• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଥମିବାର ନାଁ ଧରୁନି ଦର ବୃଦ୍ଧି

  • ଆପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ: ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୭.୫୯ଟଙ୍କା ହୋଇଛି ସେହିପରି ଡିଜେଲ ୩୫ ପଇସା ବଢ଼ି ୯୬.୩୨ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ୩୪ ପଇସା ବଢ଼ି ୧୧୩.୪୬ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ୍ ୩୮ ପଇସା ବଢ଼ି ୧୦୪ ଟଙ୍କା ୩୮ ପଇସା ହୋଇଛି ।

ସେହିପରି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୮.୫୪ ଟଙ୍କା ଓ ଡିଜେଲ ୧୦୫.୦୯ ଟଙ୍କାରେ ବିକ୍ରି ହେଉଥିବାବେଳେ କଟକରେ ପେଟ୍ରୋଲ ଲିଟର ପ୍ରତି ୧୦୮.୯୦ ଟଙ୍କା ଓ ଡିଜେଲ ଲିଟର ପ୍ରତି ୧୦୫.୪୩ ଟଙ୍କାରେ ବିକ୍ରି ହେଉଛି । ତେବେ ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ବର୍ଦ୍ଧିତ ଦର ଅନୁଯୟୀ ପେଟ୍ରୋଲ ଲିଟର ପିଛା ୧୧୪.୧୩ ଟଙ୍କା ଓ ଡିଜେଲ୍ ଲିଟର ପ୍ରତି ୧୧୦. ୪୭ ଟଙ୍କା ହୋଇଛି ସେପଟେ ବାଲେଶ୍ୱରରେ ପେଟ୍ରୋଲ ୧୦୮.୪୭ ଓ ଡିଜେଲ ୧୦୫.୦୩ ଟଙ୍କା ହୋଇଛି ।

ବିଭିନ୍ନ ସହର ପେଟ୍ରୋଲ ଡିଜେଲ ଦର

>> ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୫୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୩୨ ଟଙ୍କା

>> ମୁମ୍ବାଇ ପେଟ୍ରୋଲ ଲିଟର ପିଛା ୧୧୩.୪୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୪.୩୮ ଟଙ୍କା

>> ଚେନ୍ନାଇ ପେଟ୍ରୋଲ ଲିଟର ପିଛା ୧୦୪.୫୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୦.୫୯ ଟଙ୍କା

>> କୋଲକାତା ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୯.୪୩ ଟଙ୍କା

କେମିତି ଜାଣିବେ ନୂତନ ତୈଳ ଦର

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।