ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ସେହିଦିନ ପାଖାପାଖି ୭୦ ଡିଗ୍ରୀ ତାପମାତ୍ରା ଥିଲା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା । ମହିଳା ଜଣକ ମାତ୍ର ଗୋଟିଏ ବର୍ଷର ଶିଶୁକୁ କାର୍ରେ ୯ ଘଣ୍ଟାରୁ ଅଧିକ ସମୟ ଛାଡ଼ି ଚାଲିଯିବା ଫଳରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଓ୍ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ସ୍ୱତନ୍ତ୍ର କାରକେଡରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ କାର ଅଟକାଇ ବାହାରକୁ ଆସିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ସମୟ ଭୋର ୪ଟାରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ୱାଶିଂଟନ ଡିସିରେ ଥିବା ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍ରେ ଅବତରଣ କରିଥିଲା।
ଆମେରିକାର ମିସୌରୀରେ ବିମାନ ବାତିଲ ହେବା ପରେ ଜଣେ ମହିଳାଙ୍କ ଭାଗ୍ୟ ଖୋଲିଗଲା। ସୂଚନା ମୁତାବକ ଏହି ମହିଳା ନୂଆ ବିମାନକୁ ଅପେକ୍ଷା କରିଥିବାବେଳେ କିଛି ଲଟେରୀ ଟିକେଟ୍ କିଣିଥିଲେ। ଏହି ଟିକେଟ୍ ମଧ୍ୟରୁ ଗୋଟିଏରେ ତାଙ୍କୁ ୧୦ ଲକ୍ଷ ଡଲାର (୭କୋଟି ୪୧ ଲକ୍ଷ ୫୫ ହଜାର ୬୫୦) ପୁରସ୍କାର ମିଳିଛି। ତେବେ ସେ ଟାଇମ୍ ପାସ୍ କରିବାକୁ କିଣିଥିବା ଲଟେରୀ ଟିକେଟ୍ ଯେ ତାଙ୍କ ପାଇଁ ଅର୍ଥ ଭଣ୍ଡାର ଖୋଲିଦେବ ତାହା ସେ ଜଣି ନ ଥିଲେ। ଏହି ଖବର ବର୍ତ୍ତମାନ ଅଧିକ ଭାଇରାଲ ହେବାରେ ଲାଗିଛି।