ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଏହି ଅଘଟଣ ହୋଇଛି । ବାଣ ଦୋକାନରେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି
ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା
ଜମ୍ମୁ କଶ୍ମୀରରେ ଥମୁନି ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବାର ଖବର ମିଳିଛି ।
ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ଆହୁରି ବଢିଲା । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ ।
ଅମିତ ଶାହାଙ୍କ କାଶ୍ମୀର ଗସ୍ତକୁ ଐତିହାସିକ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା
ଅସୁସ୍ଥ ଥିଲି, ଦୁଇଟି ନିର୍ବାଚନ ମିସ୍ କରିଦେଲି। ଏବେ ପୁଣି ମଇଦାନରେ ଓହ୍ଲେଇବି। ଜିତିବୁ ଆମେ। ଆଗାମୀ ଉପନିର୍ବାଚନକୁ ନେଇ ଏମିତି କିଛି କହିଛନ୍ତି ଲାଲୁ।
ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ମିଳିବ କି ବେଲ୍ ? ଗତ ୩ ସପ୍ତାହ ହେଲା ଜେଲ୍ରେ ଥିବା ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ।
ନିଆଁ ଲାଗି ୪ ମୃତ। ଘରେ ଶୋଇଥିବା ବେଳେ ନିଆଁ ଲାଗିଯିବା ଫଳରେ ଅକାଳରେ ୪ ଜଣଙ୍କ ଜୀବନ ଚାଲି ଯାଇଛି। ଆଜି ଭୋର ସମୟରେ ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଗତ ୩ ସପ୍ତାହରୁ ଜେଲରେ ଅଛନ୍ତି ଆର୍ୟନ ଖାନ । ଆଜି ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ହେବ । ତେବେ ଆର୍ୟନଙ୍କୁ ଆଜି ମିଳିବ କି ବେଲ୍
ମୁମ୍ବାଇ ଡ୍ରଗସ ପାର୍ଟି ମାମଲାରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ୍ ସାମ୍ନାକୁ ଆସୁଛି। ପ୍ରତିଦିନ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଏନ୍ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେ ଦିଲ୍ଲୀରେ ପହଞ୍ଚିଛନ୍ତି। ଚର୍ଚ୍ଚା ହେଉଛି, ସେ ଆଜି ଏନ୍ସିବି ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟି ପାରନ୍ତି।
ଯବାନଙ୍କୁ ସାଲ୍ୟୁଟ୍ ମାରୁଛି ୪ ବର୍ଷର ଛୋଟ ଛୁଆ । ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କର୍ଣ୍ଣାଟକର ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ଛୋଟ ଛୁଆ ହଠାତ୍ ଜଣେ ସି.ଆଇ.ଏସ୍.ଏଫ୍ କର୍ମଚାରୀଙ୍କୁ ଦେଖି ସାଲ୍ୟୁଟ୍ ପ୍ରଦାନ କରିଛି
ଏମିତି ଉତ୍କଣ୍ଠାର ଅନ୍ତ ଘଟିବାକୁ ଯାଉଛି। ଏଇ ସପ୍ତାହରେ ଘୋଷଣା ହୋଇପାରେ ଫେସବୁକର ନୂଆ ନାଁ। ଏବେ ଜାଣନ୍ତୁ କାହିଁକି ଏତେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ମାର୍କ ଜୁକରବର୍ଗ...
କିଙ୍ଗ ଖାନ୍ ଶାହାରୁଖ୍ଙ୍କ ପୁଅ ଆର୍ୟନଙ୍କ ଉପରେ ଆକ୍ସନ ନେଇ ନିଜ ପାଇଁ ବିପଦ ଡାକିଲେ କି ଏନ୍ସିବି ଜୋନାଲ ଡିରେକ୍ଟର ସମୀର ଓ୍ୱାଙ୍ଖଡେ ? କାରଣ, ସମୀରଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ ।
ସମୀର ୱାଙ୍ଖଡେଙ୍କ ଥମୁନି ଚର୍ଚ୍ଚା । ଦୁଇଟି ବିବାହ କରି ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମୀର । କେବଳ ବିବାହ ନୁହେଁ ବରଂ ନିଜ ଧର୍ମ ପରିବର୍ତ୍ତନ କରିଥିବାର ଖବର ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୭୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ଓ ୪୯,୧୧୦ ଟଙ୍କା ରହିଛି।
କିଙ୍ଗ୍ ଖାନ୍ଙ୍କ ପୁଅ ଗିରଫ ହେଲା, ପାକିସ୍ତାନରେ ଚର୍ଚ୍ଚା ବଢିଲା। ପାକ୍ରେ ଅନେକ କଳାକାର କିଙ୍ଗ୍ ଖାନ୍ଙ୍କୁ ସମର୍ଥନ କରୁଥିବା ସହ ଆର୍ୟନଙ୍କ ଗିରଫଦାରୀକୁ ନାପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମରେ ଏନସିବି ଉପରେ ମନ ଖୋଲା ବର୍ଷିଛନ୍ତି
ହିନ୍ଦୀ ପାଇଁ ଅଡୁଆରେ ଜୋମାଟୋ। ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହେଲା ଏହି ଫୁଡ୍ ଡେଲିଭରି କମ୍ପାନି। ଜୋମାଟୋର କଣ ଥିଲା ଭୁଲ୍।
ଅନଲାଇନ୍ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର। ଏଣିକି ଛୋଟଠାରୁ ବଡ଼ ପେମେଣ୍ଟ କାରବାର ଉପରେ ଦେବାକୁ ପଡ଼ିବ ଟଙ୍କା। ଦେଶର ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନ ପେ ଏମିତି ନିୟମ ଆଣିଛି।
ମୁମ୍ବାଇରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍। ଏନେଇ ସେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟଙ୍କୁ ଜଣାଇଛନ୍ତି।
ଅନ୍ଲାଇନ୍ ଅର୍ଡର ପଡିଲା ମହଙ୍ଗା । ଅର୍ଡର ହୋଇଥିଲା ଫୋନ୍ ହେଲେ ଆସିଛି ୫ ଟଙ୍କିଆ ସାବୁନ୍ । ଅନ୍ଲାଇନ୍ରେ ଅଫର ଦେଖି କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍ ୧୨ ଅର୍ଡର କରିଥିଲେ ।
ଅଯୋଧ୍ୟା ଅବଧ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଏ ବିରାଟ କଳାକୃତି ଦେଖନ୍ତୁ.. କେବଳ ୧୧ ପ୍ରକାର ଶସ୍ୟରେ ଶ୍ରୀରାମ, ସୀତା ଓ ହନୁମାନଙ୍କ ଏଭଳି ଜୀବନ୍ତ ପ୍ରତିଛବି ଆଙ୍କିଛନ୍ତି ୬୦ ଜଣ କଳାକାର.. ୧୦ ହଜାର ୮୦୦ ସ୍କ୍ୱାୟାର୍ ଫିଟର ଏହି କଳାକୃତି ଆଙ୍କିବାକୁ କଳାକାରଙ୍କୁ ଲାଗିଛି ମାତ୍ର ୨ ଦିନ.. ଓ୍ୱାର୍ଲଡ୍ ରେକର୍ଡ ପାଇଁ ଏହି କଳାକୃତି ପ୍ରଦର୍ଶନ କରିଛନ୍ତି କଳାକାରମାନେ...
ଆଜି ପୁଣି ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତୃତୀୟ ଥର ଲାଗି ହାଜର ହେବାକୁ ସମନ୍ କରିଛି ଏନସିବି ।
ହିନ୍ଦୀ ପାଇଁ ଅଡୁଆରେ ଜୋମାଟୋ । ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହେଲା ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ । ବିବାଦ ଉଗ୍ରରୂପ ନେବା ଆଗରୁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଛି ଜୋମାଟୋ । ଡେଲିଭରି କମ୍ପାନି ଜୋମାଟୋ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଚେନ୍ନାଇର ଜଣେ ଗ୍ରାହକ ଜୋମାଟୋ ଉପରେ ସଙ୍ଗୀନ୍ ଆରୋପ ଲଗାଇଛନ୍ତି।
ରିକ୍ସା ଚାଳକଙ୍କୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ନୋଟିସ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ଘଟଣାଟି ସତ। ଉତ୍ତର ପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କ ପାଖକୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ପୈଠ କରିବା ଲାଗି ନୋଟିସ୍ ଆସିଛି।
ପ୍ରକାଶ ଝାଙ୍କ ଶୁଟିଂ ସେଟ୍ରେ ବଜରଙ୍ଗ ଦଳର କର୍ମୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ରବିବାର ମଧ୍ୟପ୍ରଦେଶ ଭୋପାଳରେ ୱେବ୍ ସିରିଜ୍ ଆଶ୍ରମ-୩ର ଶୁଟିଂ ଚାଲି ଥିବାବେଳେ ବଜରଙ୍ଗ ଦଳର ସଦସ୍ୟମାନେ ଶୁଟିଂ ସେଟ୍ ଭିତରେ ପଶି ହଙ୍ଗାମା କରିଥିଲେ।