Advertisment

ଉଜ୍ଜଳା ଯୋଜନା ବାଟବଣା; କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର

କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର । ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାର କବାଡି ଦୋକାନରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପଡି ରହିଛି ଅନେକ ସିଲିଣ୍ଡର ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Beneficiary of pm ujjwala yojana selling lpg cylinder in junk in bhind mp

Beneficiary of pm ujjwala yojana selling lpg cylinder in junk in bhind mp

ଭୋପାଲ: କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର । ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାର କବାଡି ଦୋକାନରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପଡି ରହିଛି ଅନେକ ସିଲିଣ୍ଡର । ଯାହାର କାରଣ ଶୁଣିଲେ ହୁଏତ ଆପଣଙ୍କୁ ଟିକେ ଅଡୁଆ ଲାଗିପାରେ । ହେଲେ କଥାଟି ଏକ୍‌ଦମ୍‌ ସତ । ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସିଲିଣ୍ଡର ସବୁ କାବାଡିଆକୁ ବିକ୍ରି କରିଦିଆଯାଉଛି ।

Advertisment

୨୦୧୬ ମେ ମାସ ୧ ତାରିଖରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହିଯୋଜନା ମାଧ୍ୟମରେ ଦେଶରେ ଥିବା ସମସ୍ତ ପରିବାରକୁ ନିରାପଦ, ଏଲପିଜି ସିଲିଣ୍ଡର ବଣ୍ଟନ କରିବା ସହ ରୋଷେଇରେ ପୁରୁଣା, ଅସୁରକ୍ଷିତ ତଥା ପ୍ରଦୂଷିତ ଇନ୍ଧନ ବ୍ୟବହାର କରୁଥିବା ଗରିବ ପରିବାରକୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଦେବାର ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ସରକାର ଏପିଏଲ୍ ଓ ବିପିଏଲ୍ କାର୍ଡ ଥିବା ହିତାଧିକାରୀଙ୍କୁ ଘରୋଇ ରନ୍ଧନ ଗ୍ୟାସ ଯୋଗାଉଛନ୍ତି ।

Advertisment

ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଦେଖିବାକୁ ମିଳିଛି ଏହିପରି ଏକ ଫଟୋ ଯାହାକୁ ଦେଖିଲେ ଉଜ୍ଜଳ ଯୋଜନା ଉପରେ ବିଭିନ୍ନ ପ୍ରଶ୍ନ ଉଠିଥାଏ । ହେଲେ ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା । ହେଲେ ଏବେ ସରକାରଙ୍କ ଦ୍ୱାରା ଯାଗାଇ ଦିଆଯାଇଥିବା ସିଲିଣ୍ଡକୁ କାବାଡିଆରେ ବିକ୍ରି କରିଦିଆଯାଉଛି । କେବଳ ଏତିକି ନୁହେଁ ସିଲିଣ୍ଡର ସହ ମିଳିଥିବା ଚୁଲାକୁ ମଧ୍ୟ କବାଡିଆରେ ବିକ୍ରି କରାଯାଉଛି । ଫଳରେ ଯୋଜନାର ହିତାଧିକାରୀମାନେ ପୂର୍ବ ପରି ଘସି ଓ କାଠ ଜାଳି ରୋଷେଇ କରୁଛନ୍ତି ।

Also Read

ସୂଚନା ଅନୁସାରେ, ହିତାଧିକାରୀଙ୍କୁ ମିଳିଥିବା ମାଗଣା ସିଲିଣ୍ଡର ସରିଯିବା ପରେ ସେହି ସିଲିଣ୍ଡରରେ ଦ୍ୱିତୀୟ ଥର ଗ୍ୟାସ୍‌ ଭର୍ତ୍ତି କରିବା ପାଇଁ ସେମାନଙ୍କ ପାଖରେ ପଇସା ନାହିଁ । ଅପରପକ୍ଷେ ଦୃଷ୍ଟି ଦେଲେ ଗୋଟିଏ ସିଲିଣ୍ଡରକୁ ରିଫିଲ୍‌ କରିବା ପାଇଁ ପାଖାପାଖି ୯୨୫ ରୁ ୧୦୫୦ ଟଙ୍କା ଖର୍ଚ୍ଚ ହୋଇଥାଏ । ପାଖରେ ଯଥେଷ୍ଟ ଅର୍ଥ ନଥିବାରୁ ସେମାନେ ସିଲିଣ୍ଡର ଭରିବାରେ ସକ୍ଷମ ନୁହଁନ୍ତି । କାରଣ ଅଞ୍ଚଳରେ ଥିବା ପରିବାର ସଦସ୍ୟମାନେ ଦିନ ମଜୁରିଆ ଭାବରେ କାମକରୁଥିବାବେଳେ ସେମାନଙ୍କ ପରିବାରରେ ପ୍ରାୟ ୪-୫ ଜଣ ସନ୍ତାନ ରହିଛନ୍ତି ।ତେଣୁ ଶ୍ରମିକମାନଙ୍କ ରୋଜଗାରରେ ସେମାନଙ୍କର ପରିବାର ପୋଷିବା ପାଇଁ ମଧ୍ୟ କଷ୍ଟକର ହୋଇଥାଏ । ତେଣୁ ଏପରି ଅବସ୍ଥାରେ ସେମାନେ ସିଲିଣ୍ଡରକୁ ଭରିପାରୁ ନାହାଁନ୍ତି । ଫଳରେ ଘରେ ପଡି ପଡି ସିଲିଣ୍ଡରରେ ଜଙ୍କ୍ ଲାଗିବା ସହ ସେଗୁଡିକ କୌଣସି କାମରେ ଅସୁନଥିବାରୁ ହିତାଧିକାରୀମାନେ ସିଲିଣ୍ଡରକୁ କବାଡିଆରେ ବିକ୍ରି କରିଦେଉଛନ୍ତି । ଏହା ସହ ସିଲିଣ୍ଡର ଯୋଗାଉଥିବା ଡ୍ରାଇଭରଙ୍କୁ ମଧ୍ୟ ସିଲିଣ୍ଡର ଯୋଗାଇବାର କୌଣସି ଖର୍ଚ୍ଚ ଦିଆଯାଉ ନାହିଁ ଯାହା ଫଳରେ ସେମାନଙ୍କୁ ମଧ୍ୟ କ୍ଷତି ସହିବାକୁ ପଡୁଛି ।

ଏହି ଘଟଣାରେ ଜିଲ୍ଲା ଯୋଗାଣ ଅଧିକାରୀ ଆବ୍‌ଦେଶ ପାଣ୍ଡେ କହିଛନ୍ତି, ‘ସିଲିଣ୍ଡର କବାଡିଆକୁ ବିକ୍ରି ହେଉଥିବାର କୌଣସି ମାମଲା ସାମ୍ନାକୁ ଆସିନାହିଁ’ । ସେପଟେ ପ୍ରାୟ ୭୦ ପ୍ରତିଶତ ହିତାଧିକାରୀମାନେ ପୁନର୍ବାର ଗ୍ୟାସ ଭରିବାକୁ ଆସୁନାହାଁନ୍ତି ବୋଲି ଗ୍ୟାସ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି ।

LPG Cylinder Madhya Pradesh Pradhan Mantri Ujjwala Yojana
Advertisment
Advertisment