Journalist
ପୋଲିସ ମାଡାମଙ୍କୁ ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇ ରଖିବା । ମେଡିକାଲରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ କହିଲେ ବାଲେଶ୍ୱର ଏସ୍ପି । ଘଟଣାରେ ଯେଉଁମାନେ ଦାୟୀ ଅଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ତେବେ କେତେ ଜଣ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ସ୍ପଷ୍ଟ ସୂଚନା ଦେବାକୁ ମନା କରିଛନ୍ତି ଏସ୍ପି ।
ବାଲେଶ୍ୱର ନୀଳଗିରିରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ୍ । ସବୁଠୁ ବଡ଼ କଥା ହେଉଛି, ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ସଂପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା । ସଂପୃକ୍ତ ସାମ୍ବାଦିକ ଜଣେ ହୋମ୍ଗାର୍ଡଙ୍କୁ ମାରପିଟ୍ କରିଥିବାର ଅଭିଯୋଗ ଥିଲା । ହୋମ୍ଗାର୍ଡଙ୍କ ଏତଲା ଆଧାରରେ ନୀଳଗିରି ପୋଲିସ୍ ତାଙ୍କୁ ଗିରଫ କରିଥିଲା ।
ବୁଧବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ବାଲେଶ୍ୱର ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଉ ଏତିକି ବେଳେ ସାମ୍ବାଦିକଙ୍କ ଗୋଡ଼ରେ ହ୍ୟାଣ୍ଡକପ୍ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ବିରୋଧକୁ ଦେଖି, ପରେ ତାଙ୍କ ବେଡ଼ି ଖୋଲି ଦିଆଯାଇଥିଲା । ଏପଟେ ପୁରା ମାମଲାର ଅନୁଧ୍ୟାନ ପାଇଁ ବାଲେଶ୍ୱର ମାନବାଧିକାର ଜିଲ୍ଲା ବୋର୍ଡ ସଭାପତି ନୀଳଗିରିରେ ପହଞ୍ଚିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)