/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634996753.jpg)
Gold rate today
ନୂଆଦିଲ୍ଲୀ: ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୪,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୦୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୭୦୦ ଟଙ୍କା ଓ ୫୦,୯୫୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬, ୪୬୦ ଟଙ୍କା ଓ ୪୭,୪୬୦ଟଙ୍କା ଥିବା ରେକର୍ଡ ହୋଇଛି ।
Also Read
ଏହାଛଡ଼ା ଦେଶର ପ୍ରମୁଖ ସହର ମଧ୍ୟରେ କୋଲକାତାରେ ସୁନାର ଦର ୨୨ କ୍ୟାରେଟ ମୂଲ୍ୟ ୪୬,୯୫୦ ଟଙ୍କା ଓ ୪୯,୬୫୦ ଟଙ୍କା ରହିଛି । ସେହିପରି ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୮୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୯୨୦ ଟଙ୍କା ଥିବା ରେକର୍ଡ ହୋଇଛି ।
ଅନ୍ୟପଟେ ରୁପା ଦାମ୍ ମଧ୍ୟ ଆଜି ବୃଦ୍ଧି ପାଇଛି । ଭାରତୀୟ ଆଜି ବଜାରରେ ରୁପା କିଲୋଗ୍ରାମ ପ୍ରତି ୬୫,୯୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଦିଲ୍ଲୀ, ମୁମ୍ବାଇ ଏବଂ କଲିକତାରେ ରୁପାର ଦାମ୍ ୬୫,୯୦୦ ରହିଥିବା ବେଳେ ଚେନ୍ନାଇରେ ୭୦,୨୦୦ ଟଙ୍କା ରହିଛି ।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)