କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ କରି ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା ।
ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁରରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ବାଲି ଚୋରା ଚାଲାଣ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିଲା। ଏବେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲ ମାଟି ମାଡିବାକୁ ଚାହୁଁନାହାଁନ୍ତି ପିଲା। ଏଥି ପାଇଁ ଗାଁ ଗାଁ ବୁଲୁଛି ଶିକ୍ଷା ରଥ। ଘର ଓ ସ୍କୁଲ ଆଗରେ ନାଚଗୀତ କରି ପିଲାଙ୍କୁ ସ୍କୁଲ ଯିବାକୁ ମନାଉଛନ୍ତି...
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି ।
ଆମେ କହୁଛୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର କୋଟାମାଲ ଗାଁର ଜ୍ୟୋତି ରଣା ଓ ତାଙ୍କ ସ୍ୱାମୀ ମଧୁଆ ରଣାଙ୍କ କଥା ।
OLA ରେ ଆଉ ମିଳିବନି ଏସି ସୁବିଧା। ଖରା ଗରମରେ ସିଝିସିଝି ଯାତ୍ରା କରିବେ ଆପଣ...ଜାଣନ୍ତୁ କାରଣ କ’ଣ?
ଘୋଡ଼ା ଭାଇଭଉଣୀଙ୍କର ଅନାବିଳ ପ୍ରେମ। ଉଭଣୀର ଦେହ ଖରାପ ହେବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଉଥିଲା ଉଭଣୀ। ଆଉ ଆମ୍ବୁଲାନ୍ସ ପଛେ ପଛେ ପ୍ରାୟ ୫ କିମି ଦଉଡ଼ି ଦଉଡ଼ି ମେଡ଼ିକାଲରେ ପହଞ୍ଚିଲା ଭାଈ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ। ଦେଖନ୍ତୁ ଭାଇ-ଭଉଣୀଙ୍କ ମଧ୍ୟରେ କେମିତି ରହିଛି ଅନାବିଳ ପ୍ରେମ
ପ୍ରଥମ ଶ୍ରେଣୀ ଛାତ୍ରୀ ତରକାରୀ କଡ଼େଇରେ ପଡି ଗୁରୁତର । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।
ପୋଲିସ ଟିମ୍ ସହ ବିଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।
ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ...ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ...ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ...
ଓଃ କି ଷ୍ଟାଇଲ୍ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...
ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ ।
ରାଜଧାନୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ବସିଥିବା ଚୁଡାନ୍ତ ସମନ୍ୱୟ ବୈଠକ ଶେଷ ହୋଇଛି ।
ସବୁ ଖୋଲାଥିଲା, କେହି ଅଟକେଇଲେନି । ରୋଷଶାଳାରେ ଜଗା ଚୁଲି ଭଙ୍ଗା ଅଭିଯୁକ୍ତ ଜଗନ୍ର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଥିବା ଛିଦ୍ରକୁ ବଡ଼ ଘଳିଆରେ ବଦଳାଇ ଦେଇଛି । ଏହାପରେ ଚୋର ଗଲା ପରେ ବୁଦ୍ଧି ଦିଶିଲା । ଏବେ ସବୁ କଡ଼ାକଡ଼ି, ଗେଟ୍ ପାଖରେ କଡ଼ା ଯାଞ୍ଚ, ଭକ୍ତଙ୍କ ଉପରେ କଡ଼ା ନଜର ।
ମଣ୍ଡି ବନ୍ଦ, ଟୋକନ ଲାପ୍ସ ଧାନ ବିକି ନପାରି ନାହିଁନଥିବା ହୀନସ୍ତା ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ । ଏବେ ବି ରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି । ତଥ୍ୟ କହୁଛି ଏବର୍ଷ ଏଭଳି ଚାଷୀଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ସ୍ଥିତି ଏଭଳି ଯେ ଟଙ୍କା ଅଭାବରୁ କିଏ ଚିକିତ୍ସା କରିପାରୁନି ତ କିଏ ଝିଅ ବାହାଘର କରିପାରୁନି ।
ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ।
ଜଗନ୍ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।
ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ ।
ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ ।
ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି ।
ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁର ଦୁର୍ଜୟ କୁମାର ସାହୁ । ତିଆରି କରିଛନ୍ତି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି । ଯେଉଁଆଡେ ଆଖି ବୁଲାଇଲେ ସବୁଠି ଦେଖାଯାଉଛି କଳା, କୌଶଳ ଓ ନିପୁଣତାର ଛାପ ।
ଗତ ୧୫ ବର୍ଷ ହେବ ମହିଳାଙ୍କ ପିଠିରେ ଏକ ଗୁଳି ଅଟକି ରହିଥିଲା । ଆମେରିକାରେ ରହୁଥିବା ଜଣେ ମହିଳା ନର୍ସିଂ ଆସିଷ୍ଟାଣ୍ଟ ଏରିକା ମାଇଲସ୍ଙ୍କ ସହ ଏହି ଅବିଶ୍ୱସନୀୟ ଘଟଣା ଘଟିଛି ।
ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏଭଳି ସାଂଘାତିକ ଖବର । ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଛି ନୀଳଗିରି ପୋଲିସ୍ ।
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଅଳ୍ପ ପରିଶ୍ରମରେ ୧ ମହଲା କୋଠାକୁ ଉଠାଇ ଦେଉଛନ୍ତି ବାଲି, ଚିପ୍ସ ଆଉ ଇଟା। ଲିଫ୍ଟ କି ଲେବର କିଛି ଦରକାର ନାହିଁ...ବାସ୍ ଟିକିଏ ବୁଦ୍ଧି ଖଟାଇ ତିଆରି କରିଛନ୍ତି ଏହି ଘରୋଇ ମେସିନ୍...ଦେଖନ୍ତୁ ପୂରା ଭିଡ଼ିଓ
ଭାରତରେ ଭୟଙ୍କର ବଢୁଛି ତୈଳଦର। ଆମର ଏଇଠି ୧୧୫ ପହଞ୍ଚିଲାଣି ହେଲେ ପାକିସ୍ତାନରେ ଏବେବି ୬୩ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ। କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ଏଇଥି ପାଇଁ ଆମେ ନୁହେଁ ଅନ୍ତର୍ଜାତୀୟ ବଜାର ଦାୟୀ