Advertisment

ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ସୁରୁଖୁରୁରେ ଯାତ୍ରା ସମ୍ପାଦନ ପାଇଁ ୩ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି

ରାଜଧାନୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ବସିଥିବା ଚୁଡାନ୍ତ ସମନ୍ୱୟ ବୈଠକ ଶେଷ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Rukuna Rath Yatra Coordination Meeting In Bhubaneswar

Rukuna Rath Yatra Coordination Meeting In Bhubaneswar

ରାଜଧାନୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ବସିଥିବା ଚୁଡାନ୍ତ ସମନ୍ୱୟ ବୈଠକ ଶେଷ ହୋଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରୁକୁଣା ଯାତ୍ରା ସୁରୁଖୁରୁରେ ସମ୍ପାଦନ ନେଇ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡୁ ନିଯୋଗ ସହିତ ଆଲୋଚନା ହୋଇଛି ।

Advertisment

ଏଥିରେ ୩ ନିଯୋଗ ବିଭିନ୍ନ ଆପତ୍ତି ଉଠାଇଥିବା ବେଳେ ମନ୍ଦିର ପ୍ରଶାସନ ସମାଧାନ ନେଇ ପ୍ରତିଶ୍ରୁତି ଦେଇଛି । ଗର୍ଭଗୃହକୁ ଭକ୍ତଙ୍କ ପ୍ରବେଶ ଓ ଜମିଜମା ବିବାଦ ଭଳି ୩ଟି ଦାବି ଉପସ୍ଥାପନ କରିଥିଲେ ନିଯୋଗ । ପ୍ରଶାସନ ପକ୍ଷରୁ ସମାଧାନ ମିଳିବା ପରେ ରୁକୁଣା ରଥ ଯାତ୍ରା ନେଇ ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ବ୍ରାହ୍ମଣ ନିଯୋଗ ପ୍ରତିଶ୍ରୁତି ଦେଇଛି ।

କୋଭିଡ ଯୋଗୁଁ ଭକ୍ତଙ୍କ ରଥଟଣା ଉପରେ ବାରଣ ଥିବାବେଳେ ଏଥର ଭକ୍ତ ଟାଣିବେ ରଥଯାତ୍ରା । ବିଭିନ୍ନ ଦାବି ନେଇ ପୂର୍ବରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି ସମାଧାନ ହୋଇନଥିଲା । ତେଣୁ ପ୍ରଥମରୁ ବୈଠକରେ ତିନି ନିଯୋଗ ଯୋଗ ଦେଇନଥିଲେ ।

Advertisment

ଅନ୍ୟପକ୍ଷେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ୧୪୪ ଧାରା ଜାରି ହୋଇଥିଲା । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ରୁକୁଣା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା ।

Rukuna Rath Yatra
Advertisment
Advertisment