• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଉସ୍_କାଇଲେ ଛାଡ଼ିବୁନି (1)
ଚାଇନାକୁ ମୋଦିଙ୍କ ଚେତାବନୀ; ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସହିଦ ଯବାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରିବା ସହିତ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏଥିସହିତ ଚାଇନାକୁ ଚେତାବନୀ ଦେଇ ମୋଦି କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି। ଆମ ଯବାନ ମାରି ମାରି ମରିଛନ୍ତି। ଏଥତ୍ପାଇଁ ଦେଶ ଗର୍ବ କରୁଛି। ଦେଶର ଅଖଣ୍ଡତା ସହ କୌଣସି ପ୍ରକାର ସାଲିସ୍ କରାଯିବନି। […]

  • Monday, 26 July 2021
army
ଭାରତ-ଚୀନ ସୀମା ସଂଘର୍ଷ; ସହିଦ ୩ ଭାରତୀୟ ଯବାନଙ୍କ ପରିଚୟ ମିଳିଲା

ନୂଆଦିଲ୍ଲୀ: ଭାରତ ଚୀନ ସୀମା ସଂଘର୍ଷରେ ସହିଦ ହୋଇଥିବା ୩ ଭାରତୀୟ ଯବାନଙ୍କ ପରିଚୟ ମିଳିଛି। ବିହାର ରେଜିମେଣ୍ଟର କର୍ଣ୍ଣେଲ ବି. ସନ୍ତୋଷ ବାବୁ ସହିଦ ହୋଇଛନ୍ତି। ଏହାକୁ ନେଇ ତେଲେଙ୍ଗାନା ସୂର୍ଯ୍ୟାପେଟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ତାମିଲନାଡୁର ହାବିଲଦାର ପାଲାନି ଓ ଝାଡ଼ଖଣ୍ଡର ସିପାହୀ କୁନ୍ଦନ ଓଝା ମଧ୍ୟ ସହିଦ ହୋଇଛନ୍ତି। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍‌ ୧୫ ତାରିଖରେ ଏଲ୍‌ଏସିଇରେ ଚାଇନା ଓ ଭାରତ ସେନା ମଧ୍ୟରେ ସଂଘର୍ଷ […]

  • Monday, 26 July 2021
china
ଇଣ୍ଡିଆ ଚାଇନା ଫାଇଟ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଚୀନ୍ ସହ ରକ୍ତାକ୍ତ ସଂଘର୍ଷକୁ ନେଇ ଭାରତୀୟ ସେନାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତକାଲି ଲଦାଖର ଗଲଓ୍ୱାନ ଅଞ୍ଚଳରେ ସଂଘର୍ଷ ଘଟିଥିଲା। ସୀମାରେ କାର୍ଯ୍ୟରତ ୧୭ ଯବାନ ଗୁରୁତର ଆହତ ହୋଇଥିଲେ। ମାଇନସ୍ ତାପମାତ୍ରାରେ ଗୁରୁତର ଅବସ୍ଥାରେ ରହି ସେମାନଙ୍କ ମୃତ୍ୟୁ ହୋଇଥିବା ଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି। ଏଥିସହିତ ସୀମା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ପ୍ରତିଶ୍ରୁତିବଦ୍ଧ ବୋଲି ସେନା କହିଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, […]

dsd
ଭାରତ-ଚୀନ୍ ଫାଇଟ୍ ଅପଡେଟ୍: ବଡ଼ କ୍ଷତି ସହିଛି ଚାଇନା, ୪୩ ଯବାନ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଚାଇନାକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଚାଇନାର ପ୍ରାୟ ୪୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛି ଖବର ସରବରାହ ସଂସ୍ଥା ଏନ୍‌ଆଇ। ଭାରତ ପକ୍ଷରୁ ଏହି ସୂଚନା ଜଣାପଡ଼ିଥିବା ଏଏନ୍‌ଆଇ କୋଟ୍ କରିଛି। ନିଜର ମୃତ ସୈନ୍ୟମାନଙ୍କୁ ନେବା ପାଇଁ ସୀମାରେ ଚୀନ୍ ହେଲିକପ୍ଟର ପହଞ୍ଚିଛି ଥିବା ଖବର ମିଳିଛି। ୨୦ ଭାରତୀୟ ଯବାନ ସହିଦର ଖବର ଆସିବାର ତୁରନ୍ତ […]

india-chin
ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣା; ୨୦ ଭାରତୀୟ ଯବାନ ସହିଦ ! ବଢ଼ିପାରେ ସଂଖ୍ୟା

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ଅତିକମ୍‌ରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଭାରତୀୟ ଯବାନଙ୍କ  ସହିଦ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ୨୦ ଯବାନ ସହିଦ ନେଇ ଭାରତୀୟ ସୂତ୍ରରୁ ସୂଚନା ମିଳିଛି। ଚୀନ୍ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ସୂଚନା ରହିଛି। ନିଜର ମୃତ ସୈନ୍ୟମାନଙ୍କୁ ନେବା ପାଇଁ ସୀମାରେ ଚୀନ୍ ହେଲିକପ୍ଟର ପହଞ୍ଚିଛି। […]

  • Monday, 26 July 2021
snea
ଭାରତ-ଚୀନ ସଂଘର୍ଷ; ପ୍ରତିକ୍ରିୟାରେ ଏମିତି କହିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗଲଓ୍ୱାନ ଉପତ୍ୟକାରେ ଭାରତୀୟ-ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଗତକାଲି ରାତିରେ ଚୀନ୍ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା-LACର  ଯଥା ସ୍ଥିତିକୁ  ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଏହାକୁ […]

  • Monday, 26 July 2021
china
ଆମର ବି ବହୁତ କ୍ଷତି ହୋଇଛି: ଚାଇନା ମିଡିଆ

ନୂଆଦିଲ୍ଲୀ: ମାସେରୁ ଅଧିକ ସମୟ ଧରି ଚୀନ୍ ସୀମାରେ ଲାଗି ରହିଥିବା ଉତ୍ତେଜନା ଶେଷରେ ସଂଘର୍ଷର ରୂପ ନେଇଛି। ଗତକାଲି ଉଭୟ ଦେଶର ସୈନ୍ୟ ଲଦାଖର୍‌ ଗଲଓ୍ୱାନ୍‌ରେ ମୁହାଁମୁହିଁ ହୋଇଥିଲେ। ଟେକାପଥର ମାଡ଼ ସଙ୍ଗକୁ ପରସ୍ପରକୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ୩ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୫ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପାଇଁ ଚୀନ୍ ଓଲଟା ଭାରତ ଉପରେ ଦୋଷ ଲଦିଛି।  ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]

sushant
ଆସିଲା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ କରୋନା ହୋଇନାହିଁ। ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଅସୁସ୍ଥ ଅନୁଭବ କରିଥିଲେ ଜୈନ। ତାଙ୍କୁ ଜ୍ୱର ହେବା ସହିତ ପ୍ରଶ୍ୱାସ ନେବାର ଅସୁବିଧା ହେବାରୁ ତାଙ୍କୁ ଗତକାଲି ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେରେ ଭର୍ତ୍ତି କରାଯାଇଥିଲା। ଏନେଇ ଆଜି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି […]

  • Monday, 26 July 2021
pm
ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା: ପିଏମ୍‌ କହିଲେ, ସାମାନ୍ୟ ଅସାବଧାନ ହେଲେ ସବୁ ପାଣିରେ ପଡ଼ିବ

ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନରେ ସବୁ ପାଣିରେ ପଡ଼ିବ। କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ଆଲୋଚନା। ଏହି ଆଲୋଚନା କାଳରେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଘରୁ ବାହାରକୁ ବାହାରିବା କଥା ଚିନ୍ତା ବି କରନ୍ତୁନି। ସାମାନ୍ୟ ଅସାବଧାନ ହେଲେ ଆମର ସବୁ ଚେଷ୍ଟା ପାଣିରେ ପଡ଼ିବ। ୨ ଗଜ ଦୂରତ୍ୱ ରଖି ସତର୍କତାର ସହ ଆମେ କାମ କରିବା ବୋଲି ମୋଦି ଲୋକମାନଙ୍କୁ […]

  • Monday, 26 July 2021
rajnath
ଭାରତ-ଚୀନ ସାମ୍ମାସାମ୍ନି; ପ୍ରତିରକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଛି ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେ ଚରମ ସୀମାରେ ପହଞ୍ଚିଛି ଉତ୍ତେଜନା ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାର ଗଲଓ୍ୱାନ୍ ଉପତ୍ୟକାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଭାରତର କର୍ଣ୍ଣେଲ ରାଙ୍କର ଜଣେ ଅଫିସରଙ୍କ ସହ ୨ ଜଣ ଯବାନ ସହିଦ୍ ହୋଇଛନ୍ତି। ସେହିପରି ଚୀନ୍‌ର ୩ରୁ ୪ ଜଣ ଯବାନ ମଧ୍ୟ ପ୍ରାଣ ହରାଇଥିବା ସେନା କହିଛି। ସେପଟେ ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି। […]

earthquake
ଗୁଜରାଟରେ ଭୂମିକମ୍ପ

ଗାନ୍ଦିନଗର: ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦ କିମି ଓ ରାଜକୋଟ ଠାରୁ ପ୍ରାୟ ୧୨୦ କିମି ଏହା କେନ୍ଦ୍ରୀଭୂତ ହୋଇଛି। ଏହା ରାଜକୋଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୧୨୨ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି। ସୂଚନା ଥାଉକି, ଅତୀତରେ ତିନୋଟି ବଡ଼ ଭୂମିକମ୍ପର ସାମ୍ନା […]

sushant singh rajput
ସୁଶାନ୍ତଙ୍କ ମୃତ୍ୟୁରେ‌ ବଲିଉଡ୍ ଅବାକ୍: ଏହି ଷ୍ଟାର୍ କହିଲେ ବିଶ୍ୱାସ କରିପାରୁନି, ଖବର ମିଛ

ମୁମ୍ବାଇ: ବଲିଉଡ୍‌କୁ ହଠାତ୍‌ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ସୁଶାନ୍ତ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌କୁ ଶକ୍ତ ଝଟ୍‌କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ […]

modi
ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ପହିଲି ରଜ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବକୁ ଉଲ୍ଲାସର ପାଳୁଛନ୍ତି ରାଜ୍ୟବାସୀ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି ଏବଂ ମୁଣ୍ଡରେ କୁଙ୍କୁମ ଲଗାଇ ସଜ ହୋଇଛନ୍ତି କୁଆଁରୀ କନ୍ୟା। ତା’ସହ ଘରେ ଘରେ ପିଠାପଣାର ମହକ। ଆଉ ଏହି ଅବସରରେ ଓଡ଼ିଶାବାସୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ମୋଦି ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟବାସୀଙ୍କ ସୁସ୍ଥତା କାମନା ମଧ୍ୟ କରିଛନ୍ତି। ବିଶେଷ […]

  • Monday, 26 July 2021
fuel-price
ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର: ୮ ଦିନରେ ବଢ଼ିଲାଣି ଏତିକି

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର। ରବିବାର ପେଟ୍ରୋଲ୍‌ ଲିଟର ପ୍ରତି ୬୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୬୪ ପଇସା ବୃଦ୍ଧି ହୋଇଛି। କରୋନା ଲକ୍‌ଡାଉନ୍‌ ହେବା ପରେ ଲଗାତର ୮ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଛି। ଏହି ଆଠ ଥର ବଢ଼ିବା ଭିତରେ ପେଟ୍ରୋଲ୍‌ ଲିଟର ପ୍ରତି ୪.୫୨ ପଇସା ବଢ଼ି ସାରିଥିବା ବେଳେ ଡିଜେଲ୍ ୪.୬୪ ବୃଦ୍ଧି ହୋଇ ସାରିଲାଣି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୭୫.୧୬ ଟଙ୍କାରୁ […]

SHUBA
ବାହୁବଳୀ ଫେମସ୍‌ ରମ୍ୟା କ୍ରିଷ୍ଣନ୍‌ଙ୍କ କାର୍‌ରୁ‌ ଜବତ ହେଲା ୯୬ ମଦ ବୋତଲ

ଚେନ୍ନାଇ: ବାହୁବଳୀ ଫିଲ୍ମରେ ଶିବଗାମୀ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଥିବା ଦକ୍ଷିଣ ଫିଲ୍ମ ଷ୍ଟାର୍ ରମ୍ୟା କ୍ରିଷ୍ଣନନ୍‌ଙ୍କ ଗାଡ଼ିରୁ ଜବତ ହେଲା ୯୬ଟି ମଦ ବୋତଲ। ଗତ ଗୁରବାର ଜୁନ୍‌ ୧୧ ତାରିଖରେ ତାଙ୍କ ସ୍ପୋର୍ଟସ ଗାଡ଼ିରୁ ଏତେ ସଂଖ୍ୟକ ମଦ ବୋତଲ ଜବତ ହୋଇଛି। ଏହାପରେ ତାଙ୍କ ଡ୍ରାଇଭର୍‌ ସେଲଭକୁମାରକୁ ପୁଲିସ ଗିରଫ୍ କରିଛି। ପୁଲିସ ତଦନ୍ତ ବେଳେ ରମ୍ୟା ମଧ୍ୟ ଗାଡ଼ିରେ ଥିଲେ। ଖବର ଅନୁସାରେ, ସେଦିନ ମହାବଳିପୁରମରୁ […]

Lonar Lake
ହ୍ରଦର ପାଣି କାହିଁକି ଗୋଲାପୀ ହେଲା, ଗବେଷଣା କରିବେ ବୈଜ୍ଞାନିକ

ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା ଏନେଇ ଗବେଷଣା କରିବେ ସଂସ୍ଥାର ବୈଜ୍ଞାନିକ। ୫୦ ହଜାର ବର୍ଷ ତଳେ ପୃଥିବୀ ସହ ଏକ ଉଲ୍‌କା ପିଣ୍ଡ ବାଡ଼େଇ ହେବାରୁ ଏହି ଅଣ୍ଡାକୃତ୍ତିର ହ୍ରଦ ସୃଷ୍ଟି […]