Advertisment

ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ହୋଇପାରିବେ ଲକ୍ଷପତି, ଏକାଥରକେ ମିଳିବ ୧୫ ଲକ୍ଷ

ମାତ୍ର ୧୫୦ ଟଙ୍କା ରଖନ୍ତୁ, ମିଳିବ ୧୫ ଲକ୍ଷ ଟଙ୍କା। ଏ କଥା ମିଛ ନୁହେଁ, ନିରାଟ ସତ କଥା। ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସ ଦେଉଛି ଏମିତି ଅଫର। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ସ୍କିମରେ ଲଙ୍ଗ ଟର୍ମ ନିବେଶ କଲେ ସହଜରେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ ହୋଇ ପାରିବ। ପ୍ରତି ମାସରେ PPFରେ ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ଜମା କଲେ ୧୫ ବର୍ଷ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ହୋଇପାରିବ।

author-image
Sarbeswar
Post Office

Post Office

ନୂଆଦିଲ୍ଲୀ: ମାତ୍ର ୧୫୦ ଟଙ୍କା ରଖନ୍ତୁ, ମିଳିବ ୧୫ ଲକ୍ଷ ଟଙ୍କା। ଏ କଥା ମିଛ ନୁହେଁ, ନିରାଟ ସତ କଥା। ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସ ଦେଉଛି ଏମିତି ଅଫର। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ସ୍କିମରେ ଲଙ୍ଗ ଟର୍ମ ନିବେଶ କଲେ ସହଜରେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ ହୋଇ ପାରିବ। ପ୍ରତି ମାସରେ PPFରେ ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ଜମା କଲେ ୧୫ ବର୍ଷ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ହୋଇପାରିବ।

Advertisment

ଆପଣ ଦୈନିକ ଯଦି ୧୫୦ ଟଙ୍କା ସଞ୍ଚୟ କରୁଛନ୍ତି, ତାହେଲେ ମାସକୁ ୪୫୦୦ ଟଙ୍କା ସଞ୍ଚୟ କରିଥାନ୍ତି। ଏହାକୁ PPFରେ ନିବେଶ କଲେ ଆପଣଙ୍କର ବାର୍ଷିକ ନିବେଶ ୫୪ ହଜାର ଟଙ୍କା ହେବ। ୧୫ ବର୍ଷରେ ଆପଣଙ୍କ PPF ଆକାଉଣ୍ଟ ମେଚ୍ୟର ହୋଇଯିବ। ତାପରେ ଆପଣଙ୍କୁ ୧୪ ଲକ୍ଷ ୬୪ ହଜାର ୫୫୫ ଟଙ୍କା ମିଳିବ। ବର୍ତ୍ତମାନ PPFରେ ବାର୍ଷିକ ୭.୧ ପ୍ରତିଶତ ସୁଧ ମିଳୁଛି। ମେଚ୍ୟୁର ହେବା ଯାଏଁ ଏମିତି ସୁଧ ମିଳିବ।

Advertisment

PPFରେ ଆୟକର ଟ୍ୟାକ୍ସ ଆକ୍ଟ ସେକ୍ସନ 80C ଅନୁଯାୟୀ ଟ୍ୟାକ୍ସ ବେନିଫିଟ ମିଳିଥାଏ। ପୋଷ୍ଟାଲର ଏହି ପପୁଲାର ସ୍କିମରେ ଲକ୍ଷେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ପାଇଁ ରିହାତି ନିଆ ଯାଇପାରେ। ପିପିଏଫରେ ଅର୍ଜିତ ସୁଧ ଏବଂ ମେଚ୍ୟୁରିଟି ରାଶି ମଧ୍ୟ ଟ୍ୟାକ୍ସମୁକ୍ତ। ପିପିଏଫ ଆକାଉଣ୍ଟରେ ଋଣ ସୁବିଧା ମଧ୍ୟ ରହିଛି। ପିପିଏଫ ଆକାଉଣ୍ଟ ଯେଉଁ ବର୍ଷ ଖୋଲିଥିବେ, ତାହା ଶେଷ ହେବାର ବର୍ଷେ ପୁରା ହେବା ପରେ ଓ ୫ ବର୍ଷ ପୁରା ହେବା ପୂର୍ବରୁ ଋଣ ପାଇଁ ଆବେଦନ କରିପାରିବେ।

ଯଦି ଆପଣଙ୍କ PPF ସ୍କିମରେ ଟଙ୍କା ନିବେଶ କରି ଭରପୂର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସରେ ଯୋଗାଯୋଗ କରିବାକୁ ଅନୁରୋଧ। ଏଠାରୁ ଆପଣ ସଠିକ ତଥ୍ୟ ପାଇ ପାରିବେ।

India Post Office
Advertisment
Advertisment