• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆକାଉଣ୍ଟକୁ ଆସୁଛି ଟଙ୍କା । କିଏ ଦେଇଛି, କାହିଁକି ଦେଇଛି ତାହା ଜଣାପଡୁନାହିଁ । ସେପଟେ ଆକାଉଣ୍ଟକୁ ଟଙ୍କା ଆସିବା ପରେ କିଛି ବ୍ୟକ୍ତି NRGS ପଇସା ଆସିଥିବା କହି ଜବରଦସ୍ତି ହିତାଧିକାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ଭଦକ୍ର ଚାନ୍ଦବାଲି ବିଜୟ ନଗର ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । କାହା ଖାତାକୁ ୧୪ ଶହ ୨୨ ଟଙ୍କା ଆସିଛି ତ ପୁଣି କାହା ଆକାଉଣ୍ଟକୁ ୧୬ଶହ ୫୯ ଟଙ୍କା ଆସିଛି । ଏମିତି ଶତାଧିକ ଆକାଉଣ୍ଟକୁ ଟଙ୍କା ଆସିଥିବା କହିଛନ୍ତି ଲୋକେ ।

ଏପରିକି ଲୋକମାନେ କାମ ନକରି ବି ଜବ୍ କାର୍ଡରେ ଶ୍ରମିକ ଟଙ୍କା ଆସିଛି ବୋଲି କହି ଦଲାଲ ମାନେ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ମହିଳା ମହାସଂଘ ଓ ପଞ୍ଚାୟତ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ସେମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେପଟେ ଏ ବିଷୟରେ ଅବଗତ ନଥିବା ଚାନ୍ଦବାଲି ବିଡିଓ କହିଛନ୍ତି ।

ଟଙ୍କା କେଉଁଠୁ ଆସୁଛି ଲୋକେ ଜାଣି ନାହାନ୍ତି । କିନ୍ତୁ ବିଜୟ ନଗର ପଞ୍ଚାୟତରେ ଥିବା କିଛି ଦଲାଲ ପାଇଁ ଘର ଘର ଵୁଲି ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ଆସିଥିବା ଲୋକେ ଅଭିଯୋଗ କରିଛନ୍ତି । ଶତାଧିକ ଆକାଉଣ୍ଟକୁ ଆସିଛି ଟଙ୍କା । ଏମିତି ଘରେ ଘରେ ଵୁଲି ଜଵକାର୍ଡରେ ଶ୍ରମିକ ଟଙ୍କା ଆସିଛି କହି ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ଲୋକେ କାର୍ଯ୍ୟ କରି ନାହାନ୍ତି ହେଲେ ଶ୍ରମିକ ସଜାଇ ଲୋକଙ୍କୁ ୧୫୦ ଟଙ୍କା ଦେଇ ଟଙ୍କା ସଂଗ୍ରହ କରିବାରେ ବ୍ୟସ୍ତ ରହିଛନ୍ତି ଦଲାଲ ।

ଏହି ଘଟଣାରେ ଟଙ୍କା ସଂଗ୍ରହ ପାଇଁ ବିଜୟ ନଗର ମହିଳା ମହାସଂଘର CRP ସୁକାନ୍ତି ବେହେରା, ପଞ୍ଚାୟତର ପିଅନ ନୀଳକଣ୍ଠ ନାଥ, ଫିଙ୍ଗର ପ୍ରିଣ୍ଟ ବାୟୋମେଟିକ ଅପେରେଟର ସତ୍ୟ ବ୍ରତ ନାୟକ ନାମରେ ଲୋକେ ଅଭିଯୋଗ କରିଛନ୍ତି । କେଉଁ ଟଙ୍କା ଆସିଥିବା ପଚାରିଲେ ଉତ୍ତର ମିଳୁଛୁ ଲୋକଙ୍କୁ ଜଵକାର୍ଡରେ ଆସିଥିବା ଟଙ୍କା । ଏମିତି ଜୋର ଜଵରଦସ୍ତ ଟଙ୍କା ସଂଗ୍ରହ କରୁଥିବା ଯୋଗୁଁ ଲୋକେ ଅଭିଯୋଗ କରିଛନ୍ତି । ପ୍ରାୟ ୫୦ରୁ ୬୦ ଲୋକଙ୍କ ପାଖରୁ ଟଙ୍କା ସଂଗ୍ରହ ହୋଇ ଥିବା ଲୋକେ କହିଛନ୍ତି । ଆହୁରି କଲେକ୍ସନ ମଧ୍ୟ କରାଯାଉଛି ।

ଏହି ସମ୍ପର୍କରେ ବିଜୟ ନଗର ମହିଳା ମହାସଂଘର CRP ସୁକାନ୍ତି ବେହେରା, ପଞ୍ଚାୟତ ପିଅନ ନୀଳକଣ୍ଠ ନାଥ ଏଵଂ ଫିଙ୍ଗର ପ୍ରିଣ୍ଟ ବାୟୋମେଟିକ ଅପେରେଟର ସତ୍ୟ ବ୍ରତ ନାୟକ ଟଙ୍କା କଲେକ୍ସନ କରୁ ନଥିଵା ମନା କରିଛନ୍ତି । ଯାହାକି କୌଣସି ବଡ଼ ଘୋଟାଲା ହେଉଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଚାନ୍ଦବାଲି ଵିଡିଓ ଏହି ବିଷୟରେ ଅବଗତ ନାହାନ୍ତି । ହେଲେ ଯେଉଁ ଜଵକାର୍ଡରେ ଶ୍ରମିକ ଟଙ୍କା ଆସୁଥିବା ଦର୍ଶାଇ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି ଏବେ କୌଣସି ଜଵକାର୍ଡରେ ଟଙ୍କା ଆସୁନଥିବା କଥା ପ୍ରକାଶ କରିଛନ୍ତି । ଏମିତି ଯଦି ହୋଇଥାଏ ନିଶ୍ଚିତ କାର୍ଯ୍ୟ ଅନୁଷ୍ଠାନ ନେଵାକୁ କହିଛନ୍ତି ।