କେନ୍ଦ୍ର ମତ୍ସ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଅରଖକୁଦାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଚିଲିକା ମଝିରେ ୨ ଘଣ୍ଟା ଧରି ଫସିରହିଥିଲେ।
ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ ।
ଏସି ସଜାଡ଼ିବାକୁ ଯାଇ ଆଇସିୟୁରେ ପହଞ୍ଚିଗଲେ... ବଞ୍ଚି ଥାଉ ଥାଉ ମୃତ ଘୋଷିତ ହେଲେ... ଆଉ ଶେଷରେ, ନିଜ ପରିଚୟ ଦେବାର ଦିନକ ପରେ ପ୍ରାଣ ହରାଇଲେ ।
ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ମହାସଂଘ ।
ଲୋକମାନେ କାମ ନକରି ବି ଜବ୍ କାର୍ଡରେ ଶ୍ରମିକ ଟଙ୍କା ଆସିଛି ବୋଲି କହି ଦଲାଲ ମାନେ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ମହିଳା ମହାସଂଘ ଓ ପଞ୍ଚାୟତ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ସେମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଆସନ୍ତାକାଲି ଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ ।
୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେଲେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବ ।
ବିନା ସରକାରୀ ସହାୟତାରେ ପନିପରିବା ସହିତ ଫଳ ଚାଷ କରି ରାଜଗାଙ୍ଗପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଫକରପଡା ଗ୍ରାମର ଜରା ଲାକଡା। ନିଜେ ଜଣେ ଅକ୍ଷମ ହୋଇଥିଲେ ମଧ୍ୟ ଏବେ ସେ ପାଲଟିଛନ୍ତି ସକ୍ଷମ।
ପୁଣି ବଳି ପଡିବେ ହଜାର ହଜାର ନୀରିହ ପଶୁ ପକ୍ଷୀ। ହେଲେ ଏଥର ଆଦିବାସୀ ଖୁସ୍। କାରଣ ପରମ୍ପରାକୁ ନେଇ ଧର୍ମକୁ ଆଖିଠାର ଭଳି ଲାଗିବନି କଟକଣା।
ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।
‘GRS ମ୍ୟାଡାମ୍ କରିଛନ୍ତି ହେରାଫେରି.. ନିଜ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଛାଡ଼ିଛନ୍ତି.. ଦଲାଲ୍ ମାଧ୍ୟମରେ ଚାଲିଛି କେଳେଙ୍କାରୀ..’
ବିଦ୍ୟାଳୟ କାନ୍ଥରେ ଲାଗିଛି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା.. ହେଲେ ବାସ୍ତବ ଚିତ୍ର ଏଇଠି କହୁଛି ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..
ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି..
୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..
ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..
ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ମୃତଦେହ ଚିହ୍ନଟ ଦ୍ବନ୍ଦ୍ବ ଭିତରେ ଅକାଳରେ ଝଡିପଡିଛି ଗୋଟିଏ ନିରୀହ ଜୀବନ । ସ୍ବାମୀ ଛାଡି ଚାଲିଯିବା କୋହରେ ଜୀବନ ହାରିଛନ୍ତି ପତ୍ନୀ । ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଅନ୍ତହୀନ ଟ୍ରାଜେଡି। ସେଦିନର ବିସ୍ଫୋରଣ ଆଜି ଆହୁରି ବିସ୍ଫୋରକ ରୂପ ନେଇଛି। ମେଡ଼ିକାଲ୍ କିମ୍ବା ପୋଲିସର ଦାୟିତ୍ୱହୀନତା ପାଇଁ ହେଉ କିମ୍ବା ପରିବାରର ଅଜ୍ଞତାରୁ ହେଉ, ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ ।
ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ। ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର। ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ପଥର ଖାଦାନ ପ୍ରଭାବିତ କରୁଛି ଲୋକଙ୍କ ଜୀବନ ଜୀବିକା । ପଥର ବ୍ଲାଷ୍ଟିଂ ଯୋଗୁଁ ଘରଦ୍ୱାର ଭାଙ୍ଗି ଯାଉଥିବା ବେଳେ, ଏବେ ଚାଷକାର୍ଯ୍ୟକୁ ବି କଲାଣି ପ୍ରଭାବିତ ।
ପର୍ଯ୍ୟଟନ ଋତୁରେ ଖାଁ ଖାଁ ପଡ଼ିଛି ବାଲେଶ୍ୱର ଜିଲ୍ଲାର ଅନେକ ସମୁଦ୍ର ବେଳାଭୂମି । ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଲୋକେ ମୁହଁ ଫେରାଉଛନ୍ତି ।
ଛାତ ନାଁରେ ଭଣ୍ଡେଇ ଦେଲେ ସରକାର.. ଭାବୁଛନ୍ତି ଆମେ ବୋଧେ ଲୋକ ନୁହେଁ ପୋକ ଗୁଡ଼ା..
ଏମାନେ ଗରିବ ସତ..ହେଲେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେନି.. ନିଜ ମାଟିରେ ରହି ରୋଜଗାର କରିବାକୁ ନିଷ୍ପତ୍ତି ନେଲେ.. ଆଉ ସ୍ୱାମୀ ସ୍ତ୍ରୀ ମିଶି ଚାଷୀ ପାଲଟିଗଲେ..
ପରିସ୍ଥିତି ଏମିତି ହୋଇଗଲା ଯେ, ହୃଦୟରେ ପଥର ରଖି ଗେହ୍ଲା ପୁଅକୁ ବାନ୍ଧିବାକୁ ପଡ଼ିଲା.. ଜଣାନଥିଲା କେତେଦିନ.. କିନ୍ତୁ ଦେଖୁ ଦେଖୁ ୧୩ ବର୍ଷ ବିତିଗଲା.. ପୁଅର ଅବସ୍ଥା ସୁଧୁରିଲାନି କି ମାଆର ମମତା ବଦଳିଲାନି.. ଥକିପଡ଼ିନି ଏଇ ମାଆ.. ଏଇ ମାଆ ପୁଅଙ୍କ କାହାଣୀ ଜାଣିଲେ ଆଖିରୁ ଲୁହ ଝରିଯିବ..