Advertisment

କ୍ଷୀର ଖାଇବାକୁ ଜିଦି କରିବାରୁ ଶିଶୁକୁ ତଳେ କଚାଡି ମାରିଦେଲା ମା’

ଛତିଶଗଡର କୋରବା ବାଲକୋନଗରରେ ଜଣେ ନିରୀହ ଶିଶୁ ମାଆଠାରୁ କ୍ଷୀର ପିଇବାକୁ ବାରମ୍ବାର ଜିଦ୍ ଧରିବାରୁ ଏଥିରେ ରାଗିଯାଇ ମାଆ ପିଲାଟିକୁ ଜୋରରେ ମାଡ଼ ମାରିଥିଲେ, ଯେଉଁ କାରଣରୁ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିଜ ସନ୍ତାନର ହତ୍ୟା ଅଭିଯୋଗରେ ପୋଲିସ ମାଆକୁ ଗିରଫ କରିଛି। ଏହି ହୃଦୟ ବିଦାରକ ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

author-image
Pramod Behera
Mother thrashes 3 year old child

Mother thrashes 3 year old child

କୋରବା : ଛତିଶଗଡର କୋରବା ବାଲକୋନଗରରେ ଜଣେ ନିରୀହ ଶିଶୁ ମାଆଠାରୁ କ୍ଷୀର ପିଇବାକୁ ବାରମ୍ବାର ଜିଦ୍ ଧରିବାରୁ ଏଥିରେ ରାଗିଯାଇ ମାଆ ପିଲାଟିକୁ ଜୋରରେ ମାଡ଼ ମାରିଥିଲେ, ଯେଉଁ କାରଣରୁ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିଜ ସନ୍ତାନର ହତ୍ୟା ଅଭିଯୋଗରେ ପୋଲିସ ମାଆକୁ ଗିରଫ କରିଛି। ଏହି ହୃଦୟ ବିଦାରକ ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୃତ ଶିଶୁଟି ମାତ୍ର ୩ ବର୍ଷର ଥିଲା। ଏହି ମାମଲା ବାଲକୋନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ସୂଚନା ମୁତାବକ ସହରର ସେକ୍ଟର ୫ରେ ରହୁଥିବା ପ୍ରମିଳାଙ୍କ ତିନି ବର୍ଷର ପୁଅ ସତ୍ୟଭିକ୍ ରାଓ ତାଙ୍କ ମାତା ପ୍ରମିଳାଙ୍କ ଠାରୁ କ୍ଷୀର ପିଇବାକୁ ଜିଦ୍ ଧରିଥିଲେ।

Advertisment

ପୋଲିସର ସୂଚନାନୁସାରେ, ଗୁରୁବାର ସକାଳେ ମାଆ ପ୍ରମିଳା ପିଲାଟିକୁ ଖାଇବାକୁ ଦେଇଥିଲେ। ତଥାପି ପିଲାଟି କାନ୍ଦିବାରୁ କ୍ରୋଧିତ ପ୍ରମିଳା ସାତ୍ୱିକକୁ ତଳେ କଚିଦେଇଥିଲେ। ଫଳରେ ସେ ଅଚେତ ହୋଇ ପଡିଯାଇଥିଲା। ପରିବାରଲୋକେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପ୍ରମିଳା ଏଭଳି କାଣ୍ଡ କରିବା ବେଳେ ତାଙ୍କ ସ୍ୱାମୀ ଘରେ ନ ଥିବା ବେଳେ କେବଳ ପ୍ରମିଳାଙ୍କ ଶ୍ୱଶୁର ଥିଲେ। ଏହି ମାମଲାରେ ପୋଲିସ କହିଛି ଯେ ୨୦୧୪ ପରଠାରୁ ପ୍ରମିଳାଙ୍କ ମାନସିକ ଅବସ୍ଥା ଭଲ ନ ଥିଲ। ଫଳରେ ପ୍ରମିଳାଙ୍କ ପରିବାର ସଦସ୍ୟ ତାଙ୍କ ଚିକିତ୍ସା କରୁଛନ୍ତି। ତଥାପି ତାଙ୍କ ଅବସ୍ଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧାର ଆସି ନାହିଁ।

Advertisment

କୋରବା ପୋଲିସ ଏହା ମଧ୍ୟ କହିଛି ଯେ, ପ୍ରମିଳା ଶିଶୁଟିକୁ ତଳେ କଚାଡି ଦେବାରୁ ତା’ର କାନମୁଣ୍ଡାରେ ଜୋରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ମୃତ୍ୟୁବରଣ କରିଥିଲା। ବର୍ତ୍ତମାନ ପୋଲିସ ପ୍ରମିଳାଙ୍କୁ ଗିରଫ କରିଛି ଓ ଅଧିକ ତଦନ୍ତ କରିବାରେ ଲାଗିଛି।

Chhattisgarh
Advertisment
Advertisment