Advertisment

୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି: ମୋଦି

ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ସଫଳତା ବୋଲି ମୋଦି କହିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
Narendra Modi

Narendra Modi

ନୂଆଦିଲ୍ଲୀ: ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ସଫଳତା ବୋଲି ମୋଦି କହିଛନ୍ତି। ଏହାସହ ଏଥିରୁ ପ୍ରମାଣିତ ହୋଇଛି ଯେ, ନୂଆ ଭାରତ କିଭଳି କଠିନ ଲକ୍ଷ୍ୟ ପୂରଣ କରିପାରୁଛି। ଗୋଟିଏ ପଟେ ଆମକୁ ସଫଳତା ମିଳିଲା ତା ସହିତ ଅସାଧାରଣ ଲକ୍ଷ୍ୟକୁ ପୂରଣ କରିଛି। ଏହାସହ ମୋଦି ସ୍ୱଦେଶୀ ସାମଗ୍ରୀ କିଣିବା ଉପରେ ଜୋର ଦେଇଛନ୍ତି। ଛୋଟରୁ ଅତି ଛୋଟ, ଯାହାକି ଆମ ଘର ପାଇଁ ଆବଶ୍ୟକ, ସେସବୁ ସ୍ୱଦେଶୀ ସାମଗ୍ରୀ କିଣିବା ଉପରେ ଗୁରୁତ୍ୱ ଦେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଟିକାକରଣ ଏବେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉତ୍ସାହିତ କରିଥିବା ସେ କହିଛନ୍ତି।

Advertisment

ସୂଚନା ଅନୁସାରେ, କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଗତକାଲି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୧୦୦ କୋଟି ଡୋଜ ଟିକାକରଣ ଅବସରରେ ଭାରତର ଐତିହାସିକ କୋଠାଗୁଡ଼ିକ ତିରଙ୍ଗା ରଙ୍ଗରେ ସଜାଯାଇଛି । ଐତିହାସିକ ତାଜମହଲକୁ ବି ତିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଛି । ତାଜମହଲ ସମେତ ଦିଲ୍ଲୀର ଲାଲକିଲ୍ଲା ଓ କୁତବ୍‌ ମିନାର୍‌, ତେଲେଙ୍ଗାନାର ରାମପ୍ପା ମନ୍ଦିର, ତ୍ରିପୁରା ରାଜନଗରର ଭୁବନେଶ୍ୱରୀ ମନ୍ଦିର, ହାଇଦ୍ରାବାଦର ଚାର୍‌ମିନାର୍ ଆଦିକୁ ତିରଙ୍ଗା ଆଲୋକରେ ସଜ୍ଜା ଯାଇଛି ।

Advertisment

ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତକୁ ବୃହତ୍ ସଫଳତା ମିଳିଛି । ମାତ୍ର ୨୭୯ ଦିନରେ ଦେଶବାସୀଙ୍କୁ ଦିଆସରିଛି ୧ ବିଲିୟନ୍ ବା ୧୦୦ କୋଟି ଡୋଜ୍ ଟିକା । ଅନ୍ୟପଟେ ରାଜ୍ୟରେ ଶିଶୁମାନଙ୍କ ଟିକାକରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଦେଶରେ ପାର୍ବଣ ପରେ କରୋନା ସଂକ୍ରମଣ କମୁଥିବା ନଜର ରହିଛି।

BJP Padyatra Enters Second Day Coronavirus Narendra Modi PM Modi
Advertisment
Advertisment