କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।
ଟିକାକରଣ ଆଥମ୍ ସଙ୍ଗ ରିଲିଜ୍ । ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ କୈଳାସ ଖେର୍ ଏହାକୁ ଗାଇଛନ୍ତି ଏବଂ ସଂଯୋଜନା ବି କରିଛନ୍ତି । ଦେଶରେ କରୋନା ଟିକାକରଣକୁ ଅଭୂତପୂର୍ବ ସଫଳତା ମିଳିବା ପରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୈଳାସ ।
ଶନିବାର ରାତିରେ ଦୁର୍ଗା ମେଢ଼ ଭସାଣ ବେଳେ ଦ୍ରୁତ ଗତିରେ ଥିବା ଏକ କାର୍ ହଠାତ୍ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୩ ଜଣ ଯୁବକ ଆହତ ହୋଇଛନ୍ତି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକଶ ଛୁଆଁ ହୋଇଛି। ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ବୃଦ୍ଧି ପାଇଛି।
କେରଳରେ ବର୍ଷା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି।
ଆସନ୍ତାମାସରେ ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଆଫଗାନିସ୍ତାନ ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁଯାଉଛି । ଏହି ବୈଠକରେ ପାକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯିବ । ଖାଲି ସେତିକି ନୁହେଁ ଏହି ବୈଠକରେ ଚୀନ୍ ଓ ଋଷ ଭଳି ଦେଶକୁ ଯୋଗଦେବା ପାଇଁ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି ।
ଜମ୍ମୁ ଓ କାଶ୍ମୀର ପୁଞ୍ଚ୍ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିବା ୨ ଜଣ ଯବାନଙ୍କ ମରଶରୀର ମିଳିଛି। ଉଭୟଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁ ନଥିଲା। ସେମାନଙ୍କୁ ଖୋଜିବା ଲାଗି ସେନା ପକ୍ଷରୁ ବଡ଼ ଧରଣର କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା।
ଗୁପଚୁପ୍ ବିକ୍ରେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଆଜି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ଦୁଇ ଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ବିହାରର ଗୁପଚୁପ ବିକାଳି ହୋଇଥିବାବେଳେ ଅନ୍ୟ ଜଣ ଉତ୍ତର ପ୍ରଦେଶର କାର୍ପେଣ୍ଟର ହୋଇଥିବା ନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛନ୍ତି ।
କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଛି। ଏହି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆଗକୁ ବଡ଼ ଆତଙ୍କବାଦୀ ହମ୍ଲା କରିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି।
କେରଳରେ ପ୍ରବଳ ବର୍ଷା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।
ଲୋକଙ୍କ ଉପରେ କାର ମାଡ଼ିଯିବା ଘଟଣାରେ ଛଡ଼ିଶଗଡ଼ରେ ବନ୍ଦ ଡାକରା । ଯଶପୁର ସହରରେ ସମସ୍ତ ଦୋକନ ବଜାର ଓ ଅଫିସ ଆଦି ବନ୍ଦ ରହିଥିଲା ।
ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରବଜିତ ସିଂଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଆଜି ତାକୁ ସୋନିପତର ଏକ କୋର୍ଟରେ ହାଜର କରାଯାଇଥିଲା ।
ଜାମ୍ମୁ-କାଶ୍ମୀରରେ ଦୁଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁସ୍ତାକ୍ ଖାଣ୍ଡେ ଆଜି ଯବାନ ଗୁଳିରେ ନିହତ ହୋଇଛି ।
ଆଜି ହେଉଛି ଏନ୍ଏସ୍ଜିର ୩୭ତମ ରାଇଜିଂ ଡେ । ଏହି ସ୍ଥାପନ ଦିବସ ଅବସରରେ ଆଜି ହରିୟାଣା ମାନେସର୍ରେ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ କରଛନ୍ତି ଏନ୍ଏସ୍ଜି କମାଣ୍ଡୋ ।
ଅଣନିଶ୍ୱାସୀ କରୁଛି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅନେକ ସହରରେ ବାୟୁର ଗୁଣବତ୍ତା 'ନିମ୍ନ ଶ୍ରେଣୀରେ ପହଞ୍ଚିଛି ।
ଜାତୀୟ କଂଗ୍ରେସରେ କନ୍ଦଳ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସ୍ୱରରେ ସମାଲୋଚନା କରିବା ସହ ମୁଁ କଂଗ୍ରେସର ବସ୍ ବୋଲି କହିଛନ୍ତି
ରାୟପୁର ରେଳ ଷ୍ଟେସନରେ ବିରାଟ ବିସ୍ଫୋରଣରେ ୬ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି
ଆଜି ନୂଆଦିଲ୍ଳୀର କଂଗ୍ରେସ ମୁଖ୍ୟାଳୟରେ ସିଡବ୍ଲୁସି ବୈଠକ ହେବ.. ବୈଠରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ..
ଛତିଶଗଡ଼ ରାୟପୁର ରେଲ୍ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସିଆର୍ପିଏଫ୍ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍ରେ ଯାତ୍ରା କରୁଥିଲେ।
ପୁଣି ବଢିଲା ତୈଳ ଦର । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ କ୍ରମାଗତ ଭାବରେ ଆଜି ତୃତୀୟ ଦିନ ପାଇଁ ତେଲ ଦରକୁ ବୃଦ୍ଧି କରାଯାଇଛି । ଉଭୟ ପେଟ୍ରୋଲ୍ ଓ ଡିଜେଲ ଦରର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି ।
କଂଗ୍ରେସ ସାଂଗଠନିକ ନିର୍ବାଚନ, ଆଗାମୀ ବିଧାନସଭା ନିର୍ବାଚନ, ଲଖିମପୁର ଖେରୀ ହିଂସା, କୃଷକ ଆନ୍ଦୋଳନ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ଆଦି ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ବୋଲି କୁହାଯାଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ବୈଠକ ।
ଫର୍ନିଚର ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ମୁମ୍ମାଇର ଠାନେ ସହରରେ ଥିବା ଏକ ଫର୍ନିଚର୍ ଗୋଦାମ୍ରେ ନିଆଁ ଲାଗିବା ଫଳରେ ନିଆର ପ୍ରକୋପରେ ପ୍ରାୟ ୫୦ରୁ ଅଧିକ ଗୋଦାମ ପ୍ରଭାବିତ ହୋଇଛି ।
କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ଏବର୍ଷ ଦଶହରା ପର୍ବକୁ ଭର୍ଚୁଆଲ ପରିବର୍ତ୍ତେ ଲାଇଭର ଆୟୋଜନ କରାଯାଇଥିଲା । ଦଶହରାର ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧବ ଠାକରେ । ସେ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି ଯେ ସେ ଇଡି ଓ ସିବିଆଇକୁ ଭୟ କରୁ ନାହାନ୍ତି ।
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପୁରୁଣା ଢାଞ୍ଚାକୁ ବାୟ ବାୟ । ଆରମ୍ଭ ହେଲା ନୂଆ କର୍ପୋରେଟ ଯୁଗ । ଅର୍ଡିନାନ୍ସ ବୋର୍ଡକୁ ଭାଙ୍ଗି ୭ଟି ନୂଆ କଂପାନିର ଘୋଷଣା ।
ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍ କରିଛି ।