• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରେସକ୍ରିପସନ୍ ହେଉ ବା ଶବ ବ୍ୟବଚ୍ଛେଦ ରିପୋର୍ଟ ସବୁଥିରେ ସ୍ପଷ୍ଟ ଓ କ୍ୟାପିଟାଲ ଅକ୍ଷରରେ ଡାକ୍ତରମାନେ ଔଷଧର ନାଁ ଲେଖିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରେସକ୍ରିପସନରେ କ୍ୟାପିଟାଲ ଅକ୍ଷର ବା ସ୍ପଷ୍ଟ ଭାବେ ପଢି ହେଉଥିବା ହସ୍ତାକ୍ଷରରେ ଲେଖିବା ପାଇଁ ରାଜ୍ୟର ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।

ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ । ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ ପଦ୍ଧତିରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

ଅନେକ ସମୟରେ ରିପୋର୍ଟରେ ଡାକ୍ତରଙ୍କ ହାତଲେଖା ପଢି କଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବ ହେଉ ନଥିବା ବେଳେ ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଣସର ଗାଁର ରସାନନ୍ଦ ଭୋଇଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି ।