• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଠଗଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସକାଳୁ ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିରରେ ପହଞ୍ଚିବା ପରେ ପୂଜକ ସମିତି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ ।

ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ । ସକାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଆଠଗଡ, ବଡମ୍ବା ଓ ନରସିଂହପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେବେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଆଠଗଡ ଯିବା ବାଟରେ ବାଙ୍କୀଠାରେ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ୱାଗତ କରିଥିଲେ ଶତାଧିକ ବିଜେପି କର୍ମୀ ।

ବାଙ୍କୀ ବିଜେପି କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ବହୁ ଦଳୀୟ କର୍ମୀ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ । ସେପଟେ ଗତକାଲି ଦଶପଲ୍ଲାରେ ଟ୍ରେନ୍‌ ଚାଲିଛି । ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଶୁଭାରମ୍ଭ କରିଥିଲେ ।

ଏହା ସହିତ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପୃଷ୍ଠା ଯୋଡ଼ି ହୋଇ ଯାଇଛି । ଦଶପଲ୍ଲାରୁ ଟ୍ରେନ୍ ଆରମ୍ଭ ସମୟରେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଏହି ରେଳପଥ ଖୁବ୍ ଶୀଘ୍ର ବଲାଙ୍ଗିର ଛୁଇଁବ । ମାଟି ପାଇଁ କାମ କରିବା ବେଳେ ରାଜନୀତି ହେବନାହିଁ ବୋଲି କହିଛନ୍ତି ରେଳମନ୍ତ୍ରୀ ।

୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେଲେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବ । ଗତକାଲିଠାରୁ ଦଶପଲ୍ଲାରୁ ଖୋର୍ଦ୍ଧାରୁ ଯାଏଁ ୧୦୬ କିଲୋମିଟର ଯାଏଁ ଟ୍ରେନ ଚାଲିଛି । ପୂର୍ବରୁ ଖୋର୍ଦ୍ଧା ପଟୁ ନୂଆଗାଁ ଯାଏଁ ରେଳ ଚାଲିଥିଲା । ଅନ୍ୟପକ୍ଷରେ ବଲାଙ୍ଗିର ପଟୁ ୫୦ କିଲୋମିଟର ଦୂର ବିଛୁ ପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରୁଛି ।