ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର କେମିତି ବା ଚୁପ୍ ରହିଥାନ୍ତେ ? ଆମୀର ଟ୍ୱିଟରରେ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ତାଚ୍ଛଲ୍ୟ କରିବାର ଦୁଃସାହସ କରିଦେଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି ।
ପୁଣି କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଶହେ କୋଟି ଟିକାକରଣ ପରେ ବି ଆରମ୍ଭ ହେବ ମେଗା ଟିକକରଣ ଅଭିଯାନ । ଦେଶରେ ଆରମ୍ଭ ହେବ ମେଗା କୋଭିଡ୍ ଟିକାକରଣ ଅଭିଯାନ ।
ପାକିସ୍ତାନ ବିଜୟର ଖୁସି ମନାଇଲେ ହେବ ଦେଶଦ୍ରୋହ ମାମଲା। ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର। ଟି-୨୦ ମ୍ୟାଚ୍ ଭାରତ ହାରିବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ବ ବିଶେଷକରି ଉତ୍ତରପ୍ରଦେଶରେ ଏହି ଘଟଣା ବଢିବାରେ ଲାଗିଛି
ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସଫଟୱେର ମାମଲାର ତଦନ୍ତ । ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଅଭିଯୋଗର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମ୍ୟାଚ ସରିଲା କିନ୍ତୁ ସରୁନି ବିବାଦ। ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ମାନେ ବେଶ୍ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି
ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସ୍ପାଏେୱର ମାମଲାର ତଦନ୍ତ । ଏଥିପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର.ଭି. ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ଏହି କମିଟି ସୁପ୍ରିମରକୋର୍ଟଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ । କମିଟିରେ ଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଆଲୋକ ଜୋଶୀ ଓ ସନଦୀପ
ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରାପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ବାଣ ଦୋକାନରେ ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର।
ଆଜି ପୁଣିଥରେ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । କାଲି ବମ୍ବେ ହାଇକୋର୍ଟ ଶୁଣାଣି ଅସମାପ୍ତ ରଖିଥିଲା । ତେଣୁ ଆଜି ପୁନର୍ବାର ଆର୍ୟନଙ୍କ ଜାମିନ ଶୁଣାଣି ହେବ । ସେପଟେ ଏ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଜାମିନ ମିଳିବ ।
ଛୋଟ ପିଲାଙ୍କୁ ଗାଡ଼ି ବସାଇ ଯାଉଛନ୍ତି କି? ସାବଧାନ୍ ! କାରଣ ୯ ମାସରୁ ୪ବର୍ଷର ପିଲାଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି ତାହା ଆପଣଙ୍କ ପାଇଁ ଜାଣିବା ନିତ୍ୟାନ୍ତ ଜରୁରୀ
କଥାରେ ଅଛି, ମାନବ ସେବା ହିଁ ମାଧବ ସେବା । ବହୁ ବଦାନ୍ୟ, ସହୃଦୟ ବ୍ୟକ୍ତି ନିଜ ନିଜ ଉପାୟରେ ଜାରି ରଖିଛନ୍ତି ଜନସେବା । ସେଥିପାଇଁ ତ କୁହାଯାଉଛି ଯେ, ଆଜିର ଦୁନିଆ ଯେତେ ସ୍ୱାର୍ଥପର ହେଲେ ବି, ଏଠି ଏବେବି ମଣିଷପଣିଆ ବଞ୍ଚିଛି । ପରିଣତ ବୟସରେ ଗରିବ ଗୁରୁବାଙ୍କ ସେବା ଜାରି ରଖିଥିବା ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ମଟକା ମ୍ୟାନ୍।
ବାଇକରେ ଛୋଟ ପିଲାଙ୍କୁ ନେଇ ଯାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ! ମାନିବାକୁ ପଡ଼ିବ ଏସବୁ ନିୟମ। ନଚେତ୍ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଜାଣି ନିଅନ୍ତୁ କଣ ହେଲା ସରକାରଙ୍କ ନୂଆ ନିୟମ
ଇଏ ଆଇରନ୍ ମ୍ୟାନ୍, ସୁପର୍ ମ୍ୟାନ୍ କି ସ୍ପାଇଡର୍ ମ୍ୟାନ୍ ନୁହନ୍ତି । ଇଏ ରିୟଲ୍ ଲାଇଫର ସୁପର୍ ହିରୋ ।
ଯୁଦ୍ଧର ପରିଭାଷା ବଦଳୁଥିବା ବେଳେ ଡ୍ରୋନ୍ ଓ ୟୁଏଭି ଭଳି ଇଲେକ୍ଟ୍ରୋନିକ୍ ଓ୍ୱାର୍ଫେୟାର କଥା ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ
କାଳ ହେଲା ନିର୍ବାଚନ । ସ୍ତ୍ରୀ ନିର୍ବାଚନ ହାରିଯିବା ପରେ ସହ୍ୟ କରିପାରିଲେନି ସ୍ୱାମୀ । ପରାଜୟ ଖବର ଶୁଣି ଜୀବନ ଚାଲିଗଲା । ବିହାର ଭୋଜପୁର ଜିଲ୍ଲାର ଚାରପୋଖରୀ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିକଟରେ ବିହାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା ।
ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ ।
ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଏହି ଅଘଟଣ ହୋଇଛି । ବାଣ ଦୋକାନରେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି
ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା
ଜମ୍ମୁ କଶ୍ମୀରରେ ଥମୁନି ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବାର ଖବର ମିଳିଛି ।
ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ଆହୁରି ବଢିଲା । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ ।
ଅମିତ ଶାହାଙ୍କ କାଶ୍ମୀର ଗସ୍ତକୁ ଐତିହାସିକ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା
ଅସୁସ୍ଥ ଥିଲି, ଦୁଇଟି ନିର୍ବାଚନ ମିସ୍ କରିଦେଲି। ଏବେ ପୁଣି ମଇଦାନରେ ଓହ୍ଲେଇବି। ଜିତିବୁ ଆମେ। ଆଗାମୀ ଉପନିର୍ବାଚନକୁ ନେଇ ଏମିତି କିଛି କହିଛନ୍ତି ଲାଲୁ।
ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ମିଳିବ କି ବେଲ୍ ? ଗତ ୩ ସପ୍ତାହ ହେଲା ଜେଲ୍ରେ ଥିବା ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ।
ନିଆଁ ଲାଗି ୪ ମୃତ। ଘରେ ଶୋଇଥିବା ବେଳେ ନିଆଁ ଲାଗିଯିବା ଫଳରେ ଅକାଳରେ ୪ ଜଣଙ୍କ ଜୀବନ ଚାଲି ଯାଇଛି। ଆଜି ଭୋର ସମୟରେ ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଗତ ୩ ସପ୍ତାହରୁ ଜେଲରେ ଅଛନ୍ତି ଆର୍ୟନ ଖାନ । ଆଜି ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ହେବ । ତେବେ ଆର୍ୟନଙ୍କୁ ଆଜି ମିଳିବ କି ବେଲ୍
ମୁମ୍ବାଇ ଡ୍ରଗସ ପାର୍ଟି ମାମଲାରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ୍ ସାମ୍ନାକୁ ଆସୁଛି। ପ୍ରତିଦିନ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଏନ୍ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେ ଦିଲ୍ଲୀରେ ପହଞ୍ଚିଛନ୍ତି। ଚର୍ଚ୍ଚା ହେଉଛି, ସେ ଆଜି ଏନ୍ସିବି ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟି ପାରନ୍ତି।