ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଭାରତରେ ଆତଙ୍କୀ ଷଡଯନ୍ତ୍ର ପଣ୍ଡ କରିବା ସହ ଜୀବନ୍ତ ପ୍ରମାଣ ସେନା ହାତରେ ଲାଗିଛି । କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି । ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛି ।
କଳାହାଣ୍ଡିର ପଟାୟତ ସାହୁ ଏବେ ଦେଶ ବିଦେଶରେ ଏକ ପରିଚିତ ନାଁ। କାରଣ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ତାଙ୍କ ଔଷଧୀୟ ଉଦ୍ୟାନର ଭୁରୀ ଭୁରୀ ପ୍ରଶଂସା। ପ୍ରାୟ ୧ ଏକର ୨୦ ଡିସିମିଲର ଜାଗାରେ କରିଛନ୍ତି ଔଷଧୀୟ ବଗିଚା।
ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଇ-ଯାନ ଆଡକୁ ଆକର୍ଷିତ ହେଉଛନ୍ତି ଲୋକେ। ତେବେ ଦାମ ଅଧିକ ହୋଇଥିବାରୁ କିଛି ଲୋକ ଏହା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏସବୁ ସମସ୍ୟାକୁ ଦେଖି ସରକାର ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଇଲେକ୍ଟ୍ରିକ୍ ଯାନ କିଣିଲେ ସବସିଡି ମିଳିବ ବୋଲି ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଫେବ୍ରୁଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ପ୍ରାୟୋଜିତ ବୋଲି କହିଛନ୍ତି। ଏକ ସୁଚିନ୍ତିତ ଉପାୟରେ ଏହାକୁ ଦଙ୍ଗା ରୂପ ଦିଆଯାଇଛି। କୌଣସି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଏହି ଦଙ୍ଗା ହୋଇନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି।
ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି ।
ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।
ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା ପଛରେ ରହି ବିଜେପିକୁ ସାହାଯ୍ୟ କରୁଛି ବୋଲି ଶିବସେନା କହିଛି।
ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ୍ ୱେବସାଇଟ୍ରୁ ଓ ସ୍ପେଶାଲ୍ ଆପ୍କୁ ଯାଇ ହେଲ୍ଥ ଆଇଡି ଖୋଲାଯାଇପାରିବ। ନିଜର ଆଧାର କାର୍ଡ, ମୋବାଇଲ୍ ଲମ୍ବର ଓ ଠିକଣା ଦେଇ ଏହି ଆଇଡି ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ୱେ ଓଡ଼ିଶା ଏଯାଏଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନାହିଁ।
ଯୁଆଡେ ଅନାଇଲେ କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍ । ଭାରତ ବନ୍ଦ ଯୋଗୁଁ ଯାତାୟତରେ ଗୁରୁତର ବାଧା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀ-ଗୁରୁଗ୍ରାମ ରାଜକୋରି ବର୍ଡରରେ ।
ଭାରତ ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି।
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଦ୍ୱାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ଭିଡିଓ କନ୍ଫରେନ୍ସିଂରେ ଜରିଆରେ ଏହାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲ୍ଥ ଆଇଡି ପ୍ରସ୍ତୁତ କରାଯିବ ।
ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍ରେ ପହଞ୍ଚିବେ କର୍ମଚାରୀ। ଯଦି ଏହି ନିୟମକୁ କର୍ମଚାରୀମାନେ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।
ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି ଚପଲକୁ କିଣିଥିବା ପୋଲିସ କହିଛି।
ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି ।
କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ମୋଦି । ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି । ଆଜିଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି ।
ସାମ୍ପଖଡା ନିବାସୀ ବନଜାରା ସମାଜର ନାରାୟଣ ସିଂ ରାଥୋଡ । ପତ୍ନୀ ଏବଂ ପୁଅମାନଙ୍କ ସହ ହସଖୁସିରେ ଦିନ କାଟୁଥିଲେ । ପରିବାରରେ ସବୁକିଛି ସ୍ୱାଭାବିକ ଚାଲିଥିଲା । ନାରାୟଣ ସିଂଙ୍କ ପତ୍ନୀ ଗୀତାବାଇ ଧାର୍ମିକ କାର୍ଯ୍ୟକ୍ରମରେ ଅଧିକ ଜଡିତ ଥିଲେ । ସେ ପ୍ରତିଦିନ ଭଜନ-କୀର୍ତ୍ତନ ଯିବାବେଳେ ଭଗବାନଙ୍କ ଭକ୍ତିରେ ବ୍ୟସ୍ତ ଥିଲେ ।
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିଜ ସମ୍ବୋଧନର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଭୁଲ୍ ତଥ୍ୟ ପ୍ରଦାନ କରି ସୁଶୀଲ ମୋଦି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି।
ରାତାରାତି ଭାଗ୍ୟ ବଦଳାଇଦେଲା ଆଇପିଏଲ୍ । ଗୋଟିଏ କ୍ଷଣେ ୫୭ ଲକ୍ଷର ଲଟେରୀ ଜିତି କୋଟିପତି ହୋଇଗଲେ ଗୋପାଲ୍ । ଝାଡ଼ଖଣ୍ଡ ଲାତେହାର ଜିଲ୍ଲାରେ ଏପରି ଘଟଣା ଘଟିଛି । ଜଣେ ଚାଉମିନ୍ ବିକ୍ରେତା ଅନଲାଇନ୍ ବେଟିଂ ଡ୍ରିମ୍ - ୧୧ରେ ଲକ୍ଷାଧିକ ଟଙ୍କା ଜିତିଛନ୍ତି । ଡ୍ରିମ୍ ୧୧ ରେ ଅଂଶଗ୍ରହଣ କରୁଥିବା ଅଂଶଗ୍ରହଣକାରୀମାନେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସମ୍ଭାବ୍ୟ ଦଳ ବାଛିବାକୁ ପଡ଼ିଥାଏ ।
ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ ।
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।
ଚୀନ, ପାକିସ୍ତାନ, ତାଲିବାନ ନିଜ ପଡୋଶୀଙ୍କୁ ଠାରୁ ଭାରତ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ସଂପର୍କରେ ସାରା ବିଶ୍ୱକୁ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ନିଜ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଆମେରିକା ସହ ସଂପର୍କ ବୃଦ୍ଧି ନେଇ ସେ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ।