Advertisment

ବଢିଲା ସୁନା ଓ ରୁପା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନା ଦର । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ପୁଣି ଆଜି ସୁନା ଓ ରୁପାର ଦର ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୪ ଟଙ୍କା ବଢି ଥିବା ବେଳେ ରୁପା ଦର ମଧ୍ୟ କିଲୋ ଗ୍ରାମ ପ୍ରତି ୧୧୮ ଟଙ୍କା ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୫୫୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୪ ଟଙ୍କା ରହିଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold rate today

Gold rate today

ନୂଆଦିଲ୍ଲୀ: ପୁଣି ବଢିଲା ସୁନା ଦର । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ପୁଣି ଆଜି ସୁନା ଓ ରୁପାର ଦର ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୪ ଟଙ୍କା ବଢି ଥିବା ବେଳେ ରୁପା ଦର ମଧ୍ୟ କିଲୋ ଗ୍ରାମ ପ୍ରତି ୧୧୮ ଟଙ୍କା ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୫୫୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୪ ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ଅଳ୍ପ କିଛି ପରିବର୍ତ୍ତନ ରହିଛି ।

Advertisment

ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୬୧୦ ଟଙ୍କା ଓ ୫୦,୮୫୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬, ୪୮୦ ଟଙ୍କା ଓ ୪୭,୪୮୦ଟଙ୍କା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୧୮୦ ଟଙ୍କା ଓ ୪୮,୭୧୦ ଟଙ୍କା ରହିଛି ।

Advertisment

ଦେଶର ବିଭିନ୍ନ ସହର ଯଥା କୋଲକୋତାରେ ୨୨ କ୍ୟାରେଟ ମୂଲ୍ୟ ୪୬,୯୦୦ ଟଙ୍କା ଓ ୪୯,୬୦୦ ଟଙ୍କା ରହିଛି ।ଏହାଛଡ଼ା ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୮୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୯୨୦ ଟଙ୍କା ଥିବା ରେକର୍ଡ ହୋଇଛି ।

ଏହାଛଡ଼ା ଆଜି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୫,୯୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ରୁପାର ଦାମ୍ ଦିଲ୍ଲୀ, ମୁମ୍ବାଇ ଏବଂ କଲିକତାରେ ୬୫,୯୦୦ରହିଥିବା ବେଳେ ଚେନ୍ନାଇରେ ୭୦,୨୦୦ ଟଙ୍କା ରହିଛି ।

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

New Delhi Gold Rate Today
Advertisment
Advertisment