Sonu Sood with Delhi CM Arvind Kejriwal
ନୂଆଦିଲ୍ଲୀ: ଆପ୍ରେ ଯୋଗ ଦେଇପାରନ୍ତି ବଲିଉଡ଼୍ ଅଭିନେତା ସୋନୁ ସୁଦ୍। ଦଳରେ ଯୋଗ ଦେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗିରହିଛି। ବଲିଉଡ ଅଭିନେତା ସୋନୁ ସୁଦ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ଚର୍ଚ୍ଚା ଖୁବ୍ଶୀଘ୍ର ଶେଷ ହୋଇପାରେ। କୁହାଯାଉଛି ଯେ ସେ ଆପ୍ରେ ଯୋଗ ଦେବେ। ଦଳରେ ଯୋଗଦେବା ନେଇ ବୁଧବାର ଦିନ ସେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିବା ନେଇ ଜଣାପଡ଼ିଛି। ଅଗଷ୍ଟରେ, ଦିଲ୍ଲୀ ସରକାର ସୋନୁଙ୍କୁ 'ଦେଶ କେ ମେଣ୍ଟର' ପଦକ୍ଷେପର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଥିଲା।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋନୁ ସୁଦ AAP ରେ ଯୋଗଦେବେ। ବିଧିବଦ୍ଧ ଭାବରେ ସେ କେବେ ଦଳରେ ଯୋଗ ଦେବେ ସେନେଇ ବି ବୈଠକ ହୋଇଛି। ଏମିତିକି ଏହି ବୈଠକରେ ଗୁଜୁରାଟର ଅନେକ ଶିଳ୍ପପତିମାନେ ମଧ୍ୟ ଯୋଗଦେଇଥିଲେ। କାରଣ ୨୦୨୨ରେ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ୍ ପ୍ରାର୍ଥୀ ଦେବାକୁ ଯାଉଛି। ଖାସ୍ କରି ଅଭିନେତା ସୋନୁଙ୍କୁ ନେଇ ଅରବିନ୍ଦ କେଜ୍ରିୱାଲ୍ କିଛି ଗେମ୍ କରିପାରନ୍ତି। ତେଣୁ ଏହି ବୈଠକରେ ଗୁଜୁରାଟ୍ର ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ସେ କିଛି ସମୟ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୋନୁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, ତାଙ୍କୁ ଦୁଇଟି ରାଜନୈତିକ ଦଳ ପକ୍ଷରୁ ରାଜ୍ୟସଭା ଟିକେଟ୍ ଦିଆଯିବା ନେଇ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଏହାକୁ ସେ ମନା କରିଦେଇଛନ୍ତି।
Also Read
ସୂଚନା ଅନୁସାରେ, ସୋନୁଙ୍କୁ ପୂର୍ବରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସୁଦଙ୍କ ଅନେକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। କରୋନା କାରଣରୁ ଲକଡାଉନ୍ରେ ଫସି ରହିଥିବା ଅନେକ ପ୍ରବାସୀ ଶ୍ରମିକ ଏବଂ ଛାତ୍ରଙ୍କୁ ଘରକୁ ନେବା ପାଇଁ ସୋନୁ ଅନେକ ବ୍ୟବସ୍ଥା କରିଥିଲେ। ଯାହାକି ସରକାରଙ୍କର କାମ ଥିଲା। ତେବେ ଦେଖିବାକୁ ବାକି ରହିଲା କେବେ ଆପ୍ରେ ସାମିଲ ହେଉଛନ୍ତି ସୋନୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)