର ଯାତାୟତା ଯୋଗ୍ୟ ହେବ ଜୋଜିଲା ଟନେଲ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଜେଡ୍-ମୋଡ୍ ଓ ଜୋଜିଲା ମୁଖ୍ୟ ଟନେଲ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି
ଆକସ୍ମିକ ଭାବରେ ବଢିବାରେ ଲାଗିଛି ରିଲାଏନ୍ସ ସେୟାର। ସପ୍ତାହର ଦ୍ୱିତୀୟ ଦିନରେ ରେଡ ମାର୍କରେ ସେୟାର ମାର୍କେଟ ୬୦ ହଜାରରୁ କମ୍ ବନ୍ଦ ହୋଇଯାଇଥିଲା। ଏହା ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାରଗୁଡିକ ଆଜି ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ପ୍ରାୟ ୧ ପ୍ରତିଶତ ଲାଭ ସହିତ ୨୫୪୮.୦୫ ଟଙ୍କା ରେକର୍ଡରେ ବନ୍ଦ ହୋଇଛି।
ଦିଲ୍ଲୀ ସରକାରଙ୍କ ଦ୍ୱାରା ରାଜଧାନୀ ଦିଲ୍ଲୀ ପାଇଁ ଏକ ନୂତନ ଏକ୍ସାଇଜ୍ ନିୟମ ଲାଗୁ କରାଯାଇଛି। ଏହି ନିୟମ ଲାଗୁ ହେବା ପରେ ମଦ ବ୍ୟବସାୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଟୋବର ୧ ରୁ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ କରାଯାଇଥିବା ବେଳେ କେବଳ ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଅର୍ଥାତ୍ ଆଗାମୀ ଦିନରେ ଦିଲ୍ଲୀରେ ମଦ୍ୟପାନର ଘୋର ଅଭାବ ଦେଖାଯିବାର ସମ୍ଭାବନା ମଧ୍ୟ ରହିଛି।
ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍ କିଛି ବଡ଼ ଘୋଷଣା କରିପାରେ। ତେଣୁ ସିଦ୍ଧୁ ଆପ୍ରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି।
ପାଣିରେ ଭାସିଗଲା ବସ୍ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ନାଗପୁର ଅଂଚଳର ଏହି ଘଟଣା ସ୍ଥାନୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାନ୍ଦେଡ-ନାଗପୁର ରାସ୍ତାରେ ୬ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଯାଉଥିଲା ।
ଅପେକ୍ଷାର ହେଲା ଅନ୍ତ, ଶେଷରେ କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଯୋଗଦେବା ନେଇ ସୂଚନା ମିଳିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏହି ଦୁଇ ନେତା।
ଚାଷୀଙ୍କ ପାଇଁ ଖୁସି ଖବର । ଲୋକାର୍ପିତ ହୋଇଛି ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ । ଏହି କିସମ ଗୁଡିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଦେଉଥିବା ପ୍ରଭାବକୁ ରୋକି ପାରୁଥିବା କ୍ଷମତା ସହ ଉଚ୍ଚ ପୋଷକ ତତ୍ତ୍ୱ ରହିଛି
କରୋନା କାରଣରୁ ବିଦ୍ୟାଳୟଗୁଡିକ ବନ୍ଦହୋଇ ରହିଛି। କେଉଁଠି ଅନ୍ଲାଇନ୍ରେ କ୍ଲାସ୍ ଚାଲିଛି ତ ପୁଣି କେଉଁଠି ନିଇ ଇଛାରେ ପିଲାଙ୍କୁ ଆସିବା ନେଇ ଅନୁମତି ଦିଆଯାଇଛି। ତେବେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ବିଶେଷଜ୍ଞଙ୍କ କହିବାନୁସାରେ, ବିଦ୍ୟାଳୟଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବାକୁ ଅନୁମତି ଦେବା ଉଚିତ। ଭାରତରେ ଦୀର୍ଘ ୫୦୦ ଦିନରୁ ଅଧିକ ସମୟ ଧରି ସ୍କୁଲ୍ ବନ୍ଦ ରହିବା କାରଣରୁ ପ୍ରାୟ ୩୨୦ ନିୟୁତ ପିଲା ପ୍ରଭାବିତ ହୋଇଛନ୍ତି ବୋଲି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏକ ମତରେ ବିଶେଷଜ୍ଞମାନେ ୟୁନେସ୍କୋର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ। କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀରେ ପହଞ୍ଚିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି
ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ।
ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା। ଜୋଜିଲା ଟନେଲକୁ ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀI ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଜୋଜିଲା ଟନେଲ୍।
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।