ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖି ରଖୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ମହାସଂଘ । ନୂଆ ଆଇନ ଡ୍ରାଇଭରଙ୍କ ବେକରେ ଫାଶି ସଦୃଶ ବୋଲି ମହାସଂଘ ଅଭିଯୋଗ କରିଛି। ତେଣୁ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଯୋଗାଣ ବନ୍ଦ କରିବାକୁ ମହାସଂଘ ଘୋଷଣା କରିଛି। ଡ୍ରାଇଭରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ ବୋଲି ମହାସଂଘ ଦାବି କରିଛି । ନ ହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବ ବୋଲି ଚେତାବନୀ ବି ଦେଇଛି। ଏପଟେ ପେଟ୍ରୋଲିୟମ ଡିଲର ସଂଘ କହିଛି, ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ପ୍ରଭାବିତ ହୋଇଥିଲା । ପାନିକ୍ ବାୟିଂ ଯୋଗୁଁ ଷ୍ଟକ୍ ମଧ୍ୟ ସରିବା ଉପରେ। ଏଭଳି ସ୍ଥିତିରେ ଯଦି ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବହୁ ପେଟ୍ରୋଲ ପମ୍ପରୁ ତେଲ ସରିଯିବା ବୋଲି ଆଶଙ୍କା କରୁଛି ଡିଲର ସଂଘ ।
Published By: Santosh Kumar Sahoo
Last updated: 07 January 2024, 10:05 PM IST
କେନ୍ଦ୍ର ମତ୍ସ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଅରଖକୁଦାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଚିଲିକା ମଝିରେ ୨ ଘଣ୍ଟା ଧରି ଫସିରହିଥିଲେ।