• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଣ୍ଡିଗଡ଼: ହରିୟାଣାର ଜଣେ ଆଇଏସ୍‌ ଅଧିକାରୀ ଅଶୋକ ଖେମକା ପୁଣି ଥରେ ନିଜ ବଦଳିକୁ ନେଇ ଚର୍ଚ୍ଚାରେ । ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖେମ୍‌କାଙ୍କର ଏହା ହେଉଛି ୫୪ ତମ ବଦଳି । ୨୯ ବର୍ଷର ଚାକିରି କାଳରେ ଏବେ ସୁଦ୍ଧା ତାଙ୍କର ୫୪ ଥର ବଦଳି ହୋଇଛି । ଏଥର ତାଙ୍କୁ ହରିୟାଣାର ଅଭିଲେଖ, ପୁରାତତ୍ୱ ଏବଂ ସଂଗ୍ରାହଳୟର ମୁଖ୍ୟ ସଚିବ ଦାୟିତ୍ୱରୁ ବିରତ ଦେଇ ପୁଣି ଥରେ ବିଜ୍ଞାନ ଓ ବୈଷୟିକ ବିଭାଗରେ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଅମିତ ଝାଙ୍କୁ ହଟାଇ ଖେମକାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ଏଥର ଅଶୋକ ଖେମକାଙ୍କୁ ଜଜପା କୋଟେର ଏକମାତ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ ଧାନକଙ୍କଠାରୁ ଦୂରେଇ ପୁଣି ଥରେ ପ୍ରାୟ ଦୁଇ ବର୍ଷ ପରେ କ୍ୟାବିନେଟ୍ ମନ୍ତ୍ରୀ ଅନୀଲ ବିଜ୍‌ଙ୍କ ପାଖରେ ଦାୟିତ୍ୱ ଦିଆଯାଇଛି । ସେଠାରେ ତାଙ୍କୁ ମତ୍ସ୍ୟ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବାକୁ ହେବ । ଯାହାକି କ୍ୟାବିନେଟ୍‌ ମନ୍ତ୍ରୀ ଜେପି ଦଲାଲଙ୍କ ଅଧିନରେ ରହିଛି ।

ଅନୀଲ ବିଜ୍‌ଙ୍କ ସହ ଖେମ୍‌କାଙ୍କ ନିବିଡ଼ ସମ୍ପର୍କ

ସୂଚନାଯୋଗ୍ୟ ଯେ, ଆଇଏସ୍‌ ଅଫିସର ଅଶୋକ ଖେମକା ଏବଂ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଅନୀଲ ବିଜ୍‌ଙ୍କ ମଧ୍ୟରେ ଖୁବ୍‌ ଭଲ ସମ୍ପର୍କ ରହିଛି । ଖେମକା କ୍ରୀଡ଼ା ବଭାଗର ମୁଖ୍ୟ ସଚିବ ରହିଥିବା ବେଳେ କ୍ରୀଡ଼ା ମନ୍ତ୍ରୀ ଅନୀଲ୍‌ ବିଜ ତାଙ୍କୁ ବାର୍ଷିକ ପରଫରମାନ୍ସ ରିପୋର୍ଟରେ ୧୦ରୁ ୯.୯୨ ମାର୍କ ଦେଇଥିଲେ । ଏହାପରେ ବିଜ୍‌ କହିଥିଲେ ଯେ, ସେ ତିନି ବର୍ଷ ମଧ୍ୟରେ ୨୦ରୁ ଅଧିକ ଆଇଏସ୍‌ ଅଫିସରଙ୍କ ସହ କାମ କରିସାରିଲେଣି । କିନ୍ତୁ କୌଣସି ଅଫିସର୍‌ ତାଙ୍କର ନିକଟତର ହୋଇପାରି ନାହାନ୍ତି । ବିଜ୍‌ଙ୍କ ଏଭଳି ବୟାନ୍‌ ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଖେମ୍‌କାଙ୍କ ମାର୍କ କମ୍‌ କରିଥିଲେ । ଅନ୍ୟପଟେ ଏକ ପ୍ରତିକୂଳ ଟିପ୍ପଣୀ ମଧ୍ୟ ଦେଇଥିଲେ । ପରେ ଏହି ବିବାଦ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା ।

୨୦୧୨ରେ ଖୁବ୍‌ ଚର୍ଚ୍ଚାରେ ଥିଲେ

ଆଇଏଏସ୍‌ ଅଧିକାରୀ ଖେମାକାଙ୍କ ନାଁ ୨୦୧୨ରେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା । କାରଣ ସେତେବେଳେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ କମ୍ପାନୀ ଓ ରିଅଲଇଷ୍ଟେଟ୍‌ କମ୍ପାନୀ ଡିଏଲ୍‌ଏଫ୍‌ ମଧ୍ୟରେ ହୋଇଥିବା ଜମି କିଣାବିକା ଚୁକ୍ତିକୁ ରଦ୍ଦ କରିଥିଲେ । ଏହା ପରଠାରୁ ତାଙ୍କର ଲଗାତର ଭାବେ ଟ୍ରାନ୍ସଫର ହେବାରେ ଲାଗିଛି । କିଛି ମାସ ପୂର୍ବରୁ ଯେତେବେଳେ ତାଙ୍କର ୫୧ତମ ବଦଳି ହୋଇଥିଲା, ସେତେବେଳେ ସେ କହିଥିଲେ ଯେ ଏବେ ଏମିତି ଲାଗୁଛି ଯେମିତି ଭେଜା ଫ୍ରାଏ ହୋଇଯାଇଛି ।