ଦଶରା ଭସାଣ ଶୋଭାଯାତ୍ରା ବେଳେ ଲୋକଙ୍କୁ ଦଳିଦେଲା ଦୃତଗାମୀ କାର । ଛତିଶଗଡ଼ ଯଶପୁରରେ ଆଜି ଦୁର୍ଗା ଭସାଣ ଶୋଭାଯାତ୍ରା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ହରିଆଣା-ଦିଲ୍ଲୀ ସିଂଘୁ ସୀମାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଯେଉଁ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ଠିକ୍ ସେହି ସ୍ଥାନରୁ ହିଁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି ।
ଆଜି ବଢିଛି ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୯୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ଆଜି ରୁପାର ଦରଦାମ୍ ବୃଦ୍ଧି ମଧ୍ୟ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ସମନ୍ ସତ୍ତ୍ୱେ ହାଜର ହେଲେନି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ମନି ଲଣ୍ଡରିଂ ମାମଲାରେ ଆଜି ଇଡି(ED)ରେ ହାଜର ହେବା ନେଇ ସମନ୍ ହୋଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇନାହାଁନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ତାଙ୍କ ଆଇନଜୀବୀ ଇଡି ସମ୍ମୁଖରେ ଦର୍ଶାଇଛନ୍ତି । ପୂର୍ବରୁ ଦୁଇ ଥର ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ୍ ।
ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି କମ୍ପାନିଗୁଡ଼ିକର ଲୋକାର୍ପଣ କରିଛନ୍ତି।
ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜ । ମନି ଲଣ୍ତରିଂ ମାମଲାରେ ଆଜି ତାଙ୍କର ED ରେ ଶୁଣାଣି ଥିଲା । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କ ନାମରେ ଅଭିଯୋଗ ରହିଥିଲା । ଗତକାଲି ଏହି ମାମଲାରେ ନୋରା ଫତେଙ୍କୁ ମଧ୍ୟ ୪ ଘଣ୍ଟା ଧରି ଜେରା କରିଥିଲା ।
ପୁଅ ସହ କଥା ହେଲେ ବଲିଉଡର ବାଦ୍ଶାହ। ଭିଡିଓ କଲ୍ ମାଧ୍ୟମରେ ଜେଲ ଭିତରୁ ଆର୍ଯ୍ୟନ୍ଙ୍କ ସହ କଥା ହେଲେ ଶାହାରୁଖ ଖାନ୍ ଓ ଗୌରୀ। ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନ୍ ଏବେ ମୁମ୍ବାଇ ଆର୍ଥର ରୋଡ ଜେଲ୍ରେ ଅଛନ୍ତି।
ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ବିଶ୍ୱ ଭୋକିଲା ତାଲିକା-GHI ରେ ୧୦୧ ସ୍ଥାନରେ ରହିଛି ଭାରତ…
ଆଜି RSS ର ପ୍ରତିଷ୍ଠା ଦିବସ। ନାଗପୁର ମୁଖ୍ୟାଳୟରେ ପାଳନ ହେଉଛି ଶସ୍ତ୍ର ପୂଜା, ବିଜୟା ଦଶମୀ ଉପଲକ୍ଷେ ଆୟୋଜନ କରାଯାଇଛି ବିରାଟ କାର୍ଯ୍ୟକ୍ରମ
ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଥିବା ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛି।
ତାଲିବାନ ପ୍ରସଙ୍ଗ ଉଠାଇ ପାକିସ୍ତାନ ଓ ଚୀନକୁ ଟାର୍ଗେଟ କରି ମୋହନ ଭାଗବତ କହିଛନ୍ତି, ‘ତାଲିବାନ ଇତିହାସକୁ ସମସ୍ତେ ଜାଣନ୍ତି। ଆମେ ସାବଧାନ ରହିବା ଉଚିତ୍। ତାଲିବାନକୁ ଏବେବି ପାକିସ୍ତାନ, ଚୀନ୍ ସହଯୋଗ କରୁଛନ୍ତି।
ଏନ୍କାଉଣ୍ଟରେ ସହିଦ୍ ହେଲେ ୨ ଯବାନ୍ । ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସବ ଡିଭିଜନର ନାର ଖାସ ଜଙ୍ଗଲରେ ଚାଲିଥିବା ଏକ ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ୨ଜଣ ଯବାନ ସହିଦ୍ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୬,୮୬୨ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି, ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୪୦,୩୭,୫୯୨ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା
ହ୍ୱାଟସ ଆପରେ ଆସୁଛି କି ଅମୂଲ ମେସେଜ। ଯଦି ନା, ତାହେଲେ ଆସିପାରି ଏହି ମେସେଜ। ଯଦି ହଁ, ତାହେଲେ ହୋଇ ଯାଆନ୍ତୁ ସାବଧାନ। ଟିକେ ଅଣଦେଖା କଲେ ଖାଲି ହୋଇପାରେ ଆପଣଙ୍କ ଆକାଉଣ୍ଟ। ହ୍ୟାକର୍ସମାନେ ଦେଶର ନାମିଦାମୀ କଂପାନୀ ନାଁରେ ଲୁଟିବା ଆରମ୍ଭ କରି ଦେଇଛନ୍ତି
ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍ ଖାନ୍, ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି । ସେ ଆହୁରି ୬ ଦିନ ପର୍ଯ୍ୟନ୍ତ ରହିବେ ଜେଲ୍ରେ ।
ଘର ପାଖରେ ଏବେ ଆଉ ମିଳିବ ନାହିଁ ରାସନ। ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଖାରଜ। ଜାଣନ୍ତୁ କଣ ଥିଲା ପୂରା ଘଟଣା...
ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। ଗାଁଠୁ ସହର ସବୁଆଡେ ଏହି ଦବଙ୍ଗ ଅଫିସରଙ୍କ ଚର୍ଚ୍ଚା। ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦବଙ୍ଗ ଅଫିସର ୧୦ ବର୍ଷ ପୂର୍ବରୁ ବି ଚର୍ଚ୍ଚାରେ ଥିଲେ। ସେତେବେଳେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କୁ ପାଣି ପିଆଇ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଜାଣନ୍ତୁ ସେ ଦିନର ସେହି ଘଟଣାଟି କଣ ଥିଲା।
ଆଜି ଦେଶର ୧୧ ତମ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ଜନ୍ମ ଜୟନ୍ତୀ । ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ଡକ୍ଟର କଲାମଙ୍କ ମନେପକାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ଭାରତୀୟ ଯବାନଙ୍କ ସହ ଦଶହରା ପାଳନ କରିବେ ।
ଲାଲ୍ବାହିନୀକୁ ଶକ୍ତ ଧକ୍କା। ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍କେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ସେ ଅସୁସ୍ଥ ଥିଲେ।
ଆଜି ପୁଣି ବଢିଲା ତୈଳ ଦର । ଗତ ମଙ୍ଗଳବାର-ବୁଧବାର ଦିନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ଗତକାଲି ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧି ପାଇବା ପରେ ଆଜି ମଧ୍ୟ ତେଲ ଦର ବୃଦ୍ଧି ପାଇଛି ।
ଆପଣ ଜାଣନ୍ତି କି, କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଦରମା ପାଇଥାନ୍ତି ? ଆଉ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ କମ୍ ଦରମା ପାଇଥାନ୍ତି ? ତେବେ ଆସନ୍ତୁ ଜାଣିବା..
ବଢ଼ିଲା ବିଏସ୍ଏଫ୍ର ବଳ । ଏଣିକି କେବଳ ସୀମାରେ ନୁହେଁ ସୀମା ଭିତରେ ପଶି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏସ୍ଏଫ୍ । ସୀମା ସୁରକ୍ଷା ବଳ ବା ବିଏସ୍ଏଫ୍ର କ୍ଷମତା ବୃଦ୍ଧି କରାଯାଇଛି ।