Advertisment

ଭାରତ ତିଆରି କଲା ପ୍ରଥମ ଇଲେକ୍ଟ୍ରିକ୍‌ ଫ୍ଲାଇଙ୍ଗ କାର୍‌

ନିର୍ମାଣ ହେଲା ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ଫ୍ଲାଇଙ୍ଗ କାର୍‌ । ଚେନ୍ନାଇ ସ୍ଥିତ ଏକ ଭାରତୀୟ ଷ୍ଟାର୍ଟ ଅପ୍ ଏସିଆର ପ୍ରଥମ ଫ୍ଲାଇଙ୍ଗ କାର ନିର୍ମାଣ କରିଛି । ଏହାକୁ ନେଇ ନାଗରିକ ବିମାନ ମନ୍ତ୍ରୀ ବିଶ୍ୱରେ ଖୁସି ବ୍ୟକ୍ତ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Indias first flying car introduced

Indias first flying car introduced

ନୂଆଦିଲ୍ଲୀ : ନିର୍ମାଣ ହେଲା ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ଫ୍ଲାଇଙ୍ଗ କାର୍‌ । ସମଗ୍ର ବିଶ୍ୱ ଏବେ ଫ୍ଲାଇଙ୍ଗ ନିର୍ମାଣ କରିବା ପଛରେ ଲାଗିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇଛି ଭାରତ । ଚେନ୍ନାଇ  ସ୍ଥିତ ଏକ ଭାରତୀୟ ଷ୍ଟାର୍ଟ ଅପ୍ ଏସିଆର ପ୍ରଥମ ଫ୍ଲାଇଙ୍ଗ କାର ନିର୍ମାଣ କରିଛି, ଯାହାକୁ ନାଗରିକ ବିମାନ ମନ୍ତ୍ରୀ ଅନାବରଣ କରିବେ। କାର୍‌କୁ ନିର୍ମାଣ କରିଥିବା ଭିନାଟା ଏରୋମୋନାଲିଟି କମ୍ପାନୀ ତାର ପ୍ରଥମ ହାଇବ୍ରିଡ୍ ଫ୍ଲାଇଙ୍ଗ କାରକୁ ବିଶ୍ୱସ୍ତରରେ ପରିଚିତ କରାଇବ ।

Advertisment

ଲଣ୍ଡନର ଏକ ପ୍ରତିଷ୍ଠିତ ପ୍ରଦର୍ଶନୀ ‘ହେଲିଟେକ୍ ଏକ୍ସପୋ ୨୦୨୧’ ରେ ଭିନାଟା ଏହି କାର୍‌କୁ ପ୍ରଦର୍ଶନ କରିବ । ଦୁଇ ଦିନିଆ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଫ୍ଲାଇଙ୍ଗ୍ କାରର ସମ୍ପୂର୍ଣ୍ଣ ବିବରଣୀ  ଉପସ୍ଥାପନ କରାଯିବ। ଏହି କାରର ଓଜନ ମାତ୍ର ୧୧୦୦ କିଲୋଗ୍ରାମ ହୋଇଥିବାବେଳେ କାର୍‌ ଟି ୧,୩୦୦ କିଲୋଗ୍ରାମ ଓଜନକୁ ନେଇ ଉଡିପାରିବାର କ୍ଷମତା ରଖିଛି । ଏଥିରେ ଇଲେକ୍ଟ୍ରିକ୍ ବ୍ୟାଟେରୀ, ହାଇବ୍ରିଡ୍ ଇଲେକ୍ଟ୍ରିକ୍ ବିଟି‌ଅଏଲ୍, ଭର୍ଟିକାଲ୍ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ଏୟାରକ୍ରାଫ୍ଟ ଆଦି ରହିଛି । ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଉଡିବାର କ୍ଷମତା କାରଟିର ରହିଛି।  କାର୍‌ଟି ସର୍ବାଧିକ ୬୦ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଉଡିପାରିବ । ଜୈବ ଇନ୍ଧନ ବ୍ୟବହାର ଦ୍ୱାରା ଚାଲୁଥିବାରୁ ଯୋଗୁଁ କାର୍‌ର ଯାନ୍ତ୍ରିକ ତ୍ରୁଟି କମ୍‌ ରହିବ  ବୋଲି କୋମ୍ପାନୀ ଦାବି କରିଛି ।

ଭାରତର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଭିନାଟା ଏୟାରୋମୋବିଲିଟିର ଯୁବ ଗୋଷ୍ଠୀ ଦ୍ୱାରା ନିର୍ମିତ  ଏସିଆର ଏହି ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର ମଡେଲ୍‌ ହୋଇପାରିଛି ଯାହାକୁ ନେଇ ସେ ଅତ୍ୟନ୍ତ ଖୁସି।  ଲୋକମାନେ ଏହି କାର୍‌ଟିକୁ ମାଲ ପରିବହନ, ଚିକିତ୍ସା ତଥା ଜରୁରୀକାଳୀନ ସେବା ଯୋଗାଇବା ପାଇଁ ବ୍ୟବହାର କରିପାରିବେ ।

Advertisment
India News Flying Car
Advertisment
Advertisment