ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲାରେ ଏକ ବଡ଼ ଟ୍ୱିଷ୍ଟ୍ ଆସିଛି। ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା । ଏଥିପାଇଁ ଶାହାରୁଖଙ୍କୁ ଏନ୍ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ଜଣେ ସାକ୍ଷୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଗତ କିଛି ମାସ ଧରି ଉତ୍ତରପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟତା ରାଜ୍ୟରେ ଦଳର ଦୁର୍ଦ୍ଦଶା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମସ୍ତଙ୍କ ଓଠରେ ଗୋଟିଏ ପ୍ରଶ୍ନ, ପ୍ରିୟଙ୍କାଙ୍କ ସକ୍ରିୟତା ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିପାରିବ କି? ଦଳ ଏହାର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ସମର୍ଥ ହେବ କି? ତେବେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ଉତ୍ତରପ୍ରଦେଶ ରାଜନୀତିରେ ଧର୍ମ ଓ ଜାତିର କକ୍ଟେଲ୍କୁ ବୁଝିବାକୁ ପଡିବ।
ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୭.୫୯ଟଙ୍କା ହୋଇଛି ସେହିପରି ଡିଜେଲ ୩୫ ପଇସା ବଢ଼ି ୯୬.୩୨ ଟଙ୍କାରେ ପହଞ୍ଚିଛି ।
ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଶନିବାର କହିଛନ୍ତି ଯେ, ଭାରତର ପଡ଼ୋଶୀ ଦେଶରେ ଯେଭଳି ଅସ୍ଥିରତା ଦେଖାଦେଇଛି । ତାହାର ପରିଣାମରୁ ରକ୍ଷା ପାଇବା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୂ ହେବ ।
ସ୍ମାର୍ଟଫୋନ୍ରେ ଆଉ ଚାଲି ନ ପାରେ ହ୍ୱାଟ୍ସଆପ । ଆସନ୍ତା ନଭେମ୍ୱର ୧ ତାରିଖରୁ କିଛି ସ୍ମାର୍ଟଫୋନ୍ରେ ହ୍ୱାଟ୍ସଆପ୍ ଅଚଳ ହୋଇଯିବ। ଅଚଳ ପରେ ୟୁଜର୍ସମାନେ ହ୍ୱାଟ୍ସଆପରେ କୌଣସି ମେସେଜ୍ ଦେଖିପାରିବେ ନାହିଁ କି ଅନ୍ୟ ସହ ଚାଟ୍ କରିପାରିବେ ନାହିଁ। ଏମିତି କିଛି ସ୍ମାର୍ଟଫୋନ ରହିଛି ଯେଉଁଥିରେ ହ୍ୱାଟ୍ସଆପ୍କୁ ବନ୍ଦ କରାଯିବ। ଯାହାର ତାଲିକା ପାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଫୋନ୍ ପେ’ ବ୍ୟବହାର କାରୀଙ୍କ ପାଇଁ ବଡ଼ ଖବର। ଏଣିକି ଘରେ ବସି ସହଜରେ କରିହେବ ନାହିଁ ରିଚାର୍ଜ। କାରଣ ଏବେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ। ମୋଟ୍ ଉପରେ ଫୋନ୍ ପେ’ ବ୍ୟବସାୟୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍କା। ସୂଚନା ଅନୁସାରେ, ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନପେ ଦେଶର ପ୍ରଥମ ଏମିତି ଆପ୍ ପାଲଟି ଯାଇଛି ଯେଉଁଥିରେ ୟୁପିଆଇ ବେଷ୍ଟ୍ଡ ଟ୍ରାଞ୍ଜାକ୍ସନ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପଦାକୁ ଆସୁଛି ବଲିଉଡର ଭିତିରି କଥା। ଜଣକ ପରେ ଜଣେ ସେଲିବ୍ରିଟିଙ୍କୁ ଯାଞ୍ଚ କରୁଛି ଏନସିବି। ପ୍ରଥମେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏନସିବି ଜାଲରେ ଫଶିବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନସିବି ରାଡାରକୁ ଆସିଛନ୍ତି
ଆପଣ ଟିଭି ପ୍ରିୟ କି। ଯଦି ହଁ, ତେବେ ଆପଣଙ୍କ ପକେଟ ଉପରେ ପଡିବ ଚଡକ। ଆସନ୍ତା ଡିସେମ୍ବର ପହିଲାରୁ ଟିଭି ଚ୍ୟାନେଲ୍ସର ବିଲ୍ ବଢିବାକୁ ଯାଉଛି। ଦେଶର ପ୍ରମୁଖ ବ୍ରଡକାଷ୍ଟିଂ ନେଟୱର୍କ୍ସ ଜି, ଷ୍ଟାର୍, ସୋନି ଏବଂ ଭାଏକମ୍ ୧୮ ଭଳି କିଛି ଚ୍ୟାନେଲ୍ସ ନିଜର ରେଟ ବଢାଇ ଦେଉଛନ୍ତି
ମାତ୍ର ୧୫୦ ଟଙ୍କା ରଖନ୍ତୁ, ମିଳିବ ୧୫ ଲକ୍ଷ ଟଙ୍କା। ଏ କଥା ମିଛ ନୁହେଁ, ନିରାଟ ସତ କଥା। ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସ ଦେଉଛି ଏମିତି ଅଫର। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ସ୍କିମରେ ଲଙ୍ଗ ଟର୍ମ ନିବେଶ କଲେ ସହଜରେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ ହୋଇ ପାରିବ। ପ୍ରତି ମାସରେ PPFରେ ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ଜମା କଲେ ୧୫ ବର୍ଷ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ହୋଇପାରିବ।
ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆଶିଷଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ପାର୍ବଣରେ କରୋନା ପ୍ରତି ସଜାଗ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି।
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୪,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୦୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।
ଦୁଇ ଦିନ ତଳେ କିଙ୍ଗ ଖାନଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଥିଲା। ଶାହରୁଖ୍ ଓ ତାଙ୍କ ମ୍ୟାନେଜର୍ ପୂଜାଙ୍କ ସହ ଆଲୋଚନା କରିଥିଲା ଏନସିବି।ଏହି ସମୟରେ ଆର୍ୟନଙ୍କ ସମ୍ପର୍କୀତ ତଥ୍ୟ ଦେବାକୁ କୁହାଯାଇଥିଲା।
ହରିୟାଣାର ଜଣେ ଆଇଏସ୍ ଅଧିକାରୀ ଅଶୋକ ଖେମକା ପୁଣି ଥରେ ନିଜ ବଦଳିକୁ ନେଇ ଚର୍ଚ୍ଚାରେ । ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖେମ୍କାଙ୍କର ଏହା ହେଉଛି ୫୪ ତମ ବଦଳି ।
କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର । ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାର କବାଡି ଦୋକାନରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପଡି ରହିଛି ଅନେକ ସିଲିଣ୍ଡର ।
ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ୍ ୯୫.୯୭ ଟଙ୍କାରେ ବିକ୍ରି ହେଉଛି
ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଟ୍ରେକର ଥିବା ସୂଚନା ମିଳିଛି। ଲାମ୍ଖାଗା ଗିରିପଥରେ ମୋଟ ୧୭ ଜଣ ଟ୍ରେକର ନିଖୋଜ ହୋଇଯାଇଥିଲେ।
ଟିଏମସର ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଉପରେ ଆଜି ତ୍ରିପୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରୁ ସୁସ୍ମିତା ଦେବ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ସହ ଥିବା ଟିଏମସିର ପ୍ରଚାର ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ।
୩୯ ମହିଳା ସେନାଧିକାରୀଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି । ନ୍ୟାୟିକ ଲଢ଼େଇରେ ବିଜୟ ପରେ ମିଳିଲା ସ୍ଥାନୀୟ ନିଯୁକ୍ତି । ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇରେ ବିଜୟ ପରେ ୩୯ ଜଣ ମହିଳା ସେନାଧିକାରୀଙ୍କୁ ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ।
ପୁଣି ବଢିଲା ସୁନା ଦର । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ପୁଣି ଆଜି ସୁନା ଓ ରୁପାର ଦର ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୪ ଟଙ୍କା ବଢି ଥିବା ବେଳେ ରୁପା ଦର ମଧ୍ୟ କିଲୋ ଗ୍ରାମ ପ୍ରତି ୧୧୮ ଟଙ୍କା ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୫୫୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୪ ଟଙ୍କା ରହିଛି।
ଆଜି ଅପରାହ୍ଣରେ ବିଲ୍ଡିଂର ୧୯ ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ଏହା ୨୦ ମହଲାକୁ ବ୍ୟାପି ଥିଲା। ଏହି ସମୟରେ ନିଆଁ କବଳରୁ ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୧୯ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ।
ଅବିକଳ ମଣିଷ ପରି ବାସନ ମାଜୁଛି ମାଙ୍କଡ । ଉତ୍ତର ପ୍ରଦେଶର ଆମେଥୀ ଜିଲ୍ଲାରେ ଏକ ମାଙ୍କଡଟି ହୋଟେଲ୍ ବାହାରେ ରଖାଯାଇଥିବା ବାସନକୁ ମାଜିବାର ଲାଗିଛି । ଏହି ଦୃଶ୍ୟକୁ ଦେଖି ପାଖ ଆଖରେ ଉପସ୍ଥିତ ଥିବା ଲୋକମାନେ ତାଜୁବ୍ ହୋଇଗଲେ ।
ଚଳିତ ବର୍ଷ ଦୀପାବଳିରେ ଗୁଗଲ୍ ୟୁଜର୍ସ ମାନଙ୍କ ପାଇଁ ଉପହାର ଆଣିଛି । ପ୍ଲେ-ଷ୍ଟୋରରେ ସବ୍ସ୍କ୍ରିପ୍ସନ୍ର ଫିରେ ୧୫ ପ୍ରତିଶତ କମିଶନ୍ ହ୍ରାସ କରିବାକୁ ଗୁଗଲ୍ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ସଫଳତା ବୋଲି ମୋଦି କହିଛନ୍ତି
IAS। କୁହାଯାଏ ଦେଶର ସବୁଠୁ ସମ୍ମାନଜନକ ଚାକିରି। ଆଉ ଏହି ଚାକିରି କରିବା କିଛି କମ୍ କଥା ନୁହେଁ। ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଚାକିରି ମିଳିଥାଏ। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଜଣେ ଆଇଏଏସ୍ ଅଫିସର୍ ରାସ୍ତା ଉପରେ ବସି ଲୋକଙ୍କ ଦୁଃଖ କଥା ଶୁଣିବେ