Advertisment

ଆର୍ୟନଙ୍କୁ ମୁକ୍ତ କରିବା ପାଇଁ ହୋଇଥିଲା ୨୫ କୋଟିର ଡିଲ୍‌ !

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଏକ ବଡ଼ ଟ୍ୱିଷ୍ଟ୍‌ ଆସିଛି। ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା ।  ଏଥିପାଇଁ ଶାହାରୁଖଙ୍କୁ ଏନ୍‌ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ଜଣେ ସାକ୍ଷୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Aryan Khan

Aryan Khan

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଏକ ବଡ଼ ଟ୍ୱିଷ୍ଟ୍‌ ଆସିଛି। ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା ।  ଏଥିପାଇଁ ଶାହାରୁଖଙ୍କୁ ଏନ୍‌ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ଜଣେ ସାକ୍ଷୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ନାଁ ପ୍ରଭାକର ସେଲ୍। 

Advertisment

ପ୍ରଭାକର ଅଭିଯୋଗ ଆଣିଛନ୍ତି, କ୍ରୁଜ ରେଭ୍ ପାର୍ଟି ଘଟଣା ପରଦିନ ଆର୍ୟନ ଖାନଙ୍କୁ ଛାଡିବାକୁ ଡିଲ୍ ହୋଇଥିଲା। ଘଟଣା ଦିନ ରାତିରେ ପ୍ରଭାକରଙ୍କୁ ଏହି ଡିଲ୍ ସମ୍ପର୍କରେ ସୂଚନା ମିଳିଥିଲା। ଏଥିପାଇଁ ୨୫ କୋଟି ଟଙ୍କା ଦାବି କରାଯାଇଥିବା ବେଳେ ୧୮ କୋଟିରେ ଡିଲ୍ ଫାଇନାଲ୍ ହୋଇଥିଲା। ଏଥିରୁ ୮ କୋଟି ଟଙ୍କା ଏନ୍‌ସିବି ଜୋନାଲ୍ ହେଡ୍ ସମୀର ୱାଙ୍ଖଡେ ନେଇଥାନ୍ତେ। ବାକି ଅନ୍ୟମାନଙ୍କ ମଧ୍ୟରେ ବଣ୍ଟା ଯାଇଥାନ୍ତା। ଏପରିକି ମହାଲକ୍ଷ୍ମୀ ଷ୍ଟ୍ରିଟ୍‌କୁ ଯାଇ ୫୦ ଲକ୍ଷ ଟଙ୍କା ନଗଦ ଆଣିବାକୁ କୁହାଯାଇଥିଲା। ଏକ ନୀଳ ରଙ୍ଗର କାର୍‌ରେ କିଛି ଲୋକ ୩୮ ଲକ୍ଷ ଦେଇ ବାକି ତା’ ପର ଦିନ ଦେବାକୁ କହିଥିଲେ। ମାମଲାରେ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦ୍‌ଲାନି ଓ ସେମ୍ ଡିସୁଜାଙ୍କ ନାଁ ମଧ୍ୟ ଆସିଛି। ଘଟଣା ଦିନ ରାତିରେ ପୂଜାଙ୍କ ସହ କଥାବାର୍ତ୍ତା ବି କରାଯାଇଥିଲା। ହେଲେ ରାତିରେ ପୂଜା ଫୋନ୍ ରିସିଭ୍ ନକରିବାରୁ ଏହି ଡିଲ୍ ହୋଇ ପାରିନଥିଲା। ପ୍ରଭାକର ଏନେଇ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ସେମ୍ ଡିସୁଜା କିଏ ସେ ସମ୍ପର୍କରେ ଜଣାପଡ଼ିନି। 

Advertisment

ଆର୍ୟନ ଗିରଫ ହେବା ପରେ ଜଣେ ବ୍ୟକ୍ତିଙ୍କ ସହ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଥିଲା। ତାଙ୍କ ନାଁ କିରଣ ଗୋସାଭୀ।  ପ୍ରଭାକର ତାଙ୍କର ବଡି ଗାର୍ଡ ଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ, ପ୍ରଭାକର ସେଲ୍ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ମିଥ୍ୟା ଅଭିଯୋଗର ଉଚିତ୍‌ ଜବାବ ଦିଆଯିବ ବୋଲି ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେ କହିଛନ୍ତି।  

Shah Rukh Khan Aryan Khan Mumbai Cruise Rave Party Mumbai Rave Party NCB Drugs Case SRK Son Aryan Khan
Advertisment
Advertisment